ପୁଣି ଆସୁଛି ଆଉ ଏକ ଲଘୁଚାପ, ଅଗଷ୍ଟ ୧୯ ବେଳକୁ ଉତ୍ତର ବଙ୍ଗୋପସାଗର ହେବ ସୃଷ୍ଟି

Published: Aug 16, 2022, 10:53 pm IST

ଭୁବନେଶ୍ବର: ଗତ କିଛି ଦିନ ଧରି ଓଡିଶାର ଲଗାତର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏପରି ପରିସ୍ଥିତିରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ କହିଛି।

ସେହି ଅନୁସାରେ ଆସନ୍ତା ୧୯ ଅଗଷ୍ଟ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ ଅଗଷ୍ଟରୁ ପୁଣି ଥରେ ବର୍ଷାର ପ୍ରକୋପ ଆରମ୍ଭ ହେବ। ଏହା ୧୯ ଏବଂ ୨୦ ତାରିଖରେ ପ୍ରବଳରୁ ପ୍ରବଳତର ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Related posts