Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସକାଳ ୫ରୁ ମତଦାନ ଆରମ୍ଭ କରିବାକୁ ଇସିଙ୍କୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ
ଆଜିର ଖବର

ସକାଳ ୫ରୁ ମତଦାନ ଆରମ୍ଭ କରିବାକୁ ଇସିଙ୍କୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ

May 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦେଶରେ ସପ୍ତଦଶ ନିର୍ବାଚନ ଆରମ୍ଭ ହୋଇଯାଇଛି । ଚାରୋଟି ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବାବେଳେ ଆଉ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ବାକି ରହିଛି । ତେବେ ଆଗାମୀ ପର୍ଯ୍ୟାୟ ନିର୍ବାଚନକୁ ସକାଳ ୭ ପରିବର୍ତ୍ତେ ସକାଳ ୫ଟାରୁ ଆରମ୍ଭ କରିବା ଉପରେ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମ୍‌କୋର୍ଟ ।  ମୁସଲିମ ସମ୍ପ୍ରଦାୟର ପବିତ୍ର ରମଜାନ ମାସ ଚାଲିଥିବାରୁ ସକାଳ ୫ଟାରୁ ମତଦାନ ଆରମ୍ଭ କରିବା ପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଜରୁରୀକାଳୀନ ଭିତ୍ତିରେ ଏକ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ମଧ୍ୟ କୋର୍ଟ ପରାମର୍ଶ ଦେଇଛନ୍ତି। ପୂର୍ବରୁ ରାମଜାନ୍‌ ସମୟରେ ଭୋଟ୍‌ଗ୍ରହଣ ବନ୍ଦ କରିବା ପାଇଁ କିଛି ମୁସଲମାନ୍‌ ଧର୍ମାବଲମ୍ବୀମାନେ ଦାବି କରିଥିଲେ । ରାମଜାନ୍‌ ସମୟରେ ଭୋଟ୍‌ ହାର୍‌ କମ ହେବ ବୋଲି ଆଶଙ୍କା କରି ଏହି ମାସରେ ଭୋଟ୍‌ଗ୍ରହଣ କରାନଯିବା ନେଇ ପ୍ରସ୍ତାବ ଦେଇଥିଲେ । ତେବେ ନିର୍ବାଚନ କମିଶନ ନିର୍ବାଚନ ପ୍ରକ୍ରିୟାରେ ଗୋଟିଏ ମାସକୁ ବାଦ୍‌ ଦେବା ସମ୍ଭବପର ନୁହେଁ ବୋଲି ଜଣାଇଥିଲେ । ଏଥିପାଇଁ ଶୁକ୍ରବାର ଓ ବିଶେଷ ପର୍ବପର୍ବାଣୀ ଦିନଗୁଡ଼ିକୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଛି ବୋଲି କହିଥିଲେ । ଜଷ୍ଟିସ୍‌ ରଂଜନ ଗେଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ବେଞ୍ଚରେ ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ସଞ୍ଜୀବ ଖାନ୍ନା ପ୍ରମୁଖ ମହମ୍ମଦ ନିଜାମଉଦ୍ଦିନ୍‌ ପାଶ୍‌ଓ୍ବା ଓ ଅଶଦ୍‌ ହୟାତ୍‌ଙ୍କ ଯାଚିକାରେ ଶୁଣାଣି  କରି ନିଜର ରାୟ ଶୁଣାଇଛନ୍ତି । ଚଳିତ ଥର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନରୁ ୪ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଆଉ ୩ଟି ପର୍ଯ୍ୟାୟରେ ମତଦାନ ବାକି ରହିଛି। ମେ’ ୧୯ରେ ଅନ୍ତିମ ମତଦାନ ରହିଛି। ମେ’ ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

Share. Facebook Twitter LinkedIn Email WhatsApp Copy Link

Related Posts

ମାର୍ଚ୍ଚ ୧୪ ରେ ବ୍ରହ୍ମପୁରରେ ଜାତୀୟ ଲୋକ ଅଦାଲତ

February 26, 2026

‘ଦି କେରଳ ଷ୍ଟୋରୀ 2’ ର ମୁକ୍ତିଲାଭ ଉପରେ ହାଇକୋର୍ଟଙ୍କ ରୋକ: ସୁପ୍ରିମକୋର୍ଟ ଯିବେ ନିର୍ମାତା

February 26, 2026

CBSEର ବଡ଼ ନିଷ୍ପତ୍ତି: ଷଷ୍ଠ ଶ୍ରେଣୀରୁ ପଢ଼ାଯିବ ତିନୋଟି ଭାଷା

February 26, 2026

‘ନିଶାମୁକ୍ତ ଓଡ଼ିଶା ଅଭିଯାନ’: ୨୨୫ କୋଟି ମୂଲ୍ୟର ହାଶିଶ ତେଲ ଓ ୫ କୋଟିର ଗଞ୍ଜେଇ ଜବତ

February 26, 2026
Latest News

ଏପଷ୍ଟାଇନ୍ ଫାଇଲ୍ସରେ ନାମ ଆସିବା ପରେ WEF ର CEO ଙ୍କ ଇସ୍ତଫା

February 26, 2026

ମାର୍ଚ୍ଚ ୧୪ ରେ ବ୍ରହ୍ମପୁରରେ ଜାତୀୟ ଲୋକ ଅଦାଲତ

February 26, 2026

‘ଦି କେରଳ ଷ୍ଟୋରୀ 2’ ର ମୁକ୍ତିଲାଭ ଉପରେ ହାଇକୋର୍ଟଙ୍କ ରୋକ: ସୁପ୍ରିମକୋର୍ଟ ଯିବେ ନିର୍ମାତା

February 26, 2026

CBSEର ବଡ଼ ନିଷ୍ପତ୍ତି: ଷଷ୍ଠ ଶ୍ରେଣୀରୁ ପଢ଼ାଯିବ ତିନୋଟି ଭାଷା

February 26, 2026

‘ଆଶ୍ରମର ପରିବେଶ ପବିତ୍ର ନୁହେଁ’: ଶଙ୍କରାଚାର୍ଯ୍ୟଙ୍କ ଉପରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଭୂମିକା ଦ୍ୱିବେଦୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.