Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ନିରାପତ୍ତା ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳନ
ଆଜିର ଖବର

ପୂର୍ବତଟ ରେଳପଥ ନିରାପତ୍ତା ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳନ

June 9, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳନ ଅବସରରେ ସଡ଼କ ବ୍ୟବହାରକାରୀଙ୍କୁ ପ୍ରଶିକ୍ଷିତ କରାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଜନସଚେତନତା ଅଭିଯାନ ଆୟୋଜନ କରାଯାଇଅଛି। ଏହି ଲେଭଲ କ୍ରସିଂ ସଚେତନତା ଅଭିଯାନ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଗଣ ଯୋଗାଯୋଗ ମାଧ୍ୟମ ସହିତ ପୋଷ୍ଟର, ଲିଫଲେଟ୍ ବଣ୍ଟନ, ବିଭିନ୍ନ କ୍ଷୁଦ୍ର ଅବଧି ଚଳଚ୍ଚିତ୍ର/ବିଜ୍ଞାପନ ଏବଂ ପଥପ୍ରାନ୍ତ ନାଟକ ଇତ୍ୟାଦି ମାଧ୍ୟମରେ ସଚେତନତା କରାଯାଇଛି।

ପୂର୍ବ ତଟ ରେଳପଥ ମୁଖ୍ୟାଳ ଏବଂ ଖୋର୍ଦ୍ଧା ରୋଡ଼ ମଣ୍ଡଳର ନିରାପତ୍ତା ବିଭାଗର ବରିଷ୍ଠ ଅଧିକାରୀମାନେ ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ନେତୃତ୍ୱରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସରେ ଆଜି ଅରୁଗୁଳ ଷ୍ଟେସନ ନିକଟସ୍ଥ ଜଗୁଆଳି ଥିବା ଲେଭେଲ କ୍ରସିଂ ଗେଟ୍ ନିକଟରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଆୟୋଜିତ ସମାବେଶକୁ ସୂଚନା ଦେଇ ଶ୍ରୀ ରାୟ କହିଛନ୍ତି ଯେ “ଜୀବନ ଆପଣଙ୍କ ସମୟ ଅପେକ୍ଷା ଅଧିକ ମୂଲ୍ୟବାନ ଅଟେ – ଲେଭଲ୍ କ୍ରସିଂ ଅତିକ୍ରମ କରିବାବେଳେ ଆପଣଙ୍କ ଜୀବନକୁ ବିପଦରେ ପକାନ୍ତୁ ନାହିଁ”। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଟ୍ରେନ୍ ଗୁଡିକର ଗତି ଅତ୍ୟନ୍ତ ଦ୍ରୁତ ଯାହାକି ଆପଣଙ୍କ ଭାବନା ଠାରୁ ଆହୁରି କ୍ଷିପ୍ର ଗତିରେ ରେଳ ଫାଟକ ଠାରେ ପହଞ୍ଚି ପାରେ, ତେଣୁ ଲେଭେଲ କ୍ରସିଂ ଦେଇ ଯିବାବେଳେ ସାବଧାନ ରୁହନ୍ତୁ।

ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ମାନବ ବିହୀନ ଲେଭଲ୍ କ୍ରସିଂ ଗେଟ୍ ଗୁଡିକ ପୂର୍ବ ତଟ ରେଳବାଇ ପରିସୀମା ମଧ୍ୟରୁ ଅପସାରଣ କରାଯାଇ ରୋଡ୍ ଓଭର ବ୍ରିଜ୍ (ROBs) ଏବଂ ରୋଡ୍ ଅଣ୍ଡର ବ୍ରିଜ୍ (RUBs) ର ବିକଳ୍ପ ଯାତାୟାତ ସୁବିଧା ଯୋଗାଇ ଦିଆଯାଇଅଛି।

ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳନକୁ ସ୍ମରଣୀୟ କରିବାପାଇଁ ଖୋର୍ଦ୍ଧା ରୋଡ଼ ମଣ୍ଡଳର ସିଭିଲ ଡିଫେନ୍ସ ସ୍ବେଛାସେବୀ ମାନଙ୍କ ଦ୍ୱାରା ଅରୁଗୁଳ ଷ୍ଟେସନ ନିକଟସ୍ଥ ଲେଭେଲ କ୍ରସିଂ ଠାରେ ନିରାପତ୍ତା ସମ୍ବନ୍ଧୀୟ ପଥପ୍ରାନ୍ତ ନାଟକ ଆୟୋଜନ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ରେଳ ଫାଟକ ବ୍ୟବହାର କରିବା ସମୟରେ ପଥଚାରୀମାନଙ୍କୁ ସତର୍କ କରାଇବା ନିମନ୍ତେ ପ୍ରଚାର ପତ୍ର ବଣ୍ଟନ କରାଯିବ ସହିତ ପ୍ଲାକାର୍ଡ଼ ଓ ବ୍ୟାନର ପ୍ରଦର୍ଶିତ କରାଯାଇଥିଲା। ନିରାପତ୍ତା ବିଭାଗର କର୍ମଚାରୀ ଓ ଅଧିକାରୀମାନେ ସଡକ ବ୍ୟବହାରକାରୀ ମାନଙ୍କୁ ଲେଭେଲ କ୍ରସିଂ ପାରହେବ ସମୟରେ ବିଭିନ୍ନ ନିୟମ ସମ୍ବନ୍ଧରେ ବୁଝାଇଥିଲେ।

ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ସଂରକ୍ଷଣ ବିଲ୍ ଉପରେ ଅପର୍ଣ୍ଣା ଯାଦବଙ୍କ ଆକ୍ରୋଶ: ଜାଲିଲେ ଏସପି ଏବଂ କଂଗ୍ରେସର ପତାକା

April 18, 2026

ପାଖେଇଲା ଅକ୍ଷୟ ତୃତୀୟା ଜାଣନ୍ତୁ ଏହି ଦିନ କିପରି ଓ କେମିତି କରାଯାଏ ପୂଜା

April 18, 2026

ବାର ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

April 18, 2026

ଶିଖରଚଣ୍ଡୀରେ ଦନ୍ତା ଉତ୍ପାତ

April 18, 2026
Latest News

ମହିଳା ସଂରକ୍ଷଣ ବିଲ୍ ଉପରେ ଅପର୍ଣ୍ଣା ଯାଦବଙ୍କ ଆକ୍ରୋଶ: ଜାଲିଲେ ଏସପି ଏବଂ କଂଗ୍ରେସର ପତାକା

April 18, 2026

ହରମୁଜ୍ ସଙ୍କଟ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ୍ ଙ୍କ ବଡ଼ ନିଷ୍ପତ୍ତି: ରୁଷରୁ ତେଲ କିଣିବା ଜାରି ରଖିବ ଭାରତ

April 18, 2026

ପାଖେଇଲା ଅକ୍ଷୟ ତୃତୀୟା ଜାଣନ୍ତୁ ଏହି ଦିନ କିପରି ଓ କେମିତି କରାଯାଏ ପୂଜା

April 18, 2026

ବାର ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

April 18, 2026

ଶିଖରଚଣ୍ଡୀରେ ଦନ୍ତା ଉତ୍ପାତ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.