ଆଜି ସ୍ୱଚ୍ଛ ସହର ସମ୍ବାଦ ଏବଂ ପ୍ରଯୁକ୍ତି ପ୍ରଦର୍ଶନୀର ହେଲା ଶୁଭାରମ୍ଭ

Published: Sep 30, 2022, 12:07 am IST

ଭୁବନେଶ୍ବର: କେନ୍ଦ୍ର ବାସଗୃହ ଏବଂ ସହରାଞ୍ଚଳ ବ୍ୟାପାର ତଥା ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ଏସ ପୁରୀ ଆଜି ଭାରତର ମୁକ୍ତାକାଶ ଶୌଚମୁକ୍ତ (ଓଡିଏଫ)ର ଉଲ୍ଲେଖନୀୟ ଯାତ୍ରା ସଂପର୍କରେ ଉଲ୍ଲେଖ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଦେଶରେ ୨୦୧୪ ମସିହା ଅଗଷ୍ଟ ୧୫ ତାରିଖ ଦିନ ସ୍ୱଚ୍ଛ ଭାରତ ଅଭିଯାନ ବିଷୟ ଉଲ୍ଲେଖ କରିଥିଲେ ସେତେବେଳେ ୨୦୧୯ ମସିହା ଅକ୍ଟୋବର ମାସ ସୁଦ୍ଧା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସମଗ୍ର ଦେଶକୁ ମୁକ୍ତାକାଶ ଶୌଚମୁକ୍ତ କରିବା ଆବଶ୍ୟକତା ସଂପର୍କରେ ଅବତାରଣା କରିଥିଲେ। ଏଭଳି ବ୍ୟାପକ ପରିବର୍ତ୍ତନ ପୂର୍ବରୁ କେବେ କଳ୍ପନା ସୁଦ୍ଧା କରାଯାଇନଥିଲା। ସେପର୍ଯ୍ୟନ୍ତ ଦେଶରେ ପରିମଳ ଦିଗରେ ଖୁବ୍ କମ୍ କାର୍ଯ୍ୟସୁଫଳତା ପ୍ରାପ୍ତ ହୋଇଥିଲା ଏବଂ ଭାରତ ଏହି ଓଡିଏଫ୍ ଲକ୍ଷ୍ୟକୁ ପରବର୍ତ୍ତୀ ପାଞ୍ଚବର୍ଷ ମଧ୍ୟରେ ହାସଲ କରାଯାଇପାରିଥିଲା କାରଣ ଏହି ଅଭିଯାନ ଏକ ‘ସରକାରୀ କାର୍ଯ୍ୟକ୍ରମ’ ପରିବର୍ତ୍ତେ ଏକ ‘ଜନ ଆନ୍ଦୋଳନ’ରେ ପରିଣତ ହୋଇପାରିଥିଲା।

ଆଜି ସ୍ୱଚ୍ଛ ସହର ସମ୍ବାଦ ଏବଂ ପ୍ରଯୁକ୍ତି ପ୍ରଦର୍ଶନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ବାସଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରୀ କହିଲେ ଯେ ଏସବିଏମ ଅଧୀନରେ କରାଯାଇଥିବା ପ୍ରୟାସର ଫଳଶ୍ରୁତି ସ୍ୱରୂପ ଭାରତର ସମସ୍ତ ୪,୩୭୨ଟି ସହରାଞ୍ଚଳ ପୌର ସଂସ୍ଥା (୧୦୦୫)କୁ ଏବେ ମୁକ୍ତାକାଶ ଶୌଚମୁକ୍ତ (ଓଡିଏଫ) ଭାବେ ଘୋଷଣା କରାଯାଇପାରିଛି। ଏଥିପାଇଁ ଆମେ କେବଳ ୭୩.୪୫ ଲକ୍ଷ ବ୍ୟକ୍ତିଗତ ଏବଂ ଗୋଷ୍ଠୀ ଶୌଚାଗାର ନିର୍ମାଣ କରିନାହୁଁ, ଅପର ପକ୍ଷେ ଆମେ ସହରାଞ୍ଚଳରେ ବସବାସ କରୁଥିବା ଗରିବ କୋଟି କୋଟି ଗରିବ ଲୋକମାନଙ୍କ ମର୍ଯ୍ୟାଦା ଏବଂ ସ୍ୱାସ୍ଥ୍ୟକୁ ମଧ୍ୟ ପୁନଃସଂସ୍ଥାପିତ କରିପାରିଛୁ ଏବଂ ସେଥି ମଧ୍ୟରେ ଦିବ୍ୟାଙ୍ଗ ଜନ ମଧ୍ୟ ସାମିଲ। ସେହି ସମୟରେ, ସହରାଞ୍ଚଳ ପୌର ସଂସ୍ଥାଗୁଡ଼ିକର ବର୍ଜ୍ୟ ପ୍ରକ୍ରିୟାକରଣ କ୍ଷମତା ୨୦୧୪ ମସିହାରେ ମାତ୍ର ୧୮ ପ୍ରତିଶତ ଥିବାବେଳେ ବର୍ତ୍ତମାନ ତାହା ୭୩%କୁ ବୃଦ୍ଧି ପାଇଛି। ଆମେ ଯଥା ଶୀଘ୍ର ଏହାକୁ ୧୦୦% ରେ ପହଞ୍ଚାଇବା ଦିଗରେ ଏହି କାର୍ଯ୍ୟକ୍ରମକୁ ପ୍ରବର୍ତ୍ତନ କରିଚାଲିଛୁ।

ସ୍ୱଚ୍ଛ ସହର ସମ୍ବାଦ ଏବଂ ପ୍ରଯୁକ୍ତି ପ୍ରଦର୍ଶନକୁ ମନ୍ତ୍ରୀ ହରଦୀପ ଏସ ପୁରୀ ଆଜି ଉଦ୍‌ଘାଟନ କରିଥିଲେ। କେନ୍ଦ୍ର ବାସଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀ ମନୋଜ ଯୋଶୀ, ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ, ରାଜ୍ୟ ସରକାରମାନଙ୍କ ପ୍ରତିନିଧି ତଥା ଅନ୍ୟ ହିତଧାରକମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଏକ ସର୍କୁଲାର ଅର୍ଥନୀତି ପାଇଁ ‘ବର୍ଜ୍ୟ’କୁ ‘ସଂପଦ’ରେ ପରିଣତ କରିବା ଏବଂ ଏକ ‘ବର୍ଜ୍ୟମୁକ୍ତ ଭାରତ ଗଠନ’ କରିବା ନିମନ୍ତେ ସରକାରଙ୍କ ପ୍ରୟାସର ଗୁରୁତ୍ୱ ଉପରେ ଅବତାରଣା କରି ହରଦୀପ ଏସ ପୁରୀ କହିଲେ ଯେ ‘ଭାରତ ଏ ଦିଗରେ ତା’ର ପରବର୍ତ୍ତୀ ସ୍ୱଚ୍ଛତା ଯାତ୍ରା ସ୍ୱଛ ଭାରତ ଅଭିଯାନ (ସହରାଞ୍ଚାଳ) ୨.୦ ଭାବେ ଆରମ୍ଭ କରୁଛ। ଆମେ ଏବେ ଓଡିଏଫ ଭାରତ ଠାରୁ ‘ବର୍ଜ୍ୟମୁକ୍ତ ଭାରତ’ ଲକ୍ଷ୍ୟ ହାସଲ କରିବାକୁ ମସୁଧା କରିଛୁ। ସେ ଆହୁରି କହିଲେ ଯେ ଏହି ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇସାରିଛି ଏବଂ ଏଥିପାଇଁ ସାମଗ୍ରିକ ଭାବେ ପ୍ରଥମ ଅଭିଯାନ ତୁଳନାରେ ପ୍ରାୟ ୨.୫ ଗୁଣ ଅଧିକ ଅଥ ବରାଦ କରାଯାଇଛି। ଏଭଳି ବଜେଟ ବୃଦ୍ଧିର ଏକ ସକାରାତ୍ମକ ଦିଗଟି ହେଲା ଏହାଯେ ଭାରତର ଜନସାଧାରଣଙ୍କ ଉପରେ ସରକାର ତାଙ୍କର ଆସ୍ଥା ଦୃଢ଼ ଭାବେ ସ୍ଥାପନ କରିଛନ୍ତି। ଏସବିଏମ (ୟୁ)ର ମାନସିକତାକୁ ଜାରି ରଖିବା ମାନସିକତାର ସହ ପରବର୍ତ୍ତୀ ସ୍ୱଚ୍ଛତା ଯାତ୍ରାକୁ ‘ବର୍ଜ୍ୟରୁ ସଂପଦ’ ଧାରଣା ଉପରେ ଆଧାରିତ କରାଯାଇଛି ଏବଂ ସର୍କୁଲାର ଅର୍ଥନୀତିର ନୀତିକୁ ଆହରଣ କରିବା ଏହାର ମୌଳିକ ବୈଶିଷ୍ଟ୍ୟ।

ଏହି କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଶ୍ରୀ ପୁରୀ ସ୍ୱଚ୍ଛ ଭାରତ ଅଭିଯାନର ପ୍ରମୁଖ କାର୍ଯ୍ୟକ୍ରମ ଏବଂ ପ୍ରୟାସ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସେ କହିଥିଲେ ଯେ ଦେଶର ପ୍ରତ୍ୟେକ ସହରରେ ବସ୍ତୁ ରିକଭରୀ ସୁବିଧା (ଏମଆରଏଫ)ମାନ ସ୍ଥାପନ କରାଯାଉଛି ଯଦ୍ୱାରା ଶୁଖିଲା ବର୍ଜ୍ୟକୁ ପୃଥକ୍ କରିବା, ପ୍ରକ୍ରିୟା କରିବା ଏବଂ ପୁନଃଚକ୍ରଣ କରିବା ଏବଂ ନିର୍ମାଣ ଓ ଭଙ୍ଗା (ସି ଆଣ୍ଡ୍ ଡି) ବର୍ଜ୍ୟ ପ୍ରକ୍ରିୟାକରଣ/ ଅପ୍‌ସାଇକ୍ଲିଂ ସୁବିଧା ସ୍ଥାପନ କରାଯାଇପାରିବ।

‘ଲକ୍ଷ୍ୟ ଜିରୋ ଡମ୍ପ୍‌ସାଇଟ୍ ଚାଲେଞ୍ଜ୍‌’ ସଂପର୍କରେ ଅବତାରଣା କରି ମନ୍ତ୍ରୀ ଶ୍ରୀ ପୁରୀ କହିଲେ ଯେ ସମସ୍ତ ପୁରୁଣା ଡମ୍ପ୍ ସାଇଟ୍‌ମାନଙ୍କରେ ୧୬ କୋଟି ମେଟ୍ରିକ୍ ଟନ୍ ବର୍ଜ୍ୟ ମହଜୁଦ ରହିଛି ଏବଂ ତାହା ୧୫,୦୦୦ ଏକର ଗୁରୁତ୍ୱପୂର୍ଣ୍ଣ ଭୂମିକୁ ଅକ୍ତିଆର କରିବସିଛି। ଏହାକୁ ମିଶନ୍ ଅବଧି ମଧ୍ୟରେ ଉଦ୍ଧାର କରିବାର ସମାଧାନ ସୂତ୍ର ବାହାର କରାଯିବ। ସେ କହିଲେ ଯେ ‘ମୁଁ ଗର୍ବର ସହିତ କହିବାକୁ ଚାହେଁ ଯେ ୧୦୦୦ ଲିଗାସି ଡମ୍ପ୍‌ସାଇଟ୍ ପାଇଁ କାର୍ଯ୍ୟ ଯୋଜନା – ଯେଉଁଥିରେ ଦିଲ୍ଲୀର ଡମ୍ପ୍‌ସାଇଟ୍ ସାମିଲ- ସେଥିରେ ୧୨.୮ କୋଟି ମେଟ୍ରିକ୍ ଟନ୍ ବର୍ଜ ରହିଛି ଏବଂ ଏହାକୁ ଏମଓଏଚୟୁଏ ମଂଜୁରୀ ପ୍ରଦାନ କରିଛି। ଏଥିପାଇଁ ମୋଟ ପ୍ରକଳ୍ପ ମୂଲ୍ୟ ୮୦୦୦ କୋଟି ଟଙ୍କାରୁ ଅଧିକ ହେବ ଏବଂ କେନ୍ଦ୍ର ସରକାର ଏଥିପାଇଁ ପ୍ରାୟ ୩୦୦୦ କୋଟି ଟଙ୍କା ପ୍ରଦାନ କରୁଛି।

ଦେଶର ବଡ଼ ବଡ଼ ସହରମାନଙ୍କରେ ବାୟୋ- ମେଥାନେସନ୍ ପ୍ଲାଣ୍ଟ୍ ଏବଂ ବର୍ଜ୍ୟରୁ ଶକ୍ତି ଉତ୍ପାଦନ ପ୍ଲାଣ୍ଟ୍‌ମାନ ନିର୍ମାଣ କରାଯାଉଛି ବୋଲି ସେ ସୂଚାଇଥିଲେ।

ସ୍ୱଚ୍ଛ ସହର ସମ୍ବାଦ ଏବଂ ପ୍ରଯୁକ୍ତି ପ୍ରଦର୍ଶନୀ ଆଜି ଉଦ୍ଘାଟିତ ହୋଇଛି ଏବଂ ଏହା ସ୍ୱଚ୍ଛ ଭାରତ ଅଭିଯାନ ସହରାଞ୍ଚଳ ୨.୦ର ଦକ୍ଷତା ନିର୍ମାଣର ଏକ ଉପକ୍ରମ ଯାହାକି ରାଜ୍ୟ ଏବଂ ସହରମାନଙ୍କୁ ନିକଟରେ ହୋଇଥିବା ବର୍ଜ୍ୟ ପରିଚାଳନା ସଂକ୍ରାନ୍ତ ସକଳ ପ୍ରକାର ବିକାଶ ସଂପର୍କରେ ସୁପରିଚିତ ତଥା ସକ୍ଷମ କରାଇବ। ଏହା ଏକ ଉଚ୍ଚ ଗୁଣାତ୍ମକ ମାନଯୁକ୍ତ ପ୍ରଯୁକ୍ତି ଓ ପ୍ରଶାସନିକ ଆଲୋଚନା ଯାହା ବିଶେଷ ଭାବେ ପୌର କ୍ଷେତ୍ରର କଠିନ ବର୍ଜ୍ୟ ଏବଂ ତରଳ ବର୍ଜ୍ୟକୁ ପରିଚାଳନା କରିବା ସଂକ୍ରାନ୍ତ ପ୍ରସଙ୍ଗ ଉପରେ ଆଧାରିତ ଏବଂ ତାହା ରାଜ୍ୟ ଓ ସହରମାନଙ୍କୁ ନିଜ ନିଜର ବର୍ଜମୁକ୍ତ ସ୍ଥିତିକୁ ହାସଲ କରିବା ଯାତ୍ରାରେ ଥିବା ରଣନୀତି ପ୍ରସ୍ତୁତ କରିବା, ଶ୍ରେଷ୍ଠ କାର୍ଯ୍ୟାବଳୀ ଆହରଣ ଏବଂ ଏ ଦିଗରେ ଥିବା ଚାଲେଞ୍ଜଗୁଡ଼ିକର ମୁକାବିଲା କରିବାକୁ ସକ୍ଷମ କରାଇବ।

ସେହିଭଳି ପ୍ରଯୁକ୍ତି ପ୍ରଦର୍ଶନରେ ସାରା ଦେଶର ବର୍ଜ୍ୟ ପରିଚାଳନା ପ୍ରସଙ୍ଗରେ ସେହି ବର୍ଗର ଶ୍ରେଷ୍ଠ ମଡ଼େଲମାନ ପ୍ରଦର୍ଶନ କରାଯାଇଛିି ଯାହାକି ସମ୍ବାଦର ଅଂଶବିଶେଷ। ପ୍ରାୟ ୩୫ଟି ପ୍ରଯୁକ୍ତି ଯୋଗାଣକାରୀ ସଂସ୍ଥା ସେମାନଙ୍କର ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଯୁକ୍ତିର ପ୍ରଦର୍ଶନ କରୁଛନ୍ତି। କଠିନ ବର୍ଜ୍ୟ ପରିଚାଳନା/ ପରିମଳର ବିଭିନ୍ନ ପ୍ରସଙ୍ଗ ଉପରେ କାର୍ଯ୍ୟକାରୀ ମଡେଲଗୁଡ଼ିକ ପ୍ରଦର୍ଶିତ ହୋଇଛି। ସେଥି ମଧ୍ୟରେ ଆଇଟି ଏବଂ ଜିଆଇଏସ ଆଧାରିତ ପ୍ରୟୋଗ, ବ୍ୟବହୃତ ଜଳର ପରିଚାଳନା, ପ୍ୟାକେଜିଂ ସୁବିଧା ଏବଂ ୩ଆର (ରିଡ୍ୟୁସ୍ – ରିସାଇକ୍ଲ – ରିୟୁଜ୍‌), ପୌର କଠିନ ବର୍ଜ୍ୟର ପ୍ରକ୍ରିୟାକରଣ, ମୋବାଇଲ୍ ଏବଂ ବହନକ୍ଷମ ୟୁନିଟ୍‌, ବର୍ଜ୍ୟ ଏବଂ ନିରାକରଣ ବ୍ୟବସ୍ଥାର ନିର୍ମାଣ ଏବଂ ଏହାକୁ ଭାଙ୍ଗିବା ଆଦି ସାମିଲ।

ସେହିଭଳି ମିଶନ ପ୍ରୟାସ ଉପରେ ପ୍ରସଙ୍ଗ ଆଧାରିତ ପ୍ରଦର୍ଶନୀମାନ ଆୟୋଜିତ ହୋଇଛି ଏବଂ ସେଥିରେ ବର୍ଜ୍ୟମୁକ୍ତ ସହର, ଆକା„ୀ ଶୌଚାଗାର, ବ୍ୟବହୃତ ଜଳ ପରିଚାଳନା ଆଦି ସାମିଲ।

Related posts