ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଶାହରୁଖ ଖାନ୍ ପୁଣି ଥରେ ବଡ଼ପରଦାରେ ଦେଖିବାକୁ ମିଳିବେ । ମିଳିଥିବା ସୂଚନା ଅନୁସାରେ ଫାରହା ଖାନ୍ଙ୍କ ପ୍ରଯୋଜିତ ଓ ରୋହିତ୍ ଶେଟ୍ଟିଙ୍କ ନିର୍ଦ୍ଦେଶିତ ତଥା ରିମେକ୍ ଫିଲ୍ମ ‘ସତ୍ତେ ପେ ସତ୍ତା’ରେ ଦୁହେଁ ନଜର ଆସିବେ । ୭୦ ଦଶକରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ନଜର ଆସିଥିଲେ ଅମିତାଭ ବଚ୍ଚନ ଓ ହେମାମାଳିନୀ । ପୂର୍ବରୁ ଶାହରୁଖ୍ – କ୍ୟାଟ୍ରିନା ୨୦୧୨ରେ ‘ଜବ୍ ତକ୍ ହୈ ଜାନ୍’ ଓ ୨୦୧୮ରେ ‘ଜିରୋ’ ଫିଲ୍ମରେ ଅଭିନୟ କରିଛନ୍ତି । ‘ଜବ ତକ୍ ହୈ ଜାନ୍’ ଫିଲ୍ମଟି ସୁପରହିଟ୍ ରହିଥିବାବେଳେ ’ଜିରୋ’ ଫିଲ୍ମଟି ବକ୍ସ ଅଫିସରେ ଅସଫଳ ରହିଥିଲା । ତେବେ ଏହି ଫିଲ୍ମ ପାଇଁ ଔପଚାରିକ ଭାବେ କିଛି ଘୋଷଣା କରାଯାଇନାହିଁ ।