Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ଗ୍ରହଣ ଅନୁଷ୍ଠିତ
ଆଜିର ଖବର

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ଗ୍ରହଣ ଅନୁଷ୍ଠିତ

October 31, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ତା.୩୧.୧୦.୨୦୨୨ ଠାରୁ ତା.୦୬.୧୧.୨୦୨୨ ପର୍ଯ୍ୟନ୍ତ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି ମାଧ୍ୟମରେ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସତ୍ୟନିଷ୍ଠାର ଶପଥପାଠ କରାଇଛନ୍ତି। ଏହି ମର୍ମରେ ଜିଲ୍ଲା କାର୍ଯ୍ୟାଳୟ ଓ ବିଭିନ୍ନ ବ୍ଲକସ୍ଥିତ ଓସୱାନ ହଲରେ ଅଧିକାରୀ ଓ କର୍ମଚାରୀ ମନେ ସତ୍ୟନିଷ୍ଠର ଶପଥ ନେଇଛନ୍ତି।

ଜଟଣୀ ବ୍ଲକରେ ଆଜି ଜନଶୁଣାଣି ଶିବିର ଥିବାରୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ସଂପୃକ୍ତ ବିଡିଓ ଓ ତହସିଲଦାରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ବ୍ଲକ ଓସୱାନ ହଲରେ ଯୋଗଦେଇ ଶପଥ ନେଇଥିଲେ।

ସେହିଭଳି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସୱାନ କକ୍ଷରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଆପଦ କାଳୀନ ଅଧିକାରୀ ଉର୍ମିପ୍ରଭା ମହାରଣାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଶପଥପାଠରେ ସାମିଲ ହୋଇଥିଲେ।

ଅନୁରୂପ ଭାବେ ବିଭିନ୍ନ ବ୍ଲକରେ ସଂପୃକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ସମେତ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟ, ଆଶା ଓ ଅଙ୍ଗନୱାଡି କର୍ମୀ, ବୁଦ୍ଧିଜୀବୀ, ସାଧାରଣ ନାଗରିକ ମଧ୍ୟ ଯୋଗଦେଇଥିଲେ।

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ମୁଖ୍ୟମନ୍ତ୍ରୀ ନବୀନ ଶପଥ ଗ୍ରହଣ
Share. Facebook Twitter LinkedIn Email WhatsApp Copy Link

Related Posts

ଜଳଭଣ୍ଡାରରେ ବୁଡ଼ି ୨ ନାବାଳାକଙ୍କର ମୃତ୍ୟୁ

April 19, 2026

ଖୋର୍ଦ୍ଧାରେ ଆସନ୍ତା ୨୦ରୁ ୨୩ ସ୍କୁଲ ଛୁଟି

April 19, 2026

ମୋଦିଙ୍କ ଅଭିଭାଷଣକୁ ନେଇ ମମତାଙ୍କ ପ୍ରତିକ୍ରିୟା

April 19, 2026

ପୂର୍ବତନ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀ ବାଂଲାଦେଶରେ ଭାରତର ନୂତନ ହାଇକମିଶନର !

April 19, 2026
Latest News

ଜଳଭଣ୍ଡାରରେ ବୁଡ଼ି ୨ ନାବାଳାକଙ୍କର ମୃତ୍ୟୁ

April 19, 2026

ଖୋର୍ଦ୍ଧାରେ ଆସନ୍ତା ୨୦ରୁ ୨୩ ସ୍କୁଲ ଛୁଟି

April 19, 2026

ମୋଦିଙ୍କ ଅଭିଭାଷଣକୁ ନେଇ ମମତାଙ୍କ ପ୍ରତିକ୍ରିୟା

April 19, 2026

ପୂର୍ବତନ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀ ବାଂଲାଦେଶରେ ଭାରତର ନୂତନ ହାଇକମିଶନର !

April 19, 2026

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ହ୍ରାସ ପାଇଲା ଗ୍ୟାସ ଚାହିଦ: ଜାଣନ୍ତୁ କାରଣ

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.