ଆସନ୍ତାକାଲି ବିଜେପିରେ ଯୋଗଦେବେ ହାର୍ଦ୍ଦିକ ପଟେଲ, ସେୟାର କଲେ ଏହି ପୋଷ୍ଟର

Published: Jun 1, 2022, 8:12 pm IST

ନୂଆଦିଲ୍ଲୀ: କଂଗ୍ରେସରେ ଅସନ୍ତୋଷ ପରେ ଇସ୍ତଫା ଦେଇଥିବା ହାର୍ଦ୍ଦିକ ପଟେଲ ଗୁରୁବାର ଦିନ ବିଜେପିରେ ଯୋଗ ଦେବେ। ପାଟିଦାର ଆନ୍ଦୋଳନରୁ ଜାତୀୟ ସ୍ତରରେ ଉଭା ହୋଇଥିବା ହାର୍ଦ୍ଦିକ ଜୁନ୍ ୨ ତାରିଖରେ ଅର୍ଥାତ୍ ଆସନ୍ତାକାଲି ମଧ୍ୟାହ୍ନ ୧୨ ଟାରେ ବିଜେପିରେ ଯୋଗଦେବାକୁ ଯାଉଛନ୍ତି। ବିଜେପିରେ ଯୋଗଦେବା ପାଇଁ ହାର୍ଦ୍ଦିକ ପଟେଲ ଏକ ପୋଷ୍ଟର ଜାରି କରିଛନ୍ତି।

୨୦୧୯ ରେ ହାର୍ଦ୍ଦିକ ପଟେଲ କଂଗ୍ରେସରେ ଯୋଗ ଦେଇଥିଲେ। ଯାହା ପରେ ଜୁଲାଇ ୧୧ ତାରିଖ ୨୦୨୦ ରେ ସେ କଂଗ୍ରେସରେ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଭାବରେ ନିଯୁକ୍ତ ହୋଇଥିଲେ। ତେବେ ପଟେଲ ଏଥିରେ ସନ୍ତୁଷ୍ଟ ନଥିଲେ। ଇସ୍ତଫା ଦେବାବେଳେ ସେ କହିଥିଲେ ଯେ, ଦଳରେ ନିରପେକ୍ଷ ନିଷ୍ପତ୍ତି ନେବାକୁ ତାଙ୍କର ଅଧିକାର ନାହିଁ।

ଏହା ବ୍ୟତୀତ ସେ ଅନେକ ଜିନିଷ ଉପରେ ଆପତ୍ତି ଉଠାଇଥିଲେ। ଏଥିରେ କ୍ରୋଧିତ ହୋଇ ସେ ମଇ ୧୮ ତାରିଖ ୨୦୨୨ରେ ହାତ ଛାଡିଥିଲେ। ଏଥି ସହିତ ବିଧାନସଭା ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ ପଟେଲଙ୍କ କଂଗ୍ରେସ ଛାଡିବା ଦଳ ପାଇଁ ଏକ ଝଟକା ବୋଲି କୁହାଯାଉଛି।

Related posts