ସେପ୍ଟେମ୍ବର ୪ ରେ ଏହି ରାଜ୍ୟରେ ପୁନର୍ବାର ହେବ NEET ପରୀକ୍ଷା

Published: Aug 28, 2022, 8:35 pm IST

ନୂଆଦିଲ୍ଲୀ: ଗତ ମାସରେ କେରଳର କୋଲ୍ଲମ ଜିଲ୍ଲାର ଏକ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ଛାତ୍ରୀମାନଙ୍କ ଅନ୍ତ ବସ୍ତ୍ର କାଢିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଥିଲା। ସେଥିପାଇଁ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (NTA) ପୁନର୍ବାର NEET ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। ପୁନର୍ବାର ଏହି ପରୀକ୍ଷା ସେପ୍ଟେମ୍ବର ୪ ତାରିଖରେ ଅନୁଷ୍ଠିତ ହେବ ବୋଲି ସୂତ୍ରରୁ ପ୍ରକାଶ।

“ପ୍ରଭାବିତ ଛାତ୍ରୀମାନଙ୍କୁ ସେପ୍ଟେମ୍ବର ୪ ତାରିଖରେ କୋଲ୍ଲମରେ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (NEET) ରେ ହାଜର ହେବାକୁ ଅନୁମତି ମିଳିଛି। କୋଲ୍ଲମ ବ୍ୟତୀତ ରାଜସ୍ଥାନର ଦୁଇଟି କେନ୍ଦ୍ର, ମଧ୍ୟପ୍ରଦେଶର ଦୁଇଟି ଏବଂ ଉତ୍ତରପ୍ରଦେଶର ଗୋଟିଏ କେନ୍ଦ୍ରରେ ପ୍ରଭାବିତ ପରୀକ୍ଷାର୍ଥୀଙ୍କ ପାଇଁ ପୁନଃ ପରୀକ୍ଷା କରାଯିବ।

ଏହି ରାଜ୍ୟରେ ହେବ ପୁନଃ ପରୀକ୍ଷା:

କେରଳର ଗୋଟିଏ କେନ୍ଦ୍ର (କୋଲ୍ଲମ)
ରାଜସ୍ଥାନର ଦୁଇଟି କେନ୍ଦ୍ର।
ମଧ୍ୟପ୍ରଦେଶର ଦୁଇଟି କେନ୍ଦ୍ର।
ଉତ୍ତରପ୍ରଦେଶର ଗୋଟିଏ କେନ୍ଦ୍ର।

ସୂଚନାଯୋଗ୍ୟ, ଜୁଲାଇ ୧୭ ତାରିଖରେ କୋଲ୍ଲମ ଜିଲ୍ଲାର ଏକ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ଝିଅମାନଙ୍କୁ ଅନ୍ତ ବସ୍ତ୍ର କାଢିବାକୁ ବାଧ୍ୟ କରାଯିବା ନେଇ ସାରା ଦେଶରେ ବିରୋଧ କରାଯାଇଥିଲା।

ପରୀକ୍ଷାରେ ତ୍ରୁଟି ନିବାରଣ ପାଇଁ ସର୍ଚ୍ଚ କରିବା ନାମରେ ସେମାନଙ୍କ ଅନ୍ତଃ ବସ୍ତ୍ର କାଢିଥିବାରୁ ପାଞ୍ଚ ଜଣ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଥିଲା।

ତିନି ଘଣ୍ଟାରୁ ଅଧିକ ସମୟ ଧରି ଅନ୍ତଃ ବସ୍ତ୍ର ବିନା ପରୀକ୍ଷା ଗୃହରେ ବସିବାର ତିକ୍ତ ଅନୁଭୂତିରୁ ମୁକ୍ତି ପାଇ ପାରି ନାହିଁ ବୋଲି ଜଣେ ୧୭ ବର୍ଷୀୟ ଛାତ୍ରୀର ବାପା ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାର ତଦନ୍ତ ପାଇଁ ଏନଟିଆଇ ଦ୍ୱାରା କମିଟି ଗଠନ କରାଯାଇଥିଲା।

Related posts