ଫନି ବାତ୍ୟାର ଦଶ ଦିନ ପରେ ପୁରୀରେ ସ୍ବାଭାବିକ ହେଲା ଟ୍ରେନ୍‌ ଚଳାଚଳ

Published: May 13, 2019, 4:15 pm IST

ବାତ୍ୟା ‘ଫନି’ର ଦଶ ଦିନ ପରେ ଆଜି ପୁରୀରୁ ସ୍ୱାଭାବିକ ହୋଇଛି ଟ୍ରେନ୍ ଚଳାଚଳ। ନିର୍ଦ୍ଧାରିତ ସମୟରେ ସମସ୍ତ ପାସେଞ୍ଜର ଏବଂ ଦ୍ରୁତଗାମୀ ଟ୍ରେନ୍ ଆଜିଠାରୁ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି। କୌଣସି ଟ୍ରେନ୍‌ର ସମୟ ପରିବର୍ତ୍ତନ କରାଯାଇନି କି ଗତିପଥ ବଦଳାଯାଇ ବୋଲି ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜ୍ୟୋତି ପ୍ରକାଶ ମିଶ୍ର। ସୂଚନାଯୋଗ୍ୟ,‘ଫନି’ ପୁରୀ ସହର ପାଖାପାଖି ଲ୍ୟାଣ୍ଡଫଲ୍ କରିଥିଲା। ଏଥିରେ ପୁରୀ ସହର ସହିତ ପୂରା ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି। ଅନ୍ୟାନ୍ୟ ଜିଲ୍ଲା ଅପେକ୍ଷା ପୁରୀରେ ସର୍ବାଧିକ କ୍ଷତି ହୋଇଛି। ପୁରୀ ରେଳ ଷ୍ଟେସନ ବହୁତ କ୍ଷତିଗ୍ରସ୍ତ ହୋଇଥିଲା ।

Related posts