Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାରୁ ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ, ବେପାରୀ ଗିରଫ
ଆଜିର ଖବର

ଖୋର୍ଦ୍ଧାରୁ ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ, ବେପାରୀ ଗିରଫ

June 28, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ନୂତନ ବ୍ରାଉନ ସୁଗାର ହବ ପାଲଟିଥିବା ବେଳେ ପ୍ରତିଦିନ ପୋଲିସ, ଅବକାରୀ, ଏସଟିଏଫ ବିଭିନ୍ନ ଅଞ୍ଚଳରୁ ବ୍ରାଉନ ସୁଗାର ଜବତ କରୁଛି। ଆଜି ପୁଣି ଖୋର୍ଦ୍ଧାରୁ ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ ହୋଇଛି।

ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଟାଉନ ଥାନା ଅନ୍ତର୍ଗତ ବରୁଣେଇ ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ଜଣେ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୪୨ ଗ୍ରାମ ବ୍ରାଉନ ସୁଗାର ଓ ଗୋଟାଏ ବାଇକ ଜବତ କରିଛି।

ଗିରଫ ଅଭିଯୁକ୍ତ ଜଣକ ହେଲେ ଜଟଣୀ ଥାନା ରଥିପୁର ଗ୍ରାମର ଶେଖ ମୁମତାଜ (୨୨)।  ଜବତ ବ୍ରାଉନ ସୁଗାର ମୂଲ୍ୟ ୪ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଅବକାରୀ ଏନଡ଼ିପିଏସ ଧାରା ୨୧ (ଖ) ଅଧିନିୟମ ଅନୁଯାୟୀ ପିଆର ନମ୍ବର ୨୨/୨୦୨୨-୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର, ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର, ବେଗୁନିଆ ଅବକାରୀ ଅଧିକାରୀ, ଖୋର୍ଦ୍ଧା ଅବକାରି ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

ଅବକାରୀ ଏସଟିଏଫ ଖୋର୍ଦ୍ଧା ପୋଲିସ ବେପାରୀ ଗିରଫ ବ୍ରାଉନ ସୁଗାର ଜବତ
Share. Facebook Twitter LinkedIn Email WhatsApp Copy Link

Related Posts

ତାଳଚେର ଷ୍ଟେସନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

March 27, 2026

ଚୀନକୁ ବଡ଼ ଝଟକା ଦେଲା: ହର୍ମୁଜ୍ ପ୍ରଣାଳୀରୁ ଫେରାଇଲା ଦୁଇଟି ବେଜିଂ ଜାହାଜ

March 27, 2026

ଜିଓ ଫାଇନାନ୍ସିଆଲ୍ – ଆଲିଆଞ୍ଜ୍ ପୁନଃବୀମା ମିଳିତ ଉଦ୍ୟୋଗର ଭାରତରେ କାର୍ଯ୍ୟ ଆରମ୍ଭ

March 27, 2026

ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

March 27, 2026
Latest News

ତାଳଚେର ଷ୍ଟେସନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

March 27, 2026

ଚୀନକୁ ବଡ଼ ଝଟକା ଦେଲା: ହର୍ମୁଜ୍ ପ୍ରଣାଳୀରୁ ଫେରାଇଲା ଦୁଇଟି ବେଜିଂ ଜାହାଜ

March 27, 2026

ଜିଓ ଫାଇନାନ୍ସିଆଲ୍ – ଆଲିଆଞ୍ଜ୍ ପୁନଃବୀମା ମିଳିତ ଉଦ୍ୟୋଗର ଭାରତରେ କାର୍ଯ୍ୟ ଆରମ୍ଭ

March 27, 2026

ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

March 27, 2026

“ହର୍ମୁଜ୍ ପଥ ଦେଇ ଭାରତ ଆସୁଛି ଆଉ ଚାରୋଟି ଏଲପିଜି ଜାହାଜ”: ବୈଦେଶିକ ମନ୍ତ୍ରଣାଳୟ

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.