Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦିଙ୍କ କେଦାରନାଥ ଓ ବଦ୍ରିନାଥ ଯାତ୍ରାକୁ ନେଇ ଇସିଙ୍କ ନିକଟରେ ଅଭିଯୋଗ କଲା ଟିଏମ୍‌ସି
ଆଜିର ଖବର

ମୋଦିଙ୍କ କେଦାରନାଥ ଓ ବଦ୍ରିନାଥ ଯାତ୍ରାକୁ ନେଇ ଇସିଙ୍କ ନିକଟରେ ଅଭିଯୋଗ କଲା ଟିଏମ୍‌ସି

May 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
tmc
ମମତା ବାନାର୍ଜୀଙ୍କୁ ବଡ଼ ଝଟକା: ଫାଲଟା ଆସନରେ ନିର୍ବାଚନ ଲଢିବାକୁ ମନା କଲେ ଟିଏମସି ପ୍ରାର୍ଥୀ

ଚଳିତ ଲୋକସଭାର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଆଜି ଅନୁଷ୍ଠିତ ହେଉଛି। କିନ୍ତୁ ନିର୍ବାଚନ ପ୍ରଚାରର ଶେଷ ଦିନ ପରେ ମୋଦି ଦୁଇ ଦିନ ଧରି କେଦାରନାଥ ଯାତ୍ରା କରି ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି। ଏହାକୁ ନେଇ ଟିଏମ୍‌ସି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି। ମୋଦୀଙ୍କ କେଦାରନାଥ ଯାତ୍ରାର ଟିଭି ପ୍ରସାରଣ ନିର୍ବାଚନ ଆଚରଣ ସଂହିତାର ଉଲ୍ଲଙ୍ଘନ କରୁଛି ବୋଲି ଟିଏମସି ଅଭିଯୋଗ ଆଣିଛି ଏବଂ ଏନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛି। ଟିଏମସି ନିର୍ବାଚନ ଆୟୋଗଙ୍କୁ ପତ୍ର ଲେଖି ଅଭିଯୋଗ କରିଛି କି, ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ସମାପ୍ତ ହୋଇଯାଇଛି। କିନ୍ତୁ ମୋଦି ଆଶ୍ଚର୍ଯ୍ୟଜନକ ଭାବରେ ଦୁଇ ଦିନ ଧରି କେଦାରନାଥ ଯାତ୍ରା କରି ଗଣମାଧ୍ୟମର ଧ୍ୟାନ କେନ୍ଦ୍ରୀତ କରୁଛନ୍ତି। ସେ କେଦାରନାଥରେ ବିକାଶର ପରିଯୋଜନାକୁ ସମୀକ୍ଷା କରିବା ସହିତ ଜନତା ଓ ଗଣମାଧ୍ୟମକୁ ସମ୍ବୋଧନ କରିଛନ୍ତି। ଏଭଳି କରି ମୋଦି ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ବୋଲି ଆରୋପ ଲଗାଇଛି ଟିଏମ୍‌ସି। ଏଭଳି କରିବା ନିର୍ବାଚନ ଆଚରଣ ସଂହିତାର ଉଲ୍ଲଙ୍ଘନ ବୋଲି ଦର୍ଶାଉଛି ତେଣୁ ନିର୍ବାଚନ ଆୟୋଗ ଏନେଇ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବୀ କରିଛି। ତେବେ ନିର୍ବାଚନ କମିଶନ ମୋଦିଙ୍କୁ କେଦାରନାଥ ଓ ବଦ୍ରିନାଥ ଧାମ ଯାତ୍ରାର ଅନୁମତି ଦେଇଥିଲେ। ଏହା ସହିତ ୨୦୧୯ ନିର୍ବାଚନର ଆଚାର ସଂହିତା ପ୍ରଭାବଶାଳୀ ରହିଛି ବୋଲି ମଧ୍ୟ ସୂଚନା ଦେଇଥିଲେ। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଏବେ କଡା ଟକ୍କର ଚାଲିଛି। ନିର୍ବାଚନର ଶେଷ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୯ଟି ଆସନରୁ ମତଗ୍ରହଣ କରାଯାଉଛି। ତେବେ ଦୁଇଦିନିଆ ଯାତ୍ରା ପାଇଁ ମୋଦି ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

complain ec Modi thesamikhsya TMC
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ

August 6, 2026

ରଣପୁରରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

August 6, 2026

ଆଞ୍ଚଳିକ ଦଳଗୁଡ଼ିକର ଚାନ୍ଦାରେ ଉଲ୍ଲେଖନୀୟ ବୃଦ୍ଧି: ସର୍ବାଧିକ ଡିଏମକେ, ଜାଣନ୍ତୁ ବିଜେଡ଼ି କୁ କେତେ?

August 6, 2026

ସ୍ମୃତି, ସମ୍ମାନ ଓ ସ୍ୱାଗତର ମିଳନ: ରାଜସୁନାଖଳା ଡାଏଟରେ ଆୟୋଜିତ ସମ୍ବର୍ଦ୍ଧନା ସଭା

August 6, 2026
Latest News

ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ

August 6, 2026

ରଣପୁରରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

August 6, 2026

ଆଞ୍ଚଳିକ ଦଳଗୁଡ଼ିକର ଚାନ୍ଦାରେ ଉଲ୍ଲେଖନୀୟ ବୃଦ୍ଧି: ସର୍ବାଧିକ ଡିଏମକେ, ଜାଣନ୍ତୁ ବିଜେଡ଼ି କୁ କେତେ?

August 6, 2026

ସ୍ମୃତି, ସମ୍ମାନ ଓ ସ୍ୱାଗତର ମିଳନ: ରାଜସୁନାଖଳା ଡାଏଟରେ ଆୟୋଜିତ ସମ୍ବର୍ଦ୍ଧନା ସଭା

August 6, 2026

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ କୃଷକ ସଚେତନତା କାର୍ଯ୍ୟକ୍ରମ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.