Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ ଭଗବତୀ ମନ୍ଦିର ପ୍ରତି ୫-ଟି ସଚିବଙ୍କ ଶୁଭ ଦୃଷ୍ଟି ପଡ଼ିବ କେବେ?
ଆଜିର ଖବର

ମା’ ଭଗବତୀ ମନ୍ଦିର ପ୍ରତି ୫-ଟି ସଚିବଙ୍କ ଶୁଭ ଦୃଷ୍ଟି ପଡ଼ିବ କେବେ?

June 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ ଭଗବତୀ ମନ୍ଦିର ଓଡ଼ିଶାର ଅନନ୍ୟ ପ୍ରମୁଖ ଶକ୍ତିପିଠ ଅଟେ। କିନ୍ତୁ ଅଦ୍ୟାବଧି ରାଜ୍ୟ ସରକାରଙ୍କ ଶୁଭଦୃଷ୍ଟି ମନ୍ଦିର ଉପରେ ପଡୁନି। ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ଏଠି ଶହ ଶହ ଭକ୍ତ ଆସୁଥିଲେ ସୁଦ୍ଧା ଏଠାକାର ସ୍ଥିତି ପୁର୍ବରୁ ଯେମିତି ଏବେବି ସେମିତି। ଗତବର୍ଷ ମନ୍ଦିରକୁ ୨.୫ କୋଟି ଅନୁଦାନ ମିଳିଥିଲେ ସୁଦ୍ଧା ଅଦ୍ୟାବଧି ଉକ୍ତ ଅନୁଦାନର ବିନିଯୋଗ ହୋଇପାରିନାହିଁ।

ଏପରିକି କିଛି ମାସ ତଳେ କେଉଁ ଆବାହନ କାଳରୁ ଥିବା ପତିତପାବନ ମଣ୍ଡପକୁ ମଧ୍ୟ ସୌନ୍ଦର୍ଯ୍ୟକରଣ ନିମନ୍ତେ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଥିଲେ ସୁଦ୍ଧା ନିର୍ମାଣ କାର୍ଯ୍ୟ ଟଙ୍କାଟିଏର ମଧ୍ୟ ଏପର୍ଯ୍ୟନ୍ତ ହୋଇପାରିନାହିଁ। ବର୍ତ୍ତମାନ ଉକ୍ତ ମନ୍ଦିର ବହୁ ସମସ୍ୟା ଦେଇ ଗତିକରୁଥିବା ବେଳେ ପର୍ଯ୍ୟଟକଙ୍କ ନିମନ୍ତେ ମୌଳିକ ସୁବିଧାର ଘୋର ଅଭାବ ଏଠାରେ ଦେଖାଦେଇଛି।

ସରକାରଙ୍କ ପକ୍ଷରୁ ପର୍ଯ୍ୟଟକଙ୍କ ନିମନ୍ତେ ମନ୍ଦିର ପଛପଟେ ଏକ ଜନସୁବିଧା କେନ୍ଦ୍ର ପ୍ରତିଷ୍ଠା ହୋଇଥିଲେ ସୁଦ୍ଧା ତାହା ଏବେ ଜଙ୍ଗଲ। ନିୟମିତ ଭାବେ ରାଜ୍ୟ ସରକାରଙ୍କ ୫-ଟି ସଚିବ ରାଜ୍ୟର ବିଭିନ୍ନ ମନ୍ଦିର ବୁଲି ତାହାର ରୂପାନ୍ତିକରଣ ଯୋଜନା ହାତକୁ ନେଉଥିବା ବେଳେ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ପ୍ରତି ଦୃଷ୍ଟି ନଦେବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।

ଏଠାକାର ସେବାୟତ ଏବଂ ବୁଦ୍ଧିଜୀବୀ ମାନେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବ ମା’ ଭଗବତୀ ମନ୍ଦିରର ରୂପାନ୍ତିକରଣ କରି ଏହାକୁ ବିଶ୍ଵସ୍ତରୀୟ ପର୍ଯ୍ୟଟନସ୍ଥଳିର ରୁପ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ବାଣପୁର ମାଟିରୁ ବହୁ ସୁଯୋଗ୍ୟ ସନ୍ତାନ ରାଜ୍ୟ ତଥା ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବତୀର୍ଣ୍ଣ ହୋଇଥିଲେ ସୁଦ୍ଧା ନିଜ ମାଟିର ଗର୍ବ ଓ ଗୌରବ ତଥା ପରିଚୟ ମା’ ଭଗବତୀ ମନ୍ଦିରର ଉନ୍ନତିପାଇଁ ଚିନ୍ତା ନକରିବା ସାଧାରଣରେ ନାପସନ୍ଦ କରାଯାଇଛି।

ବର୍ତ୍ତମାନର ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଓ ପୁରି ସାଂସଦ ଉଭୟଙ୍କ ଘର ବାଣପୁର ହୋଇଥିଲେ ସୁଦ୍ଧା ମା’ ଭଗବତୀ ମନ୍ଦିରର ଉନ୍ନତି ନିମନ୍ତେ ଉଭୟଙ୍କ ଉଦାସୀନତା ମନୋଭାବ ସାରା ବାଣପୁରବାସୀଙ୍କୁ ଆଘାତ ଦେଇଛି। ତେବେ ଦେଖିବାକୁ ବାକି ରହିଲା କେବେ ମା’ ଭଗବତୀ ମନ୍ଦିରକୁ ୫-ଟି ସଚିବ ପରିଦର୍ଶନକୁ ଆସିବେ ଏବଂ ଏହାର ବିକାଶ ଦାଇତ୍ୱ ନିଜ ହାତକୁ ନେବେ।

ବାଣପୁର ମା’ ଭଗବତୀ ମନ୍ଦିର ଶୁଭ ଦୃଷ୍ଟି
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟସ୍ତବହୁଳ ଷ୍ଟେସନଗୁଡ଼ିକ ପାଇଁ ମାଷ୍ଟରପ୍ଲାନର ସମୀକ୍ଷା କଲେ କେନ୍ଦ୍ର ରେଳ ମନ୍ତ୍ରୀ

June 16, 2026

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ଏଥିରେ କଣ ହେବ? କିଏ ରହିବ?

June 16, 2026

ନିଟ୍‌ ପୁନଃପରୀକ୍ଷାର ସୁରକ୍ଷା ଏବଂ ଲଜିଷ୍ଟିକ୍ସ ପ୍ରସ୍ତୁତି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 16, 2026

ବିସ୍ତୃତ ରାଶିଫଳ: ଜୁନ ୧୬ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

June 16, 2026
Latest News

ବ୍ୟସ୍ତବହୁଳ ଷ୍ଟେସନଗୁଡ଼ିକ ପାଇଁ ମାଷ୍ଟରପ୍ଲାନର ସମୀକ୍ଷା କଲେ କେନ୍ଦ୍ର ରେଳ ମନ୍ତ୍ରୀ

June 16, 2026

ଗ୍ରାମୀଣ ଶାସନ ବ୍ୟବସ୍ଥାରେ ନୂଆ ଦିଗ: ପଞ୍ଚାୟତ ସଂସ୍କାର ଓ ନବସୃଜନର ୧୨ ବର୍ଷ

June 16, 2026

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ଏଥିରେ କଣ ହେବ? କିଏ ରହିବ?

June 16, 2026

ନିଟ୍‌ ପୁନଃପରୀକ୍ଷାର ସୁରକ୍ଷା ଏବଂ ଲଜିଷ୍ଟିକ୍ସ ପ୍ରସ୍ତୁତି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 16, 2026

ସ୍ଲୋଭାକ ଗଣରାଜ୍ୟର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

June 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.