Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫୧ ବର୍ଷରେ ପାଦ ଦେଲେ ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦିକ୍ଷୀତ୍‌
ଆଜିର ଖବର

୫୧ ବର୍ଷରେ ପାଦ ଦେଲେ ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦିକ୍ଷୀତ୍‌

May 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଜି ହେଉଛି ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦିକ୍ଷୀତ୍‌ଙ୍କ ଜନ୍ମଦିନ। ୧୯୬୭ ମସିହାରେ ଆଜିର ଦିନରେ ମୁମ୍ବାଇଠାରେ ଏହି ଅଭିନେତ୍ରୀ ଜଣକ ଜନ୍ମ ହୋଇଥିଲେ। ଫିଲ୍ମି ବ୍ୟାକ୍‌ ଗ୍ରାଉଣ୍ଡରୁ ନ ଆସି ମଧ୍ୟ ବଲିଉଡ଼ରେ ପ୍ରାୟ ତିନି ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହି ବହୁ ହିଟ୍‌ ଫିଲ୍ମ ଦେଇ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। କେବଳ ବଡ଼ ପରଦା ନୁହେଁ ଛୋଟ ପରଦାରେ ମଧ୍ୟ ବେଶ୍‌ ଆକ୍ଟିଭ  ଏହି ଅଭିନେତ୍ରୀଜଣକ। ଆଜି ବି ନିଜର ଜବରଦସ୍ତ ଡ୍ୟାନ୍ସର ଯାଦୁରେ ଦର୍ଶକଙ୍କୁ ମତୁଆଲା କରୁଛନ୍ତି ମାଧୁରୀ। ୧୯୮୪ ମସିହାରେ ’ଅବୋଧ’ ଜରିଆରେ ବଲିଉଡ୍‌ ଡେବ୍ୟୁ କରିଥିବା ମାଧୁରୀ କିନ୍ତୁ ’ତେଜାବ୍‌’ ଫିଲ୍ମରେ ଲୋକପ୍ରିୟତା ପାଇଥିଲେ। ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ’ରାମ ଲକ୍ଷନ’, ‘ତ୍ରିଦେବ’, ‘କ୍ରିଶନ କହ୍ନେଇୟା’, ’ଦିଳ୍‌’, ‘ସାଜନ୍‌’, ’ବେଟା,’ ‘ଖଲନାୟକ୍‌’, ‘ହମ୍‌ ଆପକେ ହୈ କୌନ୍‌’, ’ରାଜା’, ’ଦିଲ୍‌ ତୋ ପାଗଲ୍‌ ହୈ’, ’ପ୍ରେମ ପ୍ରତିଜ୍ଞା’, ‘ଫରିନ୍ଦା, ‘ପ୍ରହାର,’ ’ଅନଜାମ୍‌’, ’ମୃତ୍ୟୁଦଣ୍ଡ’, ’ପୁକାର୍‌’, ’ଲଜ୍ଜା’, ’ଦେବଦାସ୍‌’, ‘ଆଜା ନଚ୍‌ଲେ’, ‘ଡେଡ୍‌ ଇଶ୍କିୟା’, ‘ଗୁଲାବ ଗ୍ୟାଙ୍ଗ୍‌’ ‘ଟୋଟାଲ୍‌ ଧମାଲ୍‌’ ପ୍ରମୁଖ ଫିଲ୍ମରେ ଅଭିନୟ କରିଛନ୍ତି। ଛୋଟପରଦାରେ ନୃତ୍ୟଭିତ୍ତିକ ରିଅଲିଟି ଶୋ’ରେ ବିଚାରକ ଭାବେ ନଜର ଆସି ବେଶ୍‌ ଚର୍ଚ୍ଚାରେ ରହିଛନ୍ତି ମାଧୁରୀ । ମାଧୁରୀ ଦିକ୍ଷୀତ୍‌ ଶ୍ରୀରାମ ମାଧବ ନେନେଙ୍କୁ ବିବାହ କରିଥିବାବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ବଲିଉଡ୍‌ରେ ଏହି ଅଭିନେତ୍ରୀଙ୍କୁ ତାଙ୍କର ୫୧ତମ ଜନ୍ମଦିବସ ଅବସରରେ ଅନେକ ଅନେକ ଶୁଭେଚ୍ଛା।

birthday madhuridixit thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଗାଁରେ ପହଞ୍ଚିବେ ସରକାର, ପ୍ରତି ପଞ୍ଚାୟତରେ ଜନକଲ୍ୟାଣ ଶିବିର

June 20, 2026

ବ୍ଲକ ଅଧ୍ୟକ୍ଷାଙ୍କ ଘର ଉପରକୁ ଗୁଳିମାଡ଼

June 20, 2026

ରାଉରକେଲାରେ ଡବଲ୍ ଏନକାଉଣ୍ଟର

June 20, 2026

୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ଏହି ୮ ଖେଳାଳି ନିଶ୍ଚିତ!: ଜାଣନ୍ତୁ ତାଲିକା

June 20, 2026
Latest News

ଗାଁରେ ପହଞ୍ଚିବେ ସରକାର, ପ୍ରତି ପଞ୍ଚାୟତରେ ଜନକଲ୍ୟାଣ ଶିବିର

June 20, 2026

ବ୍ଲକ ଅଧ୍ୟକ୍ଷାଙ୍କ ଘର ଉପରକୁ ଗୁଳିମାଡ଼

June 20, 2026

ରାଉରକେଲାରେ ଡବଲ୍ ଏନକାଉଣ୍ଟର

June 20, 2026

୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ଏହି ୮ ଖେଳାଳି ନିଶ୍ଚିତ!: ଜାଣନ୍ତୁ ତାଲିକା

June 20, 2026

ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ସିକିଲ ସେଲ ସଚେତନତା ଦିବସ ପାଳିତ

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.