
ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ବୁଧବାର ଦିନ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଳମ୍ବରେ ପହଞ୍ଚିବା ନେଇ ପୂର୍ବାନୁମାନ କରିଛି। ଆଇଏମଡିର ପୂର୍ବାନୁମାନ ଅନୁସାରେ ଚଳିତ ବର୍ଷ ଜୁନ୍ ୬ରେ ମୌସୁମୀ କେରଳ ଛୁଇଁବ। ମୌସୁମୀ ପ୍ରାୟେ ସପ୍ତାହେ ବିଳମ୍ବରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି। ଆସନ୍ତା ମେ ୧୮ ଓ ମେ ୧୯ ମଧ୍ୟରେ ମୌସୁମୀ ଆଣ୍ଡାମାନ – ନିକୋବର ଛୁଇଁବ ବୋଲି ଅନୁମାନ କରାଯାଉଛି। ତେବେ ବିଳମ୍ବରେ ମୌସୁମୀ ପହଞ୍ଚିଲେ ବି ଚଳିତ ବର୍ଷ ସ୍ବାଭାବିକ ବର୍ଷା ହେବ ବୋଲି ଆଶା କରାଯାଉଛି। ଜୁନ୍ ୨୯ରେ ଦିଲ୍ଲୀ-ଏନ୍ସିଆରରେ ମୌସୁମୀ ପହଞ୍ଚିବ ବୋଲି ଅନୁମାନ କରାଯାଇଛି।