Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଧାନ ପରିଷଦର ନେତା ପଦରୁ ଇସ୍ତଫା ଦେଲେ ସ୍ଵତନ୍ତ୍ର ଦେବ ସିଂ, କେଶବ ମୌର୍ଯ୍ୟଙ୍କୁ ମିଳିଲା ଦାୟିତ୍ଵ
ଆଜିର ଖବର

ବିଧାନ ପରିଷଦର ନେତା ପଦରୁ ଇସ୍ତଫା ଦେଲେ ସ୍ଵତନ୍ତ୍ର ଦେବ ସିଂ, କେଶବ ମୌର୍ଯ୍ୟଙ୍କୁ ମିଳିଲା ଦାୟିତ୍ଵ

August 10, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଜେପି ସହ ଜଡିତ ଏକ ବଡ ଖବର ଆସୁଛି। ୟୁପି ବିଧାନ ପରିଷଦରେ ଗୃହର ନେତା ସ୍ଵତନ୍ତ୍ର ଦେବ ସିଂ ଗୃହର ନେତା ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟସ୍ତତା ତାଙ୍କ ଇସ୍ତଫା ପଛର କାରଣ ବୋଲି ସ୍ଵତନ୍ତ୍ର ଦେବ ଉଲ୍ଲେଖ କରିଛନ୍ତି। ନିକଟରେ ସେ କ୍ୟାବିନେଟ ମନ୍ତ୍ରୀ ତଥା ବିଧାନ ପରିଷଦର ନେତା ଭାବରେ ମନୋନୀତ ହୋଇଥିଲେ। ସ୍ଵତନ୍ତ୍ର ଦେବଙ୍କ ଇସ୍ତଫା ପରେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଏହି ବଡ ଦାୟିତ୍ଵ ଦିଆଯାଇଛି।

ୟୁପି ବିଧାନ ପରିଷଦର ବାଚସ୍ପତି ସ୍ଵତନ୍ତ୍ର ଦେବ ସିଂଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେଇ କେଏମ ସିଂ କହିଛନ୍ତି ଯେ, ସେ ୟୁପି ବିଧାନ ପରିଷଦରେ ଗୃହର ନେତା ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ବ୍ୟସ୍ତତା କାରଣରୁ ସେ ଇସ୍ତଫା ଦେଇଛନ୍ତି। ତାଙ୍କ ପରେ ଏହି ଦାୟିତ୍ୱ ବର୍ତ୍ତମାନ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଦିଆଯାଇଛି। କେଶବ ମୌର୍ଯ୍ୟଙ୍କୁ ବିଧାନ ପରିଷଦରେ ଗୃହର ନେତା କରାଯାଇଛି। ଅନ୍ୟପକ୍ଷରେ ସ୍ଵତନ୍ତ୍ର ଦେବ ସିଂଙ୍କ ହଠାତ୍ ଇସ୍ତଫା ଯୋଗୁଁ ରାଜନୈତିକ ମହଲରେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଏହି ଦାୟିତ୍ୱ ଦିଆଯିବା ପରେ ସ୍ଵତନ୍ତ୍ର ଦେବ ସିଂ ଖୁସି ବ୍ୟକ୍ତ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ମାନ୍ୟବର କେଶବ ପ୍ରସାଦ ମୌର୍ଯ୍ୟ ଜୀଙ୍କୁ ବିଧାନ ପରିଷଦରେ ଗୃହର ନେତା ହେବାରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।

ସ୍ଵତନ୍ତ୍ର ଦେବ ସିଂ ବିଜେପିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ପୂରଣ କରିଛନ୍ତି। ଯୋଗୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ତାଙ୍କୁ ପରିବହନ ବିଭାଗର ଦାୟିତ୍ୱ ଦିଆଯାଇଥିଲା, ଏହା ପରେ ତାଙ୍କୁ ବିଜେପି ରାଜ୍ୟ ସଭାପତି କରାଯାଇଥିଲା। ଯୋଗୀ ୨.୦ରେ ମଧ୍ୟ ତାଙ୍କୁ ଏକ ବଡ ଦାୟିତ୍ଵ ଦେଇ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା। ସେ ଯୋଗୀ ସରକାରରେ ଜଳଶକ୍ତି ମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରୁଛନ୍ତି।

ଇସ୍ତଫା ଉତ୍ତରପ୍ରଦେଶ କେଶବ ପ୍ରସାଦ ମୌର୍ଯ୍ୟ ବିଜେପି ବିଧାନ ପରିଷଦ ସ୍ଵତନ୍ତ୍ର ଦେବ ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.