Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଖବର!, ଆରମ୍ଭ ହେଲା ସ୍ୱତନ୍ତ୍ର ଟ୍ରେନ୍
ଆଜିର ଖବର

ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଖବର!, ଆରମ୍ଭ ହେଲା ସ୍ୱତନ୍ତ୍ର ଟ୍ରେନ୍

June 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
vaishno devi temple
ବୈଷ୍ଣୋ ମାତା ଭକ୍ତଙ୍କ ପାଇଁ ବଡ଼ ଖବର, ଏହି ଦିନଠାରୁ ଆରମ୍ଭ ହେବ ଦର୍ଶନ

ନୂଆଦିଲ୍ଲୀ: ମାତା ବୈଷ୍ଣୋ ଦେବୀ ମନ୍ଦିର ହିନ୍ଦୁ ଧର୍ମର ସବୁଠାରୁ ପ୍ରସିଦ୍ଧ ଏବଂ ବଡ ଧାର୍ମିକ ସ୍ଥାନ ଅଟେ। ପ୍ରତିବର୍ଷ କୋଟି କୋଟି ଶ୍ରଦ୍ଧାଳୁ ମାଆଙ୍କୁ ଦର୍ଶନ କରିବାକୁ ଏଠାକୁ ଆସନ୍ତି। ଭକ୍ତଙ୍କ ସୁବିଧା ପାଇଁ ମୋଦୀ ସରକାର କଟରା ପର୍ଯ୍ୟନ୍ତ ରେଳ ସେବା ଆରମ୍ଭ କରିଥିଲେ, ଯାହା ବର୍ତ୍ତମାନ ଯାତ୍ରୀମାନଙ୍କ ପାଇଁ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ସହଜ କରିଥାଏ। ଏହା ସହିତ, ବର୍ତ୍ତମାନ ଦର୍ଶନ କରିବା ଲାଗି ସମୟ ମଧ୍ୟ ସଞ୍ଚୟ ହୋଇଥାଏ। ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ କୋଣରୁ କଟରା ରେଳ ଷ୍ଟେସନ ପର୍ଯ୍ୟନ୍ତ ମାତା ବୈଷ୍ଣୋ ଦେବୀଙ୍କ ପାଇଁ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି।

ଚେନ୍ନାଇ ଏବଂ ଦିଲ୍ଲୀରୁ କଟରା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ଭାରତୀୟ ରେଳବାଇ ନିଷ୍ପତ୍ତି ନେଇଛି। ଚେନ୍ନାଇରୁ ଯାତ୍ରା ଆରମ୍ଭ କରୁଥିବା ଟ୍ରେନ୍ ର ନାମ ହେଉଛି ଶ୍ରୀମାତା ବୈଷ୍ଣୋ ଦେବୀ କଟରା-ଚେନ୍ନାଇ ଏକ୍ସପ୍ରେସ। ଏଥି ସହିତ ଚେନ୍ନାଇରୁ ଚାଲୁଥିବା ଟ୍ରେନ୍ ଦିଲ୍ଲୀର ହଜରତ ନିଜାମୁଦ୍ଦିନ ଷ୍ଟେସନରୁ ଚାଲିବ। ଏହି ଟ୍ରେନ୍ ହେଉଛି ହଜରତ ନିଜାମୁଦ୍ଦିନ ଏର୍ନାକୁଲମ୍ ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସ ଅଟେ। ଏହି ମାର୍ଗଗୁଡିକର ଯାତ୍ରୀମାନେ ମାତା ବବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବାକୁ ସୁବିଧା ପାଇବେ।

ପ୍ରକାଶ ଯୋଗ୍ୟ ଯେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ଦିଲ୍ଲୀ, ଜମ୍ମୁ, ପଞ୍ଜାବ ଏବଂ ହରିୟାଣାର ଯାତ୍ରୀମାନେ କଟରା-ଚେନ୍ନାଇ ଏକ୍ସପ୍ରେସ ଦେଇ ମାତା ବୈଷ୍ଣୋ ଦେବୀ ଯାତ୍ରା କରିପାରିବେ। ଅନ୍ୟପକ୍ଷରେ କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ ଏବଂ ଦିଲ୍ଲୀରୁ ଯାତ୍ରୀମାନେ ଏର୍ନାକୁଲମ୍-ହଜରତ ନିଜାମୁଦ୍ଦିନ ଏର୍ନାକୁଲମ୍ ସାପ୍ତାହିକ ସୁପରଫାଷ୍ଟ ଦେଇ କଟରା ଯାତ୍ରା କରିପାରିବେ।

ସୂଚନାଯୋଗ୍ୟ ଯେ ଟ୍ରେନ୍ ନମ୍ବର ୨୨୬୫୫ ଏବଂ ୨୨୬୫୬ ଏର୍ନାକୁଲମ୍-ହଜରତ ନିଜାମୁଦ୍ଦିନ-ଏର୍ନାକୁଲମ୍ ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସ ସପ୍ତାହରେ ଥରେ ଯିବା ଆସିବା କରିବ। ଏହି ଟ୍ରେନ୍ ୬ ଏବଂ ୮ ଜୁଲାଇରେ ଚାଲିବ। ଅନ୍ୟ ପଟେ, ଟ୍ରେନ୍ ନମ୍ବର ୧୬୦୩୧/୧୬୦୩୨ ଚେନ୍ନାଇ ସେଣ୍ଟ୍ରାଲ୍ – ଶ୍ରୀମାତା ବୈଷ୍ଣୋ ଦେବୀ କଟରା ସପ୍ତାହରେ ଦୁଇଥର ଯିବା ଆସିବା କରିବ।

କଟରା ଦର୍ଶନ ଧାର୍ମିକ ସ୍ଥାନ ମାତା ବୈଷ୍ଣୋ ଦେବୀ ରେଳ ସେବା ଶ୍ରଦ୍ଧାଳୁ ହିନ୍ଦୁ ଧର୍ମ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.