Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସକାଳ ୫ରୁ ମତଦାନ ଆରମ୍ଭ କରିବାକୁ ଇସିଙ୍କୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ
ଆଜିର ଖବର

ସକାଳ ୫ରୁ ମତଦାନ ଆରମ୍ଭ କରିବାକୁ ଇସିଙ୍କୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ

May 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦେଶରେ ସପ୍ତଦଶ ନିର୍ବାଚନ ଆରମ୍ଭ ହୋଇଯାଇଛି । ଚାରୋଟି ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବାବେଳେ ଆଉ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ବାକି ରହିଛି । ତେବେ ଆଗାମୀ ପର୍ଯ୍ୟାୟ ନିର୍ବାଚନକୁ ସକାଳ ୭ ପରିବର୍ତ୍ତେ ସକାଳ ୫ଟାରୁ ଆରମ୍ଭ କରିବା ଉପରେ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମ୍‌କୋର୍ଟ ।  ମୁସଲିମ ସମ୍ପ୍ରଦାୟର ପବିତ୍ର ରମଜାନ ମାସ ଚାଲିଥିବାରୁ ସକାଳ ୫ଟାରୁ ମତଦାନ ଆରମ୍ଭ କରିବା ପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଜରୁରୀକାଳୀନ ଭିତ୍ତିରେ ଏକ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ମଧ୍ୟ କୋର୍ଟ ପରାମର୍ଶ ଦେଇଛନ୍ତି। ପୂର୍ବରୁ ରାମଜାନ୍‌ ସମୟରେ ଭୋଟ୍‌ଗ୍ରହଣ ବନ୍ଦ କରିବା ପାଇଁ କିଛି ମୁସଲମାନ୍‌ ଧର୍ମାବଲମ୍ବୀମାନେ ଦାବି କରିଥିଲେ । ରାମଜାନ୍‌ ସମୟରେ ଭୋଟ୍‌ ହାର୍‌ କମ ହେବ ବୋଲି ଆଶଙ୍କା କରି ଏହି ମାସରେ ଭୋଟ୍‌ଗ୍ରହଣ କରାନଯିବା ନେଇ ପ୍ରସ୍ତାବ ଦେଇଥିଲେ । ତେବେ ନିର୍ବାଚନ କମିଶନ ନିର୍ବାଚନ ପ୍ରକ୍ରିୟାରେ ଗୋଟିଏ ମାସକୁ ବାଦ୍‌ ଦେବା ସମ୍ଭବପର ନୁହେଁ ବୋଲି ଜଣାଇଥିଲେ । ଏଥିପାଇଁ ଶୁକ୍ରବାର ଓ ବିଶେଷ ପର୍ବପର୍ବାଣୀ ଦିନଗୁଡ଼ିକୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଛି ବୋଲି କହିଥିଲେ । ଜଷ୍ଟିସ୍‌ ରଂଜନ ଗେଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ବେଞ୍ଚରେ ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ସଞ୍ଜୀବ ଖାନ୍ନା ପ୍ରମୁଖ ମହମ୍ମଦ ନିଜାମଉଦ୍ଦିନ୍‌ ପାଶ୍‌ଓ୍ବା ଓ ଅଶଦ୍‌ ହୟାତ୍‌ଙ୍କ ଯାଚିକାରେ ଶୁଣାଣି  କରି ନିଜର ରାୟ ଶୁଣାଇଛନ୍ତି । ଚଳିତ ଥର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନରୁ ୪ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଆଉ ୩ଟି ପର୍ଯ୍ୟାୟରେ ମତଦାନ ବାକି ରହିଛି। ମେ’ ୧୯ରେ ଅନ୍ତିମ ମତଦାନ ରହିଛି। ମେ’ ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକା ଭିସା ସ୍ଥଗିତ କରିବା ପରେ ପାକିସ୍ତାନର ପ୍ରଥମ ପ୍ରତିକ୍ରିୟା: ଏବେ ଟ୍ରମ୍ପଙ୍କ ପାଦ ଧରିବେ ଶାହବାଜ

January 15, 2026

ଆଥର 450 ଆପେକ୍ସ ନା ସୁଜୁକି ଇ-ଆକ୍ସେସ୍, କେଉଁ ଇଲେକ୍ଟ୍ରିକ୍ ସ୍କୁଟର ଅଧିକ ଶକ୍ତିଶାଳୀ?: ଜାଣନ୍ତୁ ପାର୍ଥକ୍ୟ

January 15, 2026

ପୁଣି JEE ମେନ୍ ପରୀକ୍ଷା ତାରିଖ ପରିବର୍ତ୍ତନ କଲା NTA: ଏବେ ଜାନୁଆରୀ 23 ରେ ହେବ ନାହିଁ ପରୀକ୍ଷା

January 15, 2026

କେରଳର SAI ହଷ୍ଟେଲରେ ଦୁଇ ନାବାଳିକା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

January 15, 2026
Latest News

ବିଜେଡିର ବଡ କାର୍ଯ୍ୟାନୁଷ୍ଠାନ, ଦୁଇ ବିଧାୟକଙ୍କୁ ଦଳରୁ କଲା ନିଲମ୍ବିତ

January 15, 2026

ଭାରତରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ପୁନଃନିର୍ମାଣ

January 15, 2026

ଆମେରିକା ଭିସା ସ୍ଥଗିତ କରିବା ପରେ ପାକିସ୍ତାନର ପ୍ରଥମ ପ୍ରତିକ୍ରିୟା: ଏବେ ଟ୍ରମ୍ପଙ୍କ ପାଦ ଧରିବେ ଶାହବାଜ

January 15, 2026

ଆଥର 450 ଆପେକ୍ସ ନା ସୁଜୁକି ଇ-ଆକ୍ସେସ୍, କେଉଁ ଇଲେକ୍ଟ୍ରିକ୍ ସ୍କୁଟର ଅଧିକ ଶକ୍ତିଶାଳୀ?: ଜାଣନ୍ତୁ ପାର୍ଥକ୍ୟ

January 15, 2026

ପୁଣି JEE ମେନ୍ ପରୀକ୍ଷା ତାରିଖ ପରିବର୍ତ୍ତନ କଲା NTA: ଏବେ ଜାନୁଆରୀ 23 ରେ ହେବ ନାହିଁ ପରୀକ୍ଷା

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.