ଶିଖ୍ବିରୋଧୀ ଦଙ୍ଗା ଉପରେ କଂଗ୍ରେସ ନେତା ସାମ୍ପିଟ୍ରୋଡା ଦେଇଥିବା ବିବାଦୀୟ ମନ୍ତବ୍ୟ ପରେ ଏହି ପ୍ରସଙ୍ଗ ନେଇ ବିଜେପି କଂଗ୍ରେସକୁ ଘେରିଥିଲା । ଶେଷରେ ଏହି ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୁହଁ ଖୋଲିବା ସହ ସାମ୍ପିଟ୍ରୋଡାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶୁକ୍ରବାର ଦିନ ରାହୁଲ ଫେସ୍ବୁକରେ ଏକ ପୋଷ୍ଟ କରି ପିଟ୍ରୋଡାଙ୍କ ମନ୍ତବ୍ୟ ପାର୍ଟି ଲାଇନଠାରୁ ଭିନ୍ନ ଏବଂ ସମ୍ପୂର୍ଣ୍ଣ ଭାବେ ଭୁଲ ବୋଲି ଲେଖିଥିଲେ। ରାହୁଲ ଉଲ୍ଲେଖ କରିଥିଲେ ଯେ, ୧୯୮୪ ମସିହା ଭୟାବହ ଏବଂ ଦୁଃଖଦ ଥିଲା। ଏହି ଘଟଣା ଉପରେ ନ୍ୟାୟ ହେବା ଉଚିତ। ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କୁ ଦଣ୍ଡ ମିଳିବା ଆବଶ୍ୟକ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ମୋ ମା’ ସୋନିଆ ଗାନ୍ଧୀ ବି ଏ ନେଇ କ୍ଷମା ମାଗି ସାରିଛନ୍ତି। ଆମ ଆଭିମୁଖ୍ୟ ସ୍ପଷ୍ଟ ଯେ ୧୯୮୪ ଭଳି ଦୁଃଖଦ ଘଟଣା କେବେ ନ ଘଟିବା ଉଚିତ। ପିଟ୍ରୋଡା ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିପାଇଁ ତାଙ୍କୁ ମୁଁ କ୍ଷମା ମାଗିବାକୁ କହିଛି। ରାହୁଲଙ୍କ ସମାଲୋଚନା ପରେ ପିଟ୍ରୋଡ଼ା ନିଜର ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବା ସହ ବିଜେପି ନିଜର ବିଫଳତାକୁ ଲୁଚାଇବା ପାଇଁ ତାଙ୍କ ମନ୍ତବ୍ୟକୁ ବିବାଦୀୟ ରୂପରେ ଉପସ୍ଥାପନ କରିଛି ବୋଲି ସେ ଅଭିଯୋଗ କରିଛନ୍ତି ।
ବିବାଦୀୟ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କଲେ ସାମ୍ ପିଟ୍ରୋଡା
Published:
May 11, 2019, 6:15 pm IST
Tags: