ପ୍ରିୟଙ୍କାଙ୍କ ଉପରେ ଅସନ୍ତୋଷ ଜାହିର୍‌ କରି କଂଗ୍ରେସରୁ ଇସ୍ତଫା ଦେଲେ ନୀଲମ ମିଶ୍ରା

Published: May 13, 2019, 1:36 pm IST

ଉତ୍ତରପ୍ରଦେଶରେ କଂଗ୍ରେସ ପାର୍ଟିକୁ ବଡ ଝଟକା ଲାଗିଛି । ଭଦ୍ରୋହୀ ଜନପଦର କଂଗ୍ରେସ ଜିଲ୍ଲାଧ୍ୟକ୍ଷ ସମେତ ଅନେକ ପଦାଧିକାରୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଭଦ୍ରୋହୀ କଂଗ୍ରେସର ଅଧ୍ୟକ୍ଷ ନୀଲମ ମିଶ୍ରା କଂଗ୍ରେସ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇବା ସହିତ ନିଜର ଅସନ୍ତୋଷ ଜାହିର କରିଥିଲେ । ନୀଲମଙ୍କ କହିବା ଅନୁଯାୟୀ,  ଶନିବାର ଦିନ ସେ ଅଞ୍ଚଳର କଂଗ୍ରେସ ପ୍ରାର୍ଥୀଙ୍କ ବିପକ୍ଷରେ ପ୍ରିୟଙ୍କାଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ସେ କଥା ଶୁଣିବା ବଦଳରେ ତାଙ୍କ ବିପକ୍ଷରେ କଠୋର ଶବ୍ଦର ବ୍ୟବହାର କରିଥିଲେ । ନୀଲମ ମିଶ୍ରା କହିଥିଲେ ଯେ, ଶୁକ୍ରବାର ଦିନ କଂଗ୍ରେସ ପ୍ରାର୍ଥୀ ରମାକାନ୍ତ ଯାଦବଙ୍କ ସମର୍ଥନରେ ପ୍ରିୟଙ୍କା ଗାନ୍ଧୀଙ୍କ ଏକ ରାଲି ଆୟୋଜନ କରାଯାଇଥିଲା । କିନ୍ତୁ କୌଣସି ପଦାଧିକାରୀଙ୍କୁ ରାଲିରେ ଆମନ୍ତ୍ରଣ କରାଯାଇନଥିଲା । ଏ ସମ୍ୱନ୍ଧରେ ପ୍ରିୟଙ୍କା ଗାନ୍ଧୀଙ୍କ ପାଖରେ ଅଭିଯୋଗ ମଧ୍ୟ କରାଯାଇଥିଲା ।  ପ୍ରିୟଙ୍କାଙ୍କ ବ୍ୟବହାର ଉପରେ ନୀଲମ ମିଶ୍ରା କହିଥିଲେ କି, କଂଗ୍ରେସ ମହାସଚିବ ଆମର ଅଭିଯୋଗ ଉପରେ ଧ୍ୟାନ ଦେଇନଥିଲେ ବୋଲି କହିଥିଲେ ନୀଲମ୍‌ ।

Related posts