ପାଟକୁରା ନିର୍ବାଚନକୁ ନିର୍ଦ୍ଧାରିତ ସମୟରେ କରିବା ପାଇଁ ନିର୍ବାଚନ କମିଶନରଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published: May 1, 2019, 8:43 pm IST
Dharmendra complained against Patkura Election postponed.

ରାଜ୍ୟରେ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ପାଟକୁରା ନିର୍ବାଚନକୁ ଘୁଞ୍ଚାଇ ଦେବା କରିବା ପାଇଁ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ଭେଟି ଅନୁରୋଧ କରିଥିଲେ। ସକାଳେ ମୁଖ୍ୟମନ୍ତ୍ରୀ ଅନୁରୋଧ କରିବା ପରେ ସଂଧ୍ୟାରେ ନିର୍ବାଚନ ବାତିଲ ନ କରିବା ପାଇଁ ବିଜେପି ତରଫରୁ ଯାଇ ଅନୁରୋଧ କରାଯାଇଛି। ବିଜେପି ତରଫରୁ ଧର୍ମେନ୍ଦ୍ର ପ୍ରଧାନ, ସମ୍ବିତ ପାତ୍ର ଏବଂ ଅପରାଜିତା ଷଡଙ୍ଗୀ ନିର୍ବାଚନ କମିଶନରଙ୍କୁ ଭେଟି ଏପରି ଅନୁରୋଧ କରିଛନ୍ତି। ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ, ବିଜେଡି ପାଟକୁରାରେ ହାରିଯିବାର ଭୟ ରହିଛି। ସେଥିପାଇଁ ବିଜେଡି ନିର୍ବାଚନକୁ ସ୍ଥଗିତ କରିବା ପାଇଁ ଅନୁରୋଧ କରିଛି। ମୁଖ୍ୟମନ୍ତ୍ରୀ ଯେତେବେଳେ ନୂଆଦିଲ୍ଲୀର ବିମାନ ବନ୍ଦରରେ ପହଁଚିଥିଲେ ସେତେବେଳେ ସେଠାରେ ଧର୍ମେନ୍ଦ୍ରଙ୍କ ସହିତ ସାକ୍ଷାତ ହୋଇଥିଲା। ଉଭୟ ଗୋଟିଏ ବ୍ୟାଟିର ଚାଳିତ ଗାଡିରେ ବସି ବିମାନ ବନ୍ଦରରୁ ବାହାରକୁ ଆସିଥିଲେ। ଏହାକୁ ନେଇ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହେଲା। ତା ପରଦିନ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ବିରୋଧ କରି ତାଙ୍କର ପାରଂପାରିକ ବିରୋଧାଭାଷ ଆରମ୍ଭ କରିଦେଇଛନ୍ତି। କେବଳ ପାଟକୁରା ନିର୍ବାଚନ ନୁହେଁ, ବିଜେଡି ତରଫରୁ ବୁଥ ରିଗିଂଠାରୁ ଆରମ୍ଭ କରି ବିଭିନ୍ନ ଅନିମିୟତା ନେଇ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ ଧର୍ମେନ୍ଦ୍ର।

Related posts