Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଂଲାଦେଶରୁ ଭାରତ ପରିଭ୍ରମଣରେ ଆସିଥିବା ଯୁବ ପ୍ରତିନିଧି ମଣ୍ଡଳୀଙ୍କ ସହିତ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ବାଂଲାଦେଶରୁ ଭାରତ ପରିଭ୍ରମଣରେ ଆସିଥିବା ଯୁବ ପ୍ରତିନିଧି ମଣ୍ଡଳୀଙ୍କ ସହିତ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

October 20, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ଯୁବ ବ୍ୟାପାର ବିଭାଗ ୧୨ ରୁ ୧୯ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଭାରତ ପରିଭ୍ରମଣରେ ଆସିଥିବା ବାଂଲାଦେଶର ୧୦୦ ସଦସ୍ୟ ବିଶିଷ୍ଟ ଯୁବ ପ୍ରତିନିଧି ମଣ୍ଡଳୀଙ୍କୁ ଆତିଥ୍ୟ ପ୍ରଦାନ କରିଥିଲା। ପରିଭ୍ରମଣର ଶେଷ ଦିନରେ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ବାଂଲାଦେଶର ଯୁବ ପ୍ରତିନିଧି ମଣ୍ଡଳୀଙ୍କ ସମ୍ମାନ ଉଦ୍ଦେଶ୍ୟରେ ନୂଆ ଦିଲ୍ଲୀ ଠାରେ ଏକ ରାତ୍ରି ଭୋଜନର ବ୍ୟବସ୍ଥା ମଧ୍ୟ କରିଥିଲେ। ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପ୍ରମାଣିକ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ।

ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ବାଂଲାଦେଶ ପ୍ରତିନିଧି ମଣ୍ଡଳୀ ଏହି କାର୍ଯ୍ୟକ୍ରମକୁ ବହୁତ ପ୍ରଶଂସା କରିଥିଲେ। ଏହି ପ୍ରତିନିଧି ଦଳ ବାଂଲାଦେଶର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶନ କରିଥିଲେ। ଭାରତୀୟ କଳାକାରମାନେ ଏହି ରଙ୍ଗାରଙ୍ଗ ସନ୍ଧ୍ୟାରେ ମଧ୍ୟ ନିଜର କଳାର ପ୍ରଦର୍ଶନ କରିଥିଲେ।
ପ୍ରତିନିଧି ମଣ୍ଡଳୀଙ୍କ ସହିତ ଆଲୋଚନା କରୁଥିବା ସମୟରେ ଶ୍ରୀ ଅନୁରାଗ ସିଂହ ଠାକୁର ଭାରତରେ ସେମାନଙ୍କର ଏକ ସପ୍ତାହ ରହଣୀକୁ ନେଇ ଯେଉଁ ଅନୁଭବ ରହିଥିଲା, ସେ ସମ୍ପର୍କରେ ସେମାନଙ୍କ ଠାରୁ ଶୁଣିଥିଲେ। ଏହି ଗସ୍ତ ଯୋଗୁଁ ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ, ରାଜନୈତିକ ଏବଂ ଅର୍ଥନୈତିକ ସମ୍ବନ୍ଧର ଆଦାନପ୍ରଦାନ ମଧ୍ୟ ସୁଗମ ହୋଇଥିଲା ଏବଂ ଆଂଚଳିକ ସ୍ତରରେ ସହଯୋଗ ଏବଂ ବିଶ୍ୱ ଶାନ୍ତି ବୃଦ୍ଧିରେ ଏହା ସହଯୋଗ କରିଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ଦୀର୍ଘ ସାଧାରଣ ସାଂସ୍କୃତିକ, ଅର୍ଥନୈତିକ ଏବଂ ରାଜନୈତିକ ଇତିହାସ ରହିଛି। ଭାରତର ଏକ ବୃହତ୍ ଜନସଂଖ୍ୟା ମଧ୍ୟ ବାଂଲାଦେଶରେ ବ୍ୟବହୃତ ହେଉଥିବା ଭାଷାରେ କଥାବାର୍ତ୍ତା ହୋଇଥାନ୍ତି। ଉଭୟ ଦେଶ ପରସ୍ପର ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସୀମା ବଂଟନ କରିଥାନ୍ତି। ଆମ ଭିତରେ ପରସ୍ପର ସହିତ ପୁରୁଣା, ଗଭୀର, ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି ଏବଂ ଆମେ ସାଧାରଣ ସ୍ୱାର୍ଥକୁ ପରସ୍ପର ମଧ୍ୟରେ ବଂଟନ କରିଥାଉ।

ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ବାଂଲାଦେଶ ଯୁବ ପ୍ରତିନିଧି ମଣ୍ଡଳୀ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ୧୪ ଅକ୍ଟୋବର ୨୦୨୨ ରେ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଥିଲେ। ପ୍ରତିନିଧି ମଣ୍ଡଳୀ ବିଭିନ୍ନ ସାଂସ୍କୃତିକ, ଶିକ୍ଷାଗତ ତଥା ଶିଳ୍ପାଂଚଳ ପରିଦର୍ଶନ କରିଥିଲେ, ଯେଉଁଥିରେ ଆଗ୍ରା ଠାରେ ତାଜମହଲ, ବେଙ୍ଗାଲୁରୁ ଠାରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ ଏବଂ ମହୀଶୂର ସ୍ଥିତ ଇନଫୋସିସ୍ କାର୍ଯ୍ୟାଳୟ ଇତ୍ୟାଦି ଅନ୍ତର୍ଭୁକ୍ତ, ସେଠାରେ ସେମାନେ ଶିକ୍ଷାବିତ୍ ମାନଙ୍କ ସହିତ ଏବଂ ଉଦ୍ୟୋଗ ଜଗତର ନେତୃତ୍ୱ ମାନଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏହି ପ୍ରତିନିଧି ମଣ୍ଡଳୀ ଛାତ୍ର ମାନଙ୍କ୍ରୁ, ଯୁବ ସାମ୍ବାଦିକ ମାନଙ୍କୁ, ଉଦ୍ୟୋଗୀ ମାନଙ୍କୁ, ସାମାଜିକ କର୍ମୀ ମାନଙ୍କୁ, ଡାକ୍ତର ଇତ୍ୟାଦିଙ୍କ ସମେତ ବିଭିନ୍ନ ପୃଷ୍ଠଭୂମିରୁ ଆସିଥିବା ଯୁବକ ମାନଙ୍କୁ ନେଇ ଗଠିତ ହୋଇଛି। ଏହି କାର୍ଯ୍ୟକ୍ରମ ଆମର ପଡୋଶୀ ରାଷ୍ଟ୍ର ମାନଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ଗୁଡିକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଅସୀମ ସଦ୍ଭାବନା ଏବଂ ସକାରାତ୍ମକ ଶକ୍ତି ସୃଷ୍ଟି କରିଥାଏ।

ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ଯୁବ ବ୍ୟାପାର ବିଭାଗ ଅନ୍ୟ ଦେଶ ଗୁଡିକର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ଏଜେନ୍ସି /ସଙ୍ଗଠନ ଗୁଡିକ ସହଯୋଗରେ ଯୁବପିଢ଼ିଙ୍କ ମଧ୍ୟରେ ଏକ ଅନ୍ତର୍ଜାତୀୟ ଦୃଷ୍ଟିକୋଣ ସୃଷ୍ଟି କରିବାକୁ ବାଧ୍ୟ ଅଟେ। ଶାନ୍ତି ଏବଂ ବୁଝାମଣାକୁ ପ୍ରୋତ୍ସାହିତ କରିବାରେ ଯୁବକ ମାନଙ୍କୁ ଜଡିତ କରିବା ପାଇଁ ବିଭାଗ ଯୁବ ପ୍ରତିନିଧି ମଣ୍ଡଳର ଆନ୍ତର୍ଜାତୀୟ ବିନିମୟକୁ ଏକ ପ୍ରଭାବଶାଳୀ ଉପକରଣ ଭାବରେ ଗ୍ରହଣ କରିଛି। ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଥିବା ଦେଶ ଗୁଡିକ ସହିତ ଯୁବ ପ୍ରତିନିଧି ମାନଙ୍କ ଆଦାନପ୍ରଦାନ ବିଭିନ୍ନ ଦେଶର ଯୁବକ ମାନଙ୍କ ମଧ୍ୟରେ ବିଚାରଧାରା, ମୂଲ୍ୟବୋଧ ଏବଂ ସଂସ୍କୃତିର ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ଏବଂ ଆନ୍ତର୍ଜାତୀୟ ବୁଝାମଣାର ବିକାଶ ନିମନ୍ତେ ଏକ ପାରସ୍ପରିକ ଆଧାରରେ କରାଯାଇଛି। ୨୦୦୬ ମସିହାରୁ ଏହି ବିଭାଗ ଚାଇନା ଏବଂ ଦକ୍ଷିଣ କୋରିଆ ସହିତ ଯୁବ ପ୍ରତିନିଧି ମଣ୍ଡଳୀଙ୍କୁ ନିୟମିତ ଆଦାନପ୍ରଦାନ କରି ଆସୁଛି।

୨୦୧୨ ମସିହାରେ, ଢାକା ସ୍ଥିତ ଭାରତର ହାଇ କମିଶନ ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟକୁ ୧୦୦ ସଦସ୍ୟ ବିଶିଷ୍ଟ ବାଂଲାଦେଶ ଯୁବ ପ୍ରତିନିଧି ମଣ୍ଡଳୀଙ୍କୁ ଭାରତକୁ ନିମନ୍ତ୍ରଣ କରିବା ଏବଂ ସେମାନଙ୍କ ହିତ ପାଇଁ ଐତିହାସିକ, ଶିକ୍ଷାଗତ, ବୈଷୟିକ ଏବଂ ଶିଳ୍ପାଂଚଳ ପ୍ରଦର୍ଶନ କରିବା ନିମନ୍ତେ ଏକ ଗସ୍ତ କାର୍ଯ୍ୟକ୍ରମର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ସେହି ଅନୁଯାୟୀ, ପ୍ରଥମ ଥର ପାଇଁ ୧୦୦ ସଦସ୍ୟ ବିଶିଷ୍ଟ ବାଂଲାଦେଶ ଯୁବ ପ୍ରତିନିଧି ମଣ୍ଡଳୀ ୨୦୧୨ ମସିହାରେ ୬ ରୁ ୧୩ ଅକ୍ଟୋବର ପର୍ଯ୍ୟନ୍ତ ଭାରତ ଗସ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ଭାରତ ଗସ୍ତରେ ଆସିଥିବା ବର୍ତ୍ତମାନର ବାଂଲାଦେଶର ପ୍ରତିନିଧି ଦଳ ହେଉଛନ୍ତି ଅଷ୍ଟମ ଦଳ।

ଅନୁରାଗ ସିଂହ ଠାକୁର ନିଶିଥ ପ୍ରମାଣିକ ବାଂଲାଦେଶ ଯୁବ ବ୍ୟାପାର ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ଓ ଖୋର୍ଦ୍ଧାର ପିଆଜ ଗୋଦାମ ଉପରେ ଯୋଗାଣ ବିଭାଗ ତରଫରୁ ଚଢାଉ

August 21, 2026

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ସଚିବମାନଙ୍କ ତୃତୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

August 21, 2026

କ୍ରମାଗତ ପଞ୍ଚମ ଦିନ ପାଇଁ ଖୋଲା ଆକାଶତଳେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ

August 21, 2026

ଦକ୍ଷିଣ କ୍ଷେତ୍ରୀୟ ପରିଷଦର ୩୧ତମ ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

August 21, 2026
Latest News

ଭୁବନେଶ୍ୱର ଓ ଖୋର୍ଦ୍ଧାର ପିଆଜ ଗୋଦାମ ଉପରେ ଯୋଗାଣ ବିଭାଗ ତରଫରୁ ଚଢାଉ

August 21, 2026

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ସଚିବମାନଙ୍କ ତୃତୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

August 21, 2026

କ୍ରମାଗତ ପଞ୍ଚମ ଦିନ ପାଇଁ ଖୋଲା ଆକାଶତଳେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ

August 21, 2026

ଦକ୍ଷିଣ କ୍ଷେତ୍ରୀୟ ପରିଷଦର ୩୧ତମ ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

August 21, 2026

ରାଶିଫଳ: ଅଗଷ୍ଟ ୨୧ ତାରିଖ ଶୁକ୍ରବାରରେ ଏହି ପାଞ୍ଚୋଟି ରାଶି ଉପରେ ଲାଗିରହିବ ସମସ୍ୟା

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.