Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇସ୍ତଫା ଦେଲେ କଂଗ୍ରେସର ତିନି ମୁଖପାତ୍ର, ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେଙ୍କ ପାଇଁ କରିବେ ପ୍ରଚାର
ଆଜିର ଖବର

ଇସ୍ତଫା ଦେଲେ କଂଗ୍ରେସର ତିନି ମୁଖପାତ୍ର, ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେଙ୍କ ପାଇଁ କରିବେ ପ୍ରଚାର

October 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦବୀ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ହେଉଛି। ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଖଡଗେଙ୍କ ସହ ଏହି ସାମ୍ବାଦିକ ସମ୍ମିଳନୀରେ ଦୀପେନ୍ଦର ହୁଡା, ଗୌରବ ବଲ୍ଲଭ ଏବଂ ନାସିର ହୁସେନ୍ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ କଂଗ୍ରେସର ତିନିଜଣ ମୁଖପାତ୍ର ଇସ୍ତଫା ଦେଇଥିବା ଜାଣିବାକୁ ମିଳିଛି। ବର୍ତ୍ତମାନ ଏହି ତିନି ମୁଖପାତ୍ର ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିବେ।

ଇସ୍ତଫା ଦେଇଥିବା ମୁଖପାତ୍ରଙ୍କ ମଧ୍ୟରେ ଗୌରବ ବଲ୍ଲଭ, ଦୀପେନ୍ଦର ହୁଡା ଏବଂ ନାସିର ହୁସେନ୍ ଅଛନ୍ତି। ଏଥିପାଇଁ ଦଳର ମୁଖପାତ୍ର ଗୌରବ ବଲ୍ଲବ କହିଛନ୍ତି ଯେ, କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ ଦଳର ମୁଖପାତ୍ର ପଦରୁ ଇସ୍ତଫା ଦେଇଛୁ ଏବଂ ଖଡଗେଙ୍କ ପ୍ରଚାର ପାଇଁ ଆହୁରି କାର୍ଯ୍ୟ କରିବୁ। ଏହା ପରେ ବର୍ତ୍ତମାନ କଂଗ୍ରେସ ଦଳ ଆନୁଷ୍ଠାନିକ ଭାବେ ମଲ୍ଲିକାର୍ଜୁନ ଖଡଗେଙ୍କୁ ସମର୍ଥନ କରୁଛି।

ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, କଠିନ ସଂଘର୍ଷ ପରେ ମୁଁ ଏଠାରେ ପହଞ୍ଚିଛି। ମୋର ପୂରା ସମୟ କାର୍ଯ୍ୟ କରିବାର ଅଭ୍ୟାସ ଅଛି। ତେଣୁ ଶଶି ଥରୁରଙ୍କ ପରିବର୍ତ୍ତନ ଉପରେ ପ୍ରତିକ୍ରିୟା ପ୍ରକାଶ କରିବାବେଳେ ସେଇଟା ତାଙ୍କର ବିଚାର ବୋଲି କହିଛନ୍ତି। ୯ ହଜାର ୩୦୦ ପ୍ରତିନିଧି ନିଷ୍ପତ୍ତି ନେବେ। ଏହା ଘରର ବିଷୟ। ମୁଁ ଏକୁଟିଆ କରିବି ନାହିଁ, କମିଟିର ସମସ୍ତେ ଏକାଠି ନିଷ୍ପତ୍ତି ନେବେ।

ମଲ୍ଲିକାର୍ଜୁନ୍ ଖଡଗେ କହିଛନ୍ତି ଯେ ଗାନ୍ଧୀ ପରିବାର ଏହି ଦେଶ ପାଇଁ ବଳିଦାନ ଦେଇଛନ୍ତି। ଦଶ ବର୍ଷ ଧରି କଂଗ୍ରେସ ସରକାରରେ ଥିବା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବାକୁ ଚେଷ୍ଟା କରିନାହାଁନ୍ତି କିମ୍ବା ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚେଷ୍ଟା କରିନାହାଁନ୍ତି। ଆଜି ବି ରାହୁଲ ଗାନ୍ଧୀ ‘ଭାରତ ଯୋଡ ଯାତ୍ରା’ କରୁଛନ୍ତି। ମୁଁ ନିଶ୍ଚିତ ଭାବରେ ତାଙ୍କ ସହ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବି।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ରେଳରେ ବିଦ୍ୟୁତୀକରଣ ଦ୍ୱାରା ଡିଜେଲ ବ୍ୟବହାର ୧୭୮ କୋଟି ଲିଟରକୁ ହ୍ରାସ

February 12, 2026

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କେରଳ ରାଜ୍ୟପାଳଙ୍କ ସହ ମତବିନିମୟ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

February 12, 2026

ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ

February 12, 2026
Latest News

ଭାରତୀୟ ରେଳରେ ବିଦ୍ୟୁତୀକରଣ ଦ୍ୱାରା ଡିଜେଲ ବ୍ୟବହାର ୧୭୮ କୋଟି ଲିଟରକୁ ହ୍ରାସ

February 12, 2026

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କେରଳ ରାଜ୍ୟପାଳଙ୍କ ସହ ମତବିନିମୟ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

February 12, 2026

ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ

February 12, 2026

ଆସନ୍ତାକାଲି ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.