ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ଫନି ବାତ୍ୟା ପୁରୀରେ ଭୂମିସ୍ପର୍ଶ କରିଛି। ଏହାଦ୍ବାରା ପୁରୀ ସମୁଦ୍ର ଅଶାନ୍ତ ହେବା ସହିତ ପୁରୀ ସହରର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ତ୍ତମାନ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସହିତ ପ୍ରବଳ ବର୍ଷା ହେବାରେ ଲାଗିଛି। ବର୍ତ୍ତମାନ ପୁରୀରେ ଘଣ୍ଟାକୁ 180 ରୁ 190 କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ହେଉଛି। ଏହା 210 କିଲୋମିଟର ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି। ବର୍ତ୍ତମାନ ଧିରେ ଧିରେ ଏହା ସ୍ଥଳ ଭାଗରେ ପ୍ରବେଶ କରି ତାଣ୍ଡବ ସୃଷ୍ଟି କରିବା ଆରମ୍ଭ କରିଦେଇଛି। ବର୍ତ୍ତମାନ ପୁରୀ ଭୁବନେଶ୍ବରର ରାସ୍ତାର ବିଭିନ୍ନ ସ୍ଥାନରେ ଗଛ ପଡି ଯାତାୟତ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ସେହିପରି ଭୁବନେଶ୍ବରର ରାସ୍ତାର ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଯାଇଛି। ବର୍ତ୍ତମାନ ଏପରି ତାଣ୍ଡବ ଆଜି ଅପରାହ୍ନ ପର୍ଯ୍ୟନ୍ତ ଚାଲିବା ବୋଲି ଜଣାପଡିଛି। ତେବେ ସଂପୂର୍ଣ୍ଣ ସ୍ବାଭାବିକ ହେବାକୁ ଆହୁରି ଦୁଇଦିନ ଲାଗିବ ବୋଲି କୁହାଯାଉଛି।