ଭାରତରେ ନୂତନ ମାମଲାରେ ୮.୩% ହ୍ରାସ, ଗତ ୨୪ ଘଣ୍ଟାରେ ୧୫ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ

Published: Jul 19, 2022, 10:12 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫ ହଜାର ୫୨୮ ଟି ନୂଆ କରୋନା ମାମଲା ରୁଜୁ ହୋଇଥିବା ବେଳେ ମୋଟ ମାମଲା ୪ କୋଟି ୩୭ ଲକ୍ଷ ୮୩ ହଜାର ୬୨ ରେ ପହଞ୍ଚିଛି। ଅନ୍ୟପକ୍ଷରେ, ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷ ୪୩ ହଜାର ୬୫୪ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୬ ହଜାର ୧୧୧୩ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏପର୍ଯ୍ୟନ୍ତ ସମୁଦାୟ ୪ କୋଟି ୩୧ ଲକ୍ଷ ୧୩ ହଜାର ୬୨୫ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା କାରଣରୁ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ସମୁଦାୟ ୫ ଲକ୍ଷ ୨୫ ହଜାର ୭୮୫ ଜଣଙ୍କର ମୃତ୍ୟୁ ହୋଇଛି।

Related posts