କରୋନା ମାମଲାରେ ସାମାନ୍ୟ ଆଶ୍ଵସ୍ତି, ୨୪ ଘଣ୍ଟା ମଧ୍ୟରେ ୧୨ ହଜାରରୁ କମ ଆକ୍ରାନ୍ତ ଚିହ୍ନଟ

Published: Jun 28, 2022, 10:46 am IST

ନୂଆଦିଲ୍ଲୀ: ଦୁନିଆର ଅନେକ ଦେଶ ଏବେବି କରୋନା ବିରୋଧରେ ଲଢେଇ ଜାରି ରଖିଛନ୍ତି। ଭାରତରେ ମଧ୍ୟ କୋଭିଡ ମାମଲାରେ ବୃଦ୍ଧି ହେତୁ ଲୋକଙ୍କ ଚିନ୍ତା ବୃଦ୍ଧି ପାଇଛି। ଅବଶ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ କରୋନା ମାମଲାରେ ହ୍ରାସ ଘଟିଥିବାର ଦେଖାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୭୯୩ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହି ସମୟରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଏହାପୂର୍ବରୁ ସୋମବାର ଦିନ କରୋନା ମାମଲାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ସୋମବାର ଦିନ ୧୭ ହଜାର ୭୩ ନୂତନ ମାମଲା ରୁଜୁ ହୋଇଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସକ୍ରିୟ ମାମଲା ୯୬ ହଜାର ୭୦୦ କୁ ବୃଦ୍ଧି ପାଇଛି।

ଦେଶରେ କରୋନାର ସର୍ବଶେଷ ଆକଳନ:

– ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ମାମଲା- ୧୧ ହଜାର ୭୯୩

– ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ- ୨୭

– ସକ୍ରିୟ ମାମଲା ସଂଖ୍ୟା- ୯୬ ହଜାର ୭୦୦

– ମୋଟ ମୃତ୍ୟୁ ସଂଖ୍ୟା- ୫ ଲକ୍ଷ ୨୫ ହଜାର ୪୭

– ମୋଟ ସଂକ୍ରମିତଙ୍କ ସଂଖ୍ୟା – ୪ କୋଟି ୩୪ ଲକ୍ଷ ୧୮ ହଜାର ୮୩୯

Related posts