ଆଜି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି । କୁଶୀନଗରଠାରେ ଏକ ରାଲିକୁ ସମ୍ବୋଧନ କରିଛନ୍ତି ମୋଦି । ଏହି ରାଲିରେ ଯୋଗ ଦେଇ ମୋଦି କଂଗ୍ରେସ ଓ ମହାମେଣ୍ଟର ସରକାର ଉପରେ ବର୍ଷିଛନ୍ତି । ଆଜି ଜମ୍ମୁର ଶୋପିଆନ ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ମୋଦି କହିଛନ୍ତି ଯେ, ଆତଙ୍କବାଦୀଙ୍କୁ ଯବାନ ଗୁଳି ମାରିବା ସ୍ୱାଭାବିକ। ହେଲେ ଏଥିପାଇଁ କଣ ନିର୍ବାଚନ କମିଶନଙ୍କ ଅନୁମତି ଦରକାର କି ବୋଲି ମୋଦି ଉପସ୍ଥିତ ଜନତାଙ୍କୁ ପ୍ରଶ୍ନ କରିଛନ୍ତି। ସେନା ଯେଉଁ ଗୁଳି ଫୁଟାଉଛି ତାହା ମୋଦି କରାଉଛି ବୋଲି କହି ବିରୋଧୀ ରାଜନୀତିକ ଡ୍ରାମା ଆରମ୍ଭ କରିଥିବା ସେ କହିଛନ୍ତି। ସେହିପରି ନିର୍ବାଚନ ଫଳାଫଳ ଉପରେ ନିଜର ମତ ରଖିଛନ୍ତି ମୋଦି । ଫଳାଫଳ ଆସିଲେ ବିରୋଧୀଙ୍କ ଅବସ୍ଥା ଜଣାପଡିବ ବୋଲି ସେ କହିଛନ୍ତି। ସାରା ଦେଶ ଏକ ମଜବୁତ ସରକାର ଗଢ଼ିବା ପାଇଁ ଭୋଟ ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ରାଜସ୍ଥାନର ଅଲବରରେ ହୋଇଥିବା ଦୁଷ୍କର୍ମ ଘଟଣାକୁ ନେଇ ମଧ୍ୟ ମୋଦୀ କଂଗ୍ରେସ ଉପରକୁ ଆକ୍ରମଣ କରିଛନ୍ତି ।
କୁଶୀନଗରଠାରେ ନିର୍ବାଚନୀ ପ୍ରଚାରରେ ଉଭୟ କଂଗ୍ରେସ ଓ ମେଣ୍ଟ ସରକାର ଉପରେ ବର୍ଷିଲେ ମୋଦି
Published:
May 13, 2019, 4:56 pm IST
Tags: