
କୃଷ୍ଣସାର ମୃଗ ହତ୍ୟା ମାମଲାରେ ରାଜସ୍ଥାନ ହାଇକୋର୍ଟ ସୈଫ୍ ଅଲ୍ଲୀ ଖାନ୍, ସୋନାଲି ବେନ୍ଦ୍ରେଙ୍କ ସମେତ ୫ ଜଣଙ୍କୁ ନୂତନ ନୋଟିସ୍ ଜାରି କରିଛି। କୋର୍ଟ ସୈଫ୍ ଏବଂ ସୋନାଲିଙ୍କ ବ୍ୟତୀତ ନୀଲମ, ତବୁ ଏବଂ ଦୁଷ୍ୟନ୍ତ ସିଂଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାରୁ ଛାଡ ପାଇବା ପାଇଁ ଏହି ୫ ଜଣ ଆବେଦନ କରିବା ଯୋଗୁଁ କୋର୍ଟ ପକ୍ଷରୁ ଏହି ନୂତନ ନୋଟିସ୍ ପଠାଯାଇଛି। ‘ହମ୍ ସାଥ୍ ସାଥ୍ ହୈ’ ସେଟ୍ରେ ହୋଇଥିବା ଏହି ଘଟଣାରୁ ମୁକ୍ତ ହେବା ପାଇଁ ଆବେଦନକୁ ବିରୋଧ କରି ରାଜସ୍ଥାନ ସରକାରଙ୍କ ପକ୍ଷରୁ ଆବେଦନ କରାଯିବା ପରେ କୋର୍ଟ ଏହି ନୋଟିସ୍ ଜାରି କରିଥିଲେ। ଏହି ପାଞ୍ଚ ଜଣଙ୍କୁ ଦୁଇ ମାସ ପରେ ହେବାକୁ ଥିବା ଶୁଣାଣିରେ ଯୋଗ ଦେବା ପାଇଁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆାଯାଇଛି। ପୂର୍ବରୁ ବଲିଉଡ୍ ଅଭିନେତା ସଲ୍ମାନ ଖାନ୍ଙ୍କୁ ଏହି ମାମଲାରେ ପାଞ୍ଚ ବର୍ଷର ଜେଲ ଦଣ୍ଡାଦେଶ ହୋଇଛି।