
ଭୁବନେଶ୍ବର: ଆସନ୍ତା ୧ ଅକ୍ଟୋବରରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। କାରଣ ସେହି ସମୟକୁ ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି। ଫଳରେ ୧ ଅକ୍ଟୋବର ପରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ।
ବର୍ତ୍ତମାନ ରାଜ୍ୟରେ ପୂଜା ମାହୋଲ ଆରମ୍ଭ ହୋଇଯାଇଥିବା ବେଳେ ଏହି ବର୍ଷା ଆୟୋଜକଙ୍କୁ ଚିନ୍ତାର କାରଣ ପାଲଟିଛି। ଯଦି ଏହି ଘୂର୍ଣ୍ଣିବଳୟ ଲଘୁଚାପକୁ ରୂପାନ୍ତରିତ ହୁଏ ତେବେ ପରିମାଣ ବଢିବା ସହିତ ଲଗାତର ଭାବେ ବର୍ଷା ହେବ ବୋଲି ସମ୍ଭାବନା ରହିଛି।