ମାଲକାନଗିରି ସପ୍ତଧାରା ନଦୀ ନିକଟରେ ଆଜି ମାଓବାଦୀମାନେ ଆଇଡି ବିସ୍ଫୋରଣ କରିଛନ୍ତି। ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି। ମାଲକାନଗିରି ଜୟପରୁ ମାଲକାନଗିରି ମୁଖ୍ୟ ରାସ୍ତା ନିକଟରେ ଥିବା ସପ୍ତଧାରା ନଦୀ ଅଞ୍ଚଳରେ ବିଏସଏଫ ର ଯବାନ ମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଆହତ ହୋଇଥିବା ଯବାନ୍ ଜଣକ ଜଗତ ପଲ ସିଂ ବୋଲି ଜଣାପଡ଼ିଛି।