ଇରାନର ବୈଦେଶିକ ମନ୍ତ୍ରୀ ମହମ୍ମଦ ଜବାଦ ଜରୀଫ ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଜରୀଫ ଇରାନରୁ ତୈଳ ଆମଦାନୀକୁ ନେଇ ଆମେରିକା ଲଗାଇଥିବା ପ୍ରତିବନ୍ଧକକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ଆଲୋଚନା କରିବେ। ଆଲୋଚନାରେ ଏହି ପ୍ରସଙ୍ଗରେ ପ୍ରଭାବୀ ସମାଧାନ ବାହାର କରିବା ପାଇଁ ପ୍ରୟାସ କରାଯିବ। ସୂଚନାଯୋଗ୍ୟ, ମେ ୨ରେ ଆମେରିକା ଏହି ପ୍ରତିବନ୍ଧକ ଲାଗୁ କରିବା ପରେ ଭାରତ ଜାତୀୟ ସ୍ୱାର୍ଥ ଏବଂ ବ୍ୟବସାୟ ଦୃଷ୍ଟିରୁ ଏହା ଉପରେ ବିଚାର କରିବ ବୋଲି କହିଥିଲା। ଆମେରିକା ଇରାନଠାରୁ ତୈଳ ଆମଦାନୀ କରିବା ଉପରେ ଭାରତ ସମେତ ଅନ୍ୟ ୭ଟି ଦେଶକୁ ମିଳୁଥିବା ରିହାତି ବନ୍ଦ କରିବା ପାଇଁ ଘୋଷଣା କରିଥିଲା।
Tags: