Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ ସହାୟତା ପାଇବେ କୋଭିଡ୍ ରେ ଜୀବନ ହରାଇଥିବା ୧୬ ସାମ୍ବାଦିକଙ୍କ ପରିବାର 
ଆଜିର ଖବର

ସରକାରୀ ସହାୟତା ପାଇବେ କୋଭିଡ୍ ରେ ଜୀବନ ହରାଇଥିବା ୧୬ ସାମ୍ବାଦିକଙ୍କ ପରିବାର 

July 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା
ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

ନୂଆଦିଲ୍ଲୀ/ଭୁବନେଶ୍ବର: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ କମିଟିର ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଏହା ଅନ୍ତର୍ଗତ ଜୀବନ ହରାଇଥିବା ୩୫ ଜଣ ସାମ୍ବାଦିକ ପରିବାରଙ୍କୁ  ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏଥିରେ ଅନ୍ତର୍ଭୁକ୍ତ ରହିଛନ୍ତି ୧୬ ଜଣ ସାମ୍ବାଦିକଙ୍କ  ପରିବାର ଯେଉଁମାନେ କୋଭିଡ-୧୯ ହେତୁ ଜୀବନ ହରାଇଛନ୍ତି। ଏହି ସହାୟତା ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ୍ (ଜେଡବ୍ଲୁଏସ) ଅନ୍ତର୍ଗତ ପ୍ରଦାନ କରାଯିବ। ଏହି ପରିବାରଗୁଡ଼ିକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ।

ଜେଡବ୍ଲୁଏସ୍ କମିଟି ସ୍ଥାୟୀ ଭିନ୍ନକ୍ଷମତାରେ ପୀଡ଼ିତ ଥିବା ଦୁଇ ଜଣ ସାମ୍ବାଦିକଙ୍କୁ ଓ ଗୁରୁତର ରୋଗରେ ପୀଡ଼ିତ ଥିବା ପାଞ୍ଚ ଜଣ ସାମ୍ବାଦିକଙ୍କ ପାଇଁ ଜେଡବ୍ଲୁଏସ୍ ନିୟମାବଳୀ ଅନୁସାରେ ସହାୟତା ପାଇଁ ସୁପାରିଶ୍ କରିଛନ୍ତି। ଏହି ମିଟିଂରେ କମିଟି ସମୁଦାୟ ଟ.୧.୮୧ କୋଟିର ସହାୟତା ମଞ୍ଜୁର କରିଛନ୍ତି।

ଏପର୍ଯ୍ୟନ୍ତ କୋଭିଡ୍-୧୯ ହେତୁ ଜୀବନ ହରାଇଥିବା ୧୨୩ ଜଣ ସାମ୍ବାଦିକଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି। ଚଳିତ ମିଟିଂର ବର୍ତ୍ତମାନର ମଞ୍ଜୁର ସହିତ, ସମୁଦାୟ ୧୩୯ ପରିବାରକୁ ସହାୟତା ପ୍ରଦାନ କରାଯାଇଛି।

ଏହି ସ୍କିମ୍ ଅନ୍ତର୍ଗତ ସମ୍ବାଦିକଙ୍କ  ପରିବାରକୁ  ସାମ୍ବାଦିକଙ୍କ ମୃତ୍ୟୁ କ୍ଷେତ୍ରରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହା ସହିତ ସ୍ଥାୟୀ ଅକ୍ଷମତା, ଗୁରୁତର ଦୁର୍ଘଟଣା ଓ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ପାଇଁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଗତ ଆର୍ଥିକ ବର୍ଷରେ, ବିଭିନ୍ନ ବର୍ଗରେ ୧୩୪ ଜଣ ସାମ୍ବାଦିକ ଓ ତାଙ୍କର ପରିବାରକୁ ୬.୪୭ କୋଟିର ସହାୟତା ପ୍ରଦାନ କରାଯାଇଥିଲା।

ଏହି ଜେଡବ୍ଲୁଏସ କମିଟି ମିଟିଂରେ ଜୟଦୀପ ଭଟ୍ଟନାଗର, ପ୍ରମୁଖ ମହାନିର୍ଦ୍ଦେଶକ, ପିଆଇବି, ବିକ୍ରମ ସହାୟ, ଯୁଗ୍ମ ସଚିବ ଏବଂ କମିଟିର ସମ୍ବାଦିକମାନଙ୍କ ପ୍ରତିନିଧି ସନ୍ତୋଷ ଠାକୁର, ଅମିତ କୁମାର, ଉମେଶ୍ବର କୁମାର, ସର୍ଜନା ଶର୍ମା, ରାଜକିଶୋର ତିୱାରୀ ଓ ଗଣେଶ ବିଷ୍ଟ ଉପସ୍ଥିତ ଥିଲେ।

ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ୍ (ଜେଡବ୍ଲୁଏସ୍) ଅନ୍ତର୍ଗତ ସମ୍ବାଦିକ ଓ ତାଙ୍କର ପରିବାର ସହାୟତା ପାଇଁ ପିଆଇବି ର ୱେବସାଇଟ୍ https://accreditation.pib.gov.in/jws/default.aspx ରେ ଆବେଦନ କରିପାରିବେ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କୋଭିଡ୍ ସରକାରୀ ସହାୟତା
Share. Facebook Twitter LinkedIn Email WhatsApp Copy Link

Related Posts

କିପରି ମନୋନୀତ ହେବେ ବିହାରର ନୂତନ ମୁଖ୍ୟମନ୍ତ୍ରୀ?: ପୂର୍ବତନ ସାଂସଦଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

April 3, 2026

ଆଜି ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍, ପିଚ୍ ରିପୋର୍ଟ ଏବଂ ପାଣିପାଗ

April 3, 2026

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

April 3, 2026

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026
Latest News

କିପରି ମନୋନୀତ ହେବେ ବିହାରର ନୂତନ ମୁଖ୍ୟମନ୍ତ୍ରୀ?: ପୂର୍ବତନ ସାଂସଦଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

April 3, 2026

ଆଜି ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍, ପିଚ୍ ରିପୋର୍ଟ ଏବଂ ପାଣିପାଗ

April 3, 2026

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

April 3, 2026

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.