ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆର ରାଷ୍ଟ୍ରଦୂତ ହରିନ୍ଦର ସିଦ୍ଧୁ ଭାରତୀୟ ନିର୍ବାଚନ ଆୟୋଗଙ୍କ ସହିତ ଇଭିଏମ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ଏହା ସହିତ ଇଭିଏମ ଉପରେ ଯେମିତି ପ୍ରଶ୍ନ କରାଯାଉଛି, ଠିକ୍ ସେମିତି ବାଲାଟ୍ ପେପରର ପ୍ରାମାଣିକତା ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇ ପାରିବ ବୋଲି କହିଛନ୍ତି ସିଦ୍ଧୁ । ଭାରତୀୟ ନିର୍ବାଚନ ଆୟୋଗର ପ୍ରଶଂସା କରି ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତ କହିଛନ୍ତି ଯେ, ଏହା ବହୁତ ପ୍ରେରଣାଦାୟୀ। ସୁବ୍ୟବସ୍ଥିତ ନିର୍ବାଚନ ଆୟୋଗ ଓ ଏହାର ଅଧିକାରୀଙ୍କ କାରଣରୁ ଏହା ସମ୍ଭବ ହୋଇପାରୁଥିବା ସେ କହିଛନ୍ତି। ଇଭିଏମ ମେସିନ ଓ ଭିଭିପାଟ୍ ସିଷ୍ଟମର ମଧ୍ୟ ପ୍ରଶଂସା କରିଛନ୍ତି ସିଦ୍ଧୁ ।
Tags: