
ନୂଆଦିଲ୍ଲୀ: ସେମାନେ ଦୀର୍ଘ ୫୨ ବର୍ଷ ଧରି ତ୍ରିରଙ୍ଗା ଉଡାଇ ନାହାଁନ୍ତି। ହେଲେ ଏବେ ସେମାନେ ହର ଘର ତ୍ରିରଙ୍ଗା ସ୍ଲୋଗାନ ଦେଉଛନ୍ତି। ଏପରି ଏକ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। କର୍ଣ୍ଣାଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଏହି ପତାକା ଉଡାଇବାକି ଲକ୍ଷଲକ୍ଷ ଲୋକ ବଳିଦାନ ଦେଇଛନ୍ତି। ହେଲେ ଗୋଟିଏ ସଂଗଠନ ଏହାକୁ ବିରୋଧ କରିଆସୁଛି।
ସେ ପ୍ରରୋକ୍ଷରେ ଆରଏସଏସ କୁ ଟ୍ୟାର୍ଗେଟ କରି କହିଛନ୍ତି ଯେ, ନାଗପୁର କାର୍ଯ୍ୟଳୟରେ ୫୨ ବର୍ଷ ଧରି ତ୍ରିରଙ୍ଗା ଉଡିପାରିଲା ନାହିଁ। ଏ ପର୍ଯ୍ୟନ୍ତେ ସେହି ସଂଗଠନର କର୍ମି ସେମାନଙ୍କର ସାମାଜିକ ଗଣମାଧ୍ୟମରେ ତ୍ରିରଙ୍ଗାକୁ ସ୍ଥାନିତ କରି ନାହାଁନ୍ତି। ତେଣୁ ସେହିପରି ସଂଗଠନରୁ ଆସିଥିବା ନେତା ଏବେ କହୁଛନ୍ତି ହରଘର ତ୍ରିରଙ୍ଗା।