ଇସ୍ତଫା ଦେଲେ କଂଗ୍ରେସର ତିନି ମୁଖପାତ୍ର, ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେଙ୍କ ପାଇଁ କରିବେ ପ୍ରଚାର

Published: Oct 2, 2022, 2:40 pm IST

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦବୀ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ହେଉଛି। ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଖଡଗେଙ୍କ ସହ ଏହି ସାମ୍ବାଦିକ ସମ୍ମିଳନୀରେ ଦୀପେନ୍ଦର ହୁଡା, ଗୌରବ ବଲ୍ଲଭ ଏବଂ ନାସିର ହୁସେନ୍ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ କଂଗ୍ରେସର ତିନିଜଣ ମୁଖପାତ୍ର ଇସ୍ତଫା ଦେଇଥିବା ଜାଣିବାକୁ ମିଳିଛି। ବର୍ତ୍ତମାନ ଏହି ତିନି ମୁଖପାତ୍ର ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିବେ।

ଇସ୍ତଫା ଦେଇଥିବା ମୁଖପାତ୍ରଙ୍କ ମଧ୍ୟରେ ଗୌରବ ବଲ୍ଲଭ, ଦୀପେନ୍ଦର ହୁଡା ଏବଂ ନାସିର ହୁସେନ୍ ଅଛନ୍ତି। ଏଥିପାଇଁ ଦଳର ମୁଖପାତ୍ର ଗୌରବ ବଲ୍ଲବ କହିଛନ୍ତି ଯେ, କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ ଦଳର ମୁଖପାତ୍ର ପଦରୁ ଇସ୍ତଫା ଦେଇଛୁ ଏବଂ ଖଡଗେଙ୍କ ପ୍ରଚାର ପାଇଁ ଆହୁରି କାର୍ଯ୍ୟ କରିବୁ। ଏହା ପରେ ବର୍ତ୍ତମାନ କଂଗ୍ରେସ ଦଳ ଆନୁଷ୍ଠାନିକ ଭାବେ ମଲ୍ଲିକାର୍ଜୁନ ଖଡଗେଙ୍କୁ ସମର୍ଥନ କରୁଛି।

ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, କଠିନ ସଂଘର୍ଷ ପରେ ମୁଁ ଏଠାରେ ପହଞ୍ଚିଛି। ମୋର ପୂରା ସମୟ କାର୍ଯ୍ୟ କରିବାର ଅଭ୍ୟାସ ଅଛି। ତେଣୁ ଶଶି ଥରୁରଙ୍କ ପରିବର୍ତ୍ତନ ଉପରେ ପ୍ରତିକ୍ରିୟା ପ୍ରକାଶ କରିବାବେଳେ ସେଇଟା ତାଙ୍କର ବିଚାର ବୋଲି କହିଛନ୍ତି। ୯ ହଜାର ୩୦୦ ପ୍ରତିନିଧି ନିଷ୍ପତ୍ତି ନେବେ। ଏହା ଘରର ବିଷୟ। ମୁଁ ଏକୁଟିଆ କରିବି ନାହିଁ, କମିଟିର ସମସ୍ତେ ଏକାଠି ନିଷ୍ପତ୍ତି ନେବେ।

ମଲ୍ଲିକାର୍ଜୁନ୍ ଖଡଗେ କହିଛନ୍ତି ଯେ ଗାନ୍ଧୀ ପରିବାର ଏହି ଦେଶ ପାଇଁ ବଳିଦାନ ଦେଇଛନ୍ତି। ଦଶ ବର୍ଷ ଧରି କଂଗ୍ରେସ ସରକାରରେ ଥିବା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବାକୁ ଚେଷ୍ଟା କରିନାହାଁନ୍ତି କିମ୍ବା ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚେଷ୍ଟା କରିନାହାଁନ୍ତି। ଆଜି ବି ରାହୁଲ ଗାନ୍ଧୀ ‘ଭାରତ ଯୋଡ ଯାତ୍ରା’ କରୁଛନ୍ତି। ମୁଁ ନିଶ୍ଚିତ ଭାବରେ ତାଙ୍କ ସହ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବି।

Related posts