Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫନି ପାଇଁ ଅପରାହ୍ନ ୪ଟା ସୁଦ୍ଧା ସାଢେ ୪ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ
ଆଜିର ଖବର

ଫନି ପାଇଁ ଅପରାହ୍ନ ୪ଟା ସୁଦ୍ଧା ସାଢେ ୪ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ

May 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
state govt to prevent for funny cyclone
state govt to prevent for funny cyclone

ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି ଦ୍ରୁତ ଗତିରେ ଏବେ ଓଡ଼ିଶା ଆଡ଼େ ମୁହାଁଇଛି। ବର୍ତ୍ତମାନ ଏହା ପୁରୀଠାରୁ ୩୨୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଫନି ଘଣ୍ଟାପ୍ରତି ୧୭ କିମି ବେଗରେ ଓଡ଼ିଶା ଆଡ଼କୁ ଆସୁଛି। ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ଏହା ପୁରୀର ଆଖପାଖ ଅଞ୍ଚଳରେ ସ୍ଥଳ ଭାଗ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୧୭୦ରୁ ୧୮୦ କିମି ରହିବ। ସେହିପରି ବେଳେବେଳେ ଏହା ୨୦୦କିମି ମଧ୍ୟ ଛୁଇଁପାରେ। ଏହାର ମୁକାବିଲା କରିବା ପାଇଁ ସରକାର ମଧ୍ୟ ପ୍ରସ୍ତୁତ ହୋଇ ଗଲେଣି। ଫନିର ପ୍ରକୋପକୁ ଦୃଷ୍ଟିରେ ଦିନ ୪ଟା ସୁଦ୍ଧା ସାଢେ ୪ ଲକ୍ଷ ଲୋକଙ୍କୁ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଗଲାଣି। ରାଜ୍ୟ ସ୍ୱତନ୍ତ୍ର ରିଲଫ କମିଶନରଙ୍କ କାର୍ଯ୍ୟାଳୟର ତଥ୍ୟ ଅନୁସାରେ ଆଜି ଅପରାହ୍ନ ୩ଟା ସୁଦ୍ଧା ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧ଲକ୍ଷ ୮୨ହଜାର ୮୧୫ଜଣଙ୍କୁ ମୋଟ ୧୦୯୬ଟି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିବାବେଳେ ଜିଲ୍ଲାର ଆଉ ୧ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ରହିଛି। ସେହିପରି ଜଗତସିଂହପୁରରେ ୧ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ୨୦ହଜାର ଲୋକଙ୍କୁ ୧୬୫ଟି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ସେହିପରି ପୁରୀ ଜିଲ୍ଲାରେ ୧ଲକ୍ଷ ୩୦ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏବେସୁଦ୍ଧା ୨୨,୨୫୦ଜଣଙ୍କୁ ୩୫୭ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ସେହିପରି କଟକରେ ୧ଲକ୍ଷ, ଖୋର୍ଦ୍ଧାରେ ୧.୨୦ଲକ୍ଷ, ଯାଜପୁରରେ ୧.୩୦ଲକ୍ଷ, କେନ୍ଦ୍ରାପଡ଼ାରେ ୫୦ହଜାର, ଭଦ୍ରକରେ ୪୫ହଜାର, ବାଲେଶ୍ୱରରେ ୫୮,୪୯୩ଜଣ ଓ ମୟୂରଭଞ୍ଜରେ ୭୦ହଜାର ଲୋକଙ୍କ ସମେତ ମୋଟ ୧୫ଟି ଜିଲ୍ଲାର ୧୧ଲକ୍ଷ ୫୪ହଜାର ୪୭୫ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଅପରାହ୍ନ ୩ଟା ସୁଦ୍ଧା ଏଥିରୁ ୩ଲକ୍ଷ ୩୧ହଜାର ୭୯୪ଜଣଙ୍କୁ ସ୍ଥାନାନ୍ତର କରାଯାଇ ମୋଟ ୪୮୫୨ଟି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ଏଥିରେ ୮୨୫ଟି ଅସ୍ଥାୟୀ ଆଶ୍ରୟସ୍ଥଳ ମଧ୍ୟ ସାମିଲ ଅଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ: ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

September 17, 2025

ପୂର୍ବତଟ ରେଳପଥ ଦ୍ୱାରା ପ୍ରତିରୋଧକ ସ୍ୱାସ୍ଥ୍ୟ ଶିବିର ଆୟୋଜନ

September 17, 2025

ଇଗ୍ନୋର ନାମଲେଖା ଅବଧି ଚଳିତ ସେପ୍ଟେମ୍ବର ୩୦ ତାରିଖକୁ ବୃଦ୍ଧି

September 17, 2025

ସେବା ପର୍ବ ୨୦୨୫ ଆରମ୍ଭ କଲା ନମୋ ଆପ୍

September 17, 2025
Latest News

ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ: ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

September 17, 2025

ବାଣପୁର: ‘ମା ପାଇଁ ଗଛଟିଏ” ଅଭିଯାନରେ ଭାଗନେଲେ ଖୋର୍ଦ୍ଧା ଏସପି

September 17, 2025

ପୂର୍ବତଟ ରେଳପଥ ଦ୍ୱାରା ପ୍ରତିରୋଧକ ସ୍ୱାସ୍ଥ୍ୟ ଶିବିର ଆୟୋଜନ

September 17, 2025

ଇଗ୍ନୋର ନାମଲେଖା ଅବଧି ଚଳିତ ସେପ୍ଟେମ୍ବର ୩୦ ତାରିଖକୁ ବୃଦ୍ଧି

September 17, 2025

ସେବା ପର୍ବ ୨୦୨୫ ଆରମ୍ଭ କଲା ନମୋ ଆପ୍

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.