ଭାରତ ଯୋଡ ପଦଯାତ୍ରା ବେଳେ ମହିଳାଙ୍କ ମାସ୍କକୁ ଭଲରେ ବାନ୍ଧିଦେଲେ ରାହୁଳ ଗାନ୍ଧୀ

Published: Oct 7, 2022, 3:22 pm IST

ନୂଆଦିଲ୍ଲୀ: ବର୍ତ୍ତମାନ କଂଗ୍ରେସର ଭାରତ ଯୋଡ ପଦଯାତ୍ରାକୁ ନେଇ ଚାରିଆଡେ ଚାଲିଛି ଚର୍ଚ୍ଚା। ତେବେ ଏହି ଯାତ୍ରା ସମୟରେ ଯେଉଁ ଛୋଟଛୋଟ ଘଟଣା ଆସୁଛି ତାହାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଛି। ଏପରିକି ସୋସିଆଲ ମିଡିଆରେ ରାହୁଳ ଗାନ୍ଧୀଙ୍କ ଏପରି ଫଟୋ ବେଶ ଭାଇରାଲ ହେବାରେ ଲାଗିଛି।

ସେହିପରି ଏକ ଘଟଣା ଘଟିଛି କର୍ଣ୍ଣାଟକ ପଦଯାତ୍ରା ବେଳେ। ରାହୁଳ ଗାନ୍ଧୀ ପୁରା ଜୋସରେ ପଦଯାତ୍ରା କରୁଥିବା ବେଳେ ଜଣେ ମହିଳା ମାସ୍କ ପିନ୍ଧି ତାଙ୍କ ପାଖକୁ ଆସିଲେ। ରାହୁଳଙ୍କୁ ସେ କିଛି ଖୁସିରେ କହୁଥିବା ବେଳେ ତାଙ୍କ ମାସ୍କ ତଳକୁ ଖସିପଡୁଥିଲା। ବାରମ୍ବାର ଏପରି ଘଟିବାରୁ ରାହୁଳ ତାଙ୍କୁ ତାଙ୍କ ମାସ୍କ ବାନ୍ଧିଦେବାକୁ ନିଜେ ଆଗଭର ହେଲେ।

ମହିଳାଙ୍କ ଅନୁମିତ ନେଇ ରାହୁଳ ତାଙ୍କ ମାସ୍କ ଭଲରେ ବାନ୍ଧିବା ପାଇଁ ତାଙ୍କ ପଛକୁ ଗଲେ। ମାସ୍କର ଥିବା ଫିତା ଢିଲା ହୋଇଥିବାରୁ ମହିଳାଙ୍କ ମୁହଁରେ ସେ ମାସ୍କ ରହୁ ନ ଥିଲା। ରାହୁଳ ସେହି ଫିତାରେ ଆଉ ଗୋଟେ ଗଣ୍ଠି ପକାଇ ମାସ୍କକୁ ଟାଇଟ କଲେ। ଏହି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି।

Related posts