ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ଦକ୍ଷିଣ ଆଣ୍ଡାମାନରେ କିଛି ଅଂଚଳରେ ବର୍ଷା ହେବ । ତେବେ ମୌସୁମୀ ସମ୍ପୁର୍ଣ୍ଣ ଆଣ୍ଡାମାନକୁ ଛୁଇଁବାକୁ ଆସନ୍ତା ୩ରୁ ୪ ଦିନ ସମୟ ଲାଗିବ । ଆଇଏମଡି ଆକଳନ ଅନୁଯାୟୀ, ମୌସୁମୀ ଜୁନ ୬ରେ କେରଳ ଛୁଇଁପାରେ । ଆସନ୍ତା ଜୁନ୍ ୧୦ରେ ମୌସୁମୀ ଓଡ଼ିଶା ଉପକୂଳ ଛୁଇଁପାରେ ବୋଲି ସୂଚନା ରହିଥିଲା, କିନ୍ତୁ ଏବେ ବିଳମ୍ବରେ ଓଡ଼ିଶାକୁ ଛୁଇଁବ ବୋଲି ପାଣିପାଗ ବିଭାଗ କହିଛି । ତେବେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହରି ଜାରି ରହିଛି । ଆଉ ୩ଦିନ ପାଇଁ ରାଜ୍ୟରେ ହିଟ୍ ୱେଭ୍ ରହିବା ସହ ଅପରାହ୍ନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି ।
Tags: