ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି, ଯାତାୟତ ବାଧାପ୍ରାପ୍ତ

Published: Oct 20, 2022, 12:53 pm IST

ଭୁବନେଶ୍ବର: ଆଜି ସକାଳୁ ରାଜ୍ୟର କିଛି ଜିଲ୍ଲାରେ କୁହୁଡି ଦୃଶ୍ୟମାନ ହୋଇଛି। ମୁଖ୍ୟତଃ ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ପ୍ରଭୃତି ଜିଲ୍ଲାରେ ଏହି କୁହୁଡି ପରିଲକ୍ଷିତ ହୋଇଛି। ଏପରିକି ରାସ୍ତାଘାଟ ଦେଖିବା ମଧ୍ୟ ସମ୍ଭବ ନ ଥିଲା। ଫଳରେ ସାଧାରଣ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଥିଲା।

ଭଉବନେଶ୍ବର ପାଣିପାଗ ବିଭାଗ ଅନୁସାରେ ବଲାଙ୍ଗୀର ରେ ଘନ କୁହୁଡି ଦୃଶ୍ୟମାନ ଦୂରତା ୧୦୦ ମିଟର ରେକର୍ଡ କରାଯାଇଛି। ସେହିପରି କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହୋଇଛି। ଭବାନୀପାଟଣା ୨୦୦ ମିଟର ଏବଂ ଫୁଲବାଣୀ ସହରରେ ୨୫୦ ମିଟର ଘନତା ରେକର୍ଡ କରାଯାଇଛି।

Related posts