ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପ୍ରଭାବିତ ହେବ ଟ୍ରେନ୍ ସେବା

Published: Aug 8, 2022, 4:44 pm IST

ଭୁବନେଶ୍ବର: ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ପରିସୀମା ମଧ୍ୟରେ ନାଗପୁର ରେଳମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି 6 ରୁ 14 ଅଗଷ୍ଟ, 2022 ମଧ୍ୟରେ ନିମ୍ନଲିଖିତ ଅନୁଯାୟୀ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଉତ୍ପନ୍ନ ଏବଂ ଯାତ୍ରା ସମାପ୍ତ କରୁଥିବା କିଛି ଟ୍ରେନ୍ ବାତିଲ୍ ହେବ …

20813/20814 ପୁରୀ-ଯୋଧପୁର-ପୁରୀ ଏକ୍ସପ୍ରେସ ପୁରୀରୁ 10 ଅଗଷ୍ଟ ଏବଂ ଯୋଧପୁରରୁ 13 ଅଗଷ୍ଟ 2022 ରେ ବାତିଲ ରହିବ।

20823/20824 ପୁରୀ-ଅଜମେର-ପୁରୀ ଏକ୍ସପ୍ରେସ 8 ରୁ 11 ଅଗଷ୍ଟ ଦିନ ପୁରୀରୁ ଏବଂ 11 ଏବଂ 16 ଅଗଷ୍ଟ 2022 ଦିନ ଅଜମେରରୁ ବାତିଲ ରହିବ।

22973/22974 ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ 10 ଅଗଷ୍ଟ ଦିନ ଗାନ୍ଧୀଧାମ ରୁ ଏବଂ 13 ଅଗଷ୍ଟ 2022 ରେ ପୁରୀରୁ ବାତିଲ ରହିବ।

12145/12146 ମୁମ୍ବାଇ ଏଲଟିଟି-ପୁରୀ-ଏଲଟିଟି ଏକ୍ସପ୍ରେସ 7 ଅଗଷ୍ଟ ଦିନ ଏଲଟିଟିରୁ ଏବଂ 9 ଅଗଷ୍ଟ 2022 ରେ ପୁରୀରୁ ବାତିଲ ରହିବ।

ଏହା ବ୍ୟତୀତ ଦକ୍ଷିଣ ପୂର୍ବ ରେଳ ପରିସୀମା ମଧ୍ୟରେ ଆଦ୍ରI ରେଳ ମଣ୍ଡଳରେ ଆଧୁନିକୀକରଣ କାର୍ଯ୍ୟ ହେତୁ ନିମ୍ନଲିଖିତ ଅନୁଯାୟୀ କିଛି ଟ୍ରେନ୍ ପ୍ରଭାବିତ ହେବ …

12801 ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ 10 ଅଗଷ୍ଟ 2022 ରେ ପୁରୀରୁ ଛାଡୁଥିବା ଟ୍ରେନ ପୁରୁଲିଆ-ବୋକାରୋ ଷ୍ଟିଲ ସିଟି-ରାଜାବେରା-ଗୋମୋ ବଦଳରେ ପୁରୁଲିଆ-ଆଦ୍ର-ଭୋଜୁଡି-ଖାନୋଡିହ-ଗୋମୋହ ଦେଇ ପରିବର୍ତିତ ମାର୍ଗରେ ଯାତ୍ରା କରିବ।

Related posts