Categories
ଭିଡ଼ିଓ

ମୁମ୍ବାଇର ଏକ ବିବାହ ଭୋଜିରେ ସ୍ବାମୀ ଶ୍ରୀରାମ ମାଧବ ନେନେଙ୍କ ସହିତ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ

Mumbai: Actress Madhuri Dixit with husband Sriram Madhav Nene at the wedding reception of filmmaker Sooraj Barjatya’s son Devaansh Barjatya in Mumbai (Photo: IANS)

Categories
ଆଜିର ଖବର

୫୧ ବର୍ଷରେ ପାଦ ଦେଲେ ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦିକ୍ଷୀତ୍‌

ଆଜି ହେଉଛି ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦିକ୍ଷୀତ୍‌ଙ୍କ ଜନ୍ମଦିନ। ୧୯୬୭ ମସିହାରେ ଆଜିର ଦିନରେ ମୁମ୍ବାଇଠାରେ ଏହି ଅଭିନେତ୍ରୀ ଜଣକ ଜନ୍ମ ହୋଇଥିଲେ। ଫିଲ୍ମି ବ୍ୟାକ୍‌ ଗ୍ରାଉଣ୍ଡରୁ ନ ଆସି ମଧ୍ୟ ବଲିଉଡ଼ରେ ପ୍ରାୟ ତିନି ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହି ବହୁ ହିଟ୍‌ ଫିଲ୍ମ ଦେଇ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। କେବଳ ବଡ଼ ପରଦା ନୁହେଁ ଛୋଟ ପରଦାରେ ମଧ୍ୟ ବେଶ୍‌ ଆକ୍ଟିଭ  ଏହି ଅଭିନେତ୍ରୀଜଣକ। ଆଜି ବି ନିଜର ଜବରଦସ୍ତ ଡ୍ୟାନ୍ସର ଯାଦୁରେ ଦର୍ଶକଙ୍କୁ ମତୁଆଲା କରୁଛନ୍ତି ମାଧୁରୀ। ୧୯୮୪ ମସିହାରେ ’ଅବୋଧ’ ଜରିଆରେ ବଲିଉଡ୍‌ ଡେବ୍ୟୁ କରିଥିବା ମାଧୁରୀ କିନ୍ତୁ ’ତେଜାବ୍‌’ ଫିଲ୍ମରେ ଲୋକପ୍ରିୟତା ପାଇଥିଲେ। ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ’ରାମ ଲକ୍ଷନ’, ‘ତ୍ରିଦେବ’, ‘କ୍ରିଶନ କହ୍ନେଇୟା’, ’ଦିଳ୍‌’, ‘ସାଜନ୍‌’, ’ବେଟା,’ ‘ଖଲନାୟକ୍‌’, ‘ହମ୍‌ ଆପକେ ହୈ କୌନ୍‌’, ’ରାଜା’, ’ଦିଲ୍‌ ତୋ ପାଗଲ୍‌ ହୈ’, ’ପ୍ରେମ ପ୍ରତିଜ୍ଞା’, ‘ଫରିନ୍ଦା, ‘ପ୍ରହାର,’ ’ଅନଜାମ୍‌’, ’ମୃତ୍ୟୁଦଣ୍ଡ’, ’ପୁକାର୍‌’, ’ଲଜ୍ଜା’, ’ଦେବଦାସ୍‌’, ‘ଆଜା ନଚ୍‌ଲେ’, ‘ଡେଡ୍‌ ଇଶ୍କିୟା’, ‘ଗୁଲାବ ଗ୍ୟାଙ୍ଗ୍‌’ ‘ଟୋଟାଲ୍‌ ଧମାଲ୍‌’ ପ୍ରମୁଖ ଫିଲ୍ମରେ ଅଭିନୟ କରିଛନ୍ତି। ଛୋଟପରଦାରେ ନୃତ୍ୟଭିତ୍ତିକ ରିଅଲିଟି ଶୋ’ରେ ବିଚାରକ ଭାବେ ନଜର ଆସି ବେଶ୍‌ ଚର୍ଚ୍ଚାରେ ରହିଛନ୍ତି ମାଧୁରୀ । ମାଧୁରୀ ଦିକ୍ଷୀତ୍‌ ଶ୍ରୀରାମ ମାଧବ ନେନେଙ୍କୁ ବିବାହ କରିଥିବାବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ବଲିଉଡ୍‌ରେ ଏହି ଅଭିନେତ୍ରୀଙ୍କୁ ତାଙ୍କର ୫୧ତମ ଜନ୍ମଦିବସ ଅବସରରେ ଅନେକ ଅନେକ ଶୁଭେଚ୍ଛା।