Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ଉପକୂଳରୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ଇଣ୍ଟରସେପ୍ଟର ପର୍ଯ୍ୟାୟ-୨ର ପ୍ରଥମ ପରୀକ୍ଷଣ ସଫଳ
ଆଜିର ଖବର

ଓଡ଼ିଶା ଉପକୂଳରୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ଇଣ୍ଟରସେପ୍ଟର ପର୍ଯ୍ୟାୟ-୨ର ପ୍ରଥମ ପରୀକ୍ଷଣ ସଫଳ

November 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ପକ୍ଷରୁ ପ୍ରତିରକ୍ଷା ବାଲିଷ୍ଟିକ କ୍ଷେପଣାସ୍ତ୍ର (ବିଏମଡି) ଇଣ୍ଟରସେପ୍ଟର ପର୍ଯ୍ୟାୟ-୨ର ପ୍ରଥମ ସଫଳ ପରୀକ୍ଷଣ ହୋଇଛି। ୨ ନଭେମ୍ବର, ୨୦୨୨ରେ ଉପକୂଳସ୍ଥିତ ଏପିଜେ ଅବଦୁଲ କାଲାମ ଦ୍ବୀପରୁ ଅଧିକ ମାରକ ଉଚ୍ଚତା ପରିଧି ସହିତ ଏହି ଇଣ୍ଟରସେପ୍ଟର ଏଡି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ବିଭିନ୍ନ ଭୌଗଳିକ ସ୍ଥାନରେ ରହିଥିବା ସବୁ ବିଏମଡି ଅସ୍ତ୍ର ପ୍ରଣାଳୀ ଉପକରଣକୁ ସାମିଲ କରାଯାଇ ଏହି ଫ୍ଲାଇଟ୍‌ ଟେଷ୍ଟ ସମ୍ପାଦନ କରାଯାଇଥିଲା।

ଏଡି-୧ ହେଉଛି ଏକ ଦୀର୍ଘ ଦୂରଗାମୀ ଇଣ୍ଟରସେପ୍ଟର ବା ପ୍ରତିରୋଧୀ କ୍ଷେପଣାସ୍ତ୍ର। ଏହାକୁ ଉଭୟ ନିମ୍ନ ବାହ୍ୟବାୟୁମଣ୍ଡଳୀୟ (ଏକ୍ସୋ-ଏଟମୋସଫିୟରିକ) ଏବଂ ଆଭ୍ୟନ୍ତରୀଣ (ଏଣ୍ଡୋ-ଏଟମୋସଫିୟରିକ) ଇଣ୍ଟରସେପ୍ସନ ବା ପ୍ରତିରୋଧ ପାଇଁ ଡିଜାଇନ କରାଯାଇଛି। ଏହା ଦୀର୍ଘ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ସହିତ ବିମାନର ଇଣ୍ଟରସେପ୍ସନ ବା ବିଧ୍ବଂସ କରିବାକୁ ସକ୍ଷମ। ଏହି ପ୍ରଣାଳୀ ଦୁଇଟି-ପର୍ଯ୍ୟାୟ ବିଶିଷ୍ଟ ଦୃଢ଼ ମୋଟର ଦ୍ବାରା ପରିଚାଳିତ ହୋଇଥାଏ। ବାହନକୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପର୍ଯ୍ୟନ୍ତ ସଠିକ ଭାବେ ମାର୍ଗଦର୍ଶନ କରିବା ଲାଗି ଏଥିରେ ସ୍ବଦେଶୀ ଭାବେ ବିକଶିତ ଉନ୍ନତ ନିୟନ୍ତ୍ରଣ ପ୍ରଣାଳୀ, ନାଭିଗେସନ ବା ଦିଗ ନିର୍ଣ୍ଣୟ ବ୍ୟବସ୍ଥା ଏବଂ ମାର୍ଗଦର୍ଶୀ ଆଲଗୋରିଦିମ ଏଥିରେ ଖଞ୍ଜା ଯାଇଛି।

ଫ୍ଲାଇଟ୍‌ ଟେଷ୍ଟ ସମୟରେ, ସବୁ ଉପପ୍ରଣାଳୀଗୁଡ଼ିକ ଆଶାନୁରୂପ ପ୍ରଦର୍ଶନ କରିଥିଲା। ଫ୍ଲାଇଟର ତଥ୍ୟ ସଂଗ୍ରହ କରିବା ଲାଗି ମୁତୟନ ରାଡାର, ଟେଲିମେଟ୍ରୀ ଓ ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ଷ୍ଟେସନ ସମେତ ସଂଖ୍ୟାଧିକ ରେଞ୍ଜ ସେନ୍ସର ଦ୍ବାରା ସଂଗୃହିତ ତଥ୍ୟ, କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଦର୍ଶନକୁ ପ୍ରମାଣିତ କରିଥିଲା।

ଡିଆରଡିଓ ଏବଂ ଏଡି-୧ର ସଫଳ ଫ୍ଲାଇଟ୍‌ ପରୀକ୍ଷଣ ସହ ଜଡ଼ିତ ସବୁ ସହଯୋଗୀମାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଅଭିନନ୍ଦନ ଜଣାଇଛନ୍ତି। ସେ ଏହାକୁ ଏକ ଅଭିନବ ଇଣ୍ଟରସେପ୍ଟର ଭାବେ ଅଭିହିତ କରିବା ସହିତ ବିଶ୍ବର ମାତ୍ର ଅଳ୍ପ କେତୋଟି ରାଷ୍ଟ୍ର ନିକଟରେ ଏହା ଉପଲବ୍ଧ ଥିବା କହିଛନ୍ତି। ଏହା ଦେଶର ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ବିଶ୍ବାସ ପ୍ରକଟ କରିଛନ୍ତି।

ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି କାମାତ ନିଜର ସହଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ଇଣ୍ଟରସେପ୍ଟର ପ୍ରଣାଳୀ ବ୍ୟବହାରକାରୀଙ୍କୁ ଅଧିକ ପରିଚାଳନାଗତ ନମନୀୟତା ପ୍ରଦାନ କରିବ। ବିଭିନ୍ନ ପ୍ରକାରର ଲକ୍ଷ୍ୟ ବା ଟାର୍ଗେଟକୁ ବିଧ୍ବଂସ କରିବାର କ୍ଷମତା ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ନିକଟରେ ରହିଛି।

ଓଡ଼ିଶା ଉପକୂଳ ପରୀକ୍ଷଣ ସଫଳ ବାଲିଷ୍ଟିକ କ୍ଷେପଣାସ୍ତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ରେଳପଥ ବଢ଼ିଲେ ବଦଳିବ ଅର୍ଥନୀତି! ମୟୂରଭଞ୍ଜରେ ନୂଆ ସଂଯୋଗକୁ ନେଇ ଆଶା

September 13, 2026

ପଥୁରିଆରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୧ ମୃତ, ୧ ଗୁରୁତର

September 13, 2026

ରାଶିଫଳ: ସେପ୍ଟେମ୍ବର ୧୩ ତାରିଖରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 13, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026
Latest News

ବିଶ୍ୱ ବାଣିଜ୍ୟ ସଂଗଠନ (WTO) ମୁଖ୍ୟଙ୍କୁ ଭେଟିଲେ ପୀୟୁଷ ଗୋୟଲ 

September 13, 2026

ରେଳପଥ ବଢ଼ିଲେ ବଦଳିବ ଅର୍ଥନୀତି! ମୟୂରଭଞ୍ଜରେ ନୂଆ ସଂଯୋଗକୁ ନେଇ ଆଶା

September 13, 2026

ପଶ୍ଚିମବଙ୍ଗରେ ସ୍ଥାପନ ହେବ ଡିଆରଡିଓର ନୂଆ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର

September 13, 2026

ଚୀନ୍‌ର ଦ୍ୱିତୀୟ ସର୍ବାଧିକ ଶକ୍ତିଶାଳୀ ନେତା କାଇ କି’

September 13, 2026

ବ୍ରିକ୍ସ ସହଯୋଗର ଦୁଇ ଦଶନ୍ଧି ପୂର୍ତ୍ତି ଅବସରରେ ସ୍ମାରକ ଡାକ ଟିକଟ ଉନ୍ମୋଚନ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.