ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୧୬୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୨୫ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୯୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୮ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧
ବାଲେଶ୍ଵର ଜିଲ୍ଲାରୁ- ୮
ବରଗଡ ଜିଲ୍ଲାରୁ- ୨
ଭଦ୍ରକ ଜିଲ୍ଲାରୁ- ୧
ବଲାଙ୍ଗୀରି ଜିଲ୍ଲାରୁ- ୧
ବୌଦ୍ଧ ଜିଲ୍ଲାରୁ- ୫
କଟକ ଜିଲ୍ଲାରୁ- ୧୧
ଦେବଗଡ ଜିଲ୍ଲାରୁ- ୨
ଢେଙ୍କାନାଳ ଜିଲ୍ଲାରୁ- ୨
ଗଜପତି ଜିଲ୍ଲାରୁ- ୩
ଯାଜପୁର ଜିଲ୍ଲାରୁ- ୬
ଝାରସୁଗୁଡା ଜିଲ୍ଲାରୁ- ୧
କଳାହାଣ୍ଡି ଜିଲ୍ଲାରୁ- ୧
କେନ୍ଦ୍ରପଡା ଜିଲ୍ଲାରୁ- ୩
ଖୋର୍ଦ୍ଧା ଜିଲ୍ଲାରୁ- ୨୪
କୋରାପୁଟ ଜିଲ୍ଲାରୁ- ୧
ମୟୂରଭଞ୍ଜ ଜିଲ୍ଲାରୁ- ୫
ନବରଙ୍ଗପୁର ଜିଲ୍ଲାରୁ- ୨
ନୟାଗଡ ଜିଲ୍ଲାରୁ- ୧୩
ନୂଆପଡା ଜିଲ୍ଲାରୁ- ୩
ପୁରୀ ଜିଲ୍ଲାରୁ- ୩
ରାୟଗଡା ଜିଲ୍ଲାରୁ- ୪
ସମ୍ବଲପୁର ଜିଲ୍ଲାରୁ- ୧୯
ସୋନପୁର ଜିଲ୍ଲାରୁ- ୫
ସୁନ୍ଦରଗଡ ଜିଲ୍ଲାରୁ- ୨୨
ଷ୍ଟେଟ ପୁଲରୁ- ୬
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୩ ହଜାର ୩୩୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୨ ହଜାର ୮୪୯ ଏବଂ ବର୍ତ୍ତମାନ ୧୪୩୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।