Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦି ସରକାରଙ୍କୁ ଝଟ୍‌କା : ଚୋକ୍‌ସୀଙ୍କ ଗିରଫକୁ ପ୍ରତ୍ୟାଖାନ କଲେ ଆଣ୍ଟିଗୁଆ ପ୍ରଶାସନ
ଆଜିର ଖବର

ମୋଦି ସରକାରଙ୍କୁ ଝଟ୍‌କା : ଚୋକ୍‌ସୀଙ୍କ ଗିରଫକୁ ପ୍ରତ୍ୟାଖାନ କଲେ ଆଣ୍ଟିଗୁଆ ପ୍ରଶାସନ

May 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଲୋକସଭା ନିର୍ବାଚନ ଚାଲୁଥିବା ସମୟରେ ପଂଜାବ ନ୍ୟାସନାଲ୍‌ ବ୍ୟାଙ୍କ୍‌ ଘୋଟାଲା ମାମଲାରେ କେନ୍ଦ୍ର ସରକାରଙ୍କୁ ଝଟ୍‌କା ଲାଗିଛି । ଏହି ଘୋଟାଲାର ମୁଖ୍ୟ ଆରୋପୀ ମେହୁଲ୍‌ ଚୋକ୍‌ସୀଙ୍କୁ ଆଣ୍ଟିଗୁଆ ପ୍ରଶାସନ ଗିରଫ କରିବାକୁ ମନା କରିଛନ୍ତି । ଚୋକ୍‌ସୀଙ୍କ ଉପରେ ସାଢେ ୧୩ କୋଟି ଅର୍ଥରାଶି ଘୋଟାଲାର ଅଭିଯୋଗ ରହିଛି । ମେହୁଲ୍‌ ଭାରତରୁ ଫେରାର୍‌ ହୋଇ ଆଣ୍ଟିଗୁଆରେ ରହୁଛନ୍ତି । ଭାରତୀୟ ଯାଞ୍ଚ ଏଜେନ୍ସି ଇଣ୍ଟରପୋଲ୍‌ଠୁ ଆଣିଥିବା ରିପୋର୍ଟରେ ଆଣ୍ଟିଗୁଆର ଇଣ୍ଟରପୋଲ୍‌ର ପବ୍ଲିକ୍ ପ୍ରୋସିକ୍ୟୁସନର ନିର୍ଦ୍ଦେଶକ ଏହି ସମ୍ବନ୍ଧୀୟ ଲିଖିତ ସୂଚନା ଦେଇଛନ୍ତି । ଏହି ରିପୋର୍ଟରେ ଆଣ୍ଟିଗୁଆ ସରକାର ଚୋକ୍‌ସୀଙ୍କୁ ଗିରଫ କରିବାକୁ ସିଧାସଳଖ ମନା କରିଛନ୍ତି । ଏହି ଘଟଣା ପରେ ଭାରତୀୟ ବିଦେଶ ମନ୍ତ୍ରାଳୟର ଅତିରିକ୍ତ ସଚିବ ମନପ୍ରୀତ୍‌ ବୋରା ଓ ଆଣ୍ଟିଗୁଆ ପ୍ରଶାସନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛନ୍ତି । ଏଥିରେ ମେହୁଲ୍‌ ଚୋକ୍‌ସୀଙ୍କ ନୂଆ ଡେଜିୟାର୍‌ ଆଣ୍ଟିଗୁଆ ପ୍ରଶାସନକୁ ଦିଆଯାଇଛି । ଏଥିରେ ମେହୁଲ୍‌ଙ୍କୁ ପାସପୋର୍ଟ ରଦ୍ଦ କରିବା ସହିତ ଔପଚାରିକ ଭାବେ ଗିରଫ୍‌ କରି ଭାରତକୁ ପ୍ରତ୍ୟର୍ପଣ କରିବାକୁ କୁହାଯାଇଛି । ଚୋକ୍‌ସୀ ୨୦୧୭ରେ ଆଣ୍ଟିଗୁଆର ନାଗରିକତ୍ବ ହାସଲ କରିଥିଲେ । ପିଏନ୍‌ବି ଘୋଟାଲ୍‌ରେ ମେହୁଲ୍‌ ଚୋକ୍‌ସୀ ଓ ତାଙ୍କ ଭଣଜା ନିରବ ମୋଦି ମୁଖ୍ୟ ଆରୋପୀ ରହିଥିଲେ । ଦୁହିଁଜଣ ଯାକ ଏହି ଘଟଣା ପରେ ଭାରତରୁ ପଳାୟନ କରିଥିଲେ । ଏହି ଘଟଣାର ଯାଞ୍ଚ ସିବିଆଇ ଓ ଇଡିର ଟିମ୍‌ ମିଳିତ ଭାବେ କରୁଛନ୍ତି । ପିଏନ୍‌ବି ଘୋଟାଲାର ଦୁଇ ପ୍ରମୁଖ ଆରୋପୀ ମେହୁଲ୍‌ ଚୋକ୍‌ସୀ ଓ ନିରବ ମୋଦିଙ୍କ ବିଦେଶ ପଳାୟନ ଚଳିତ ଥରର ଲୋକସଭା ନିର୍ବାଚନରେ ବେଶ୍‌ ଚର୍ଚ୍ଚାର ଶରବ୍ୟ ହୋଇଛି । ବିପକ୍ଷ ଏହି ପ୍ରସଙ୍ଗକୁ ନେଇ ବିଜେପି ସରକାରକୁ ଘେରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୧୧ ତାରିଖ ଶନିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ, ଜାଣନ୍ତୁ ରାଶିଫଳ

April 11, 2026

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026

ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

April 10, 2026

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

April 10, 2026
Latest News

ଆଜି ଏପ୍ରିଲ ୧୧ ତାରିଖ ଶନିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ, ଜାଣନ୍ତୁ ରାଶିଫଳ

April 11, 2026

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026

ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

April 10, 2026

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ କହିଲେ ସରକାର?

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.