Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ସ୍ପିରୁଲିନା ଓ ମାଣ୍ଡିଆ ଲଡୁ” କାର୍ଯ୍ୟକ୍ରମ: ଶିଶୁଙ୍କ ପୋଷଣ ସୁନିଶ୍ଚିତ ସହ ଏସ୍‌ଏଚ୍‌ଜି ମା’ଙ୍କ ପାଇଁ ଜୀବିକା
ଆଜିର ଖବର

“ସ୍ପିରୁଲିନା ଓ ମାଣ୍ଡିଆ ଲଡୁ” କାର୍ଯ୍ୟକ୍ରମ: ଶିଶୁଙ୍କ ପୋଷଣ ସୁନିଶ୍ଚିତ ସହ ଏସ୍‌ଏଚ୍‌ଜି ମା’ଙ୍କ ପାଇଁ ଜୀବିକା

November 5, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସୁନ୍ଦରଗଡ଼: “ମୋ ଝିଅର ସ୍ୱାସ୍ଥ୍ୟ ଦୁର୍ବଳ ଥିଲା। ଯାହା ଖାଇଲେ ବି ତା’ର ଓଜନ ବଢ଼ୁ ନଥିଲା। ଗତ ୬ ମାସ ହେଲା ସେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛି। ସେଠାରେ ସେ ସ୍ପିରୁଲିନା ଚିକି ଓ ମାଣ୍ଡିଆ ଲଡୁ ଖାଇବା ଫଳରେ ଏବେ ତା’ର ଓଜନ ଧୀରେ ଧୀରେ ବଢୁଛି। ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ମଧ୍ୟ ସେ ଆଗ୍ରହ ଦେଖାଉଛି”, କହନ୍ତି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ କଲେଇପୋଷ ଗ୍ରାମର ଦଶମୀ ମୁଣ୍ଡା।

ଦଶମୀଙ୍କ ଝିଅ ପ୍ରିୟଙ୍କା ମୁଣ୍ଡାଙ୍କ ବୟସ ଏବେ ୪ ବର୍ଷ। ଜନ୍ମ ହେବା ପରେ ପ୍ରିୟଙ୍କାର ଓଜନ ଅପେକ୍ଷାକୃତ କମ୍ ରହିଥିଲା। ତାକୁ ନିୟମିତ ଭିଟାମିନଯୁକ୍ତ ଖାଦ୍ୟ ଖାଇବାକୁ ଦେବା ଲାଗି ଡାକ୍ତର କହିଥିଲେ। ତେବେ ଏହା ପ୍ରିୟଙ୍କାର ବାପା, ମା’ଙ୍କ ପକ୍ଷରେ ସମ୍ଭବ ନଥିଲା। ୩ ବର୍ଷ ବୟସରେ ପ୍ରିୟଙ୍କା ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବା ଫଳରେ ସେଠାରେ ସେ ସ୍ପିରୁଲିନା ଚିକି ଓ ମାଣ୍ଡିଆ ଲଡ଼ୁ ଖାଉଛି। ଆଗ ଅପେକ୍ଷା ତା’ର ଓଜନ ଏବଂ ଉଚ୍ଚତାରେ ବୃଦ୍ଧି ପରିଲକ୍ଷିତ ହେଉଛି।

ପ୍ରିୟଙ୍କା ୨୦୨୧ ଅଗଷ୍ଟ ମାସରେ ଅଙ୍ଗନବାଡ଼ିକୁ ଆସିଥିଲା। ସେତେବେଳେ ତା’ ଓଜନ ୮.୯ କିଲୋଗ୍ରାମ ରେକର୍ଡ କରାଯାଇଥିଲା। ୨୦୨୨ ଅକ୍ଟୋବର ସୁଦ୍ଧା ପ୍ରିୟଙ୍କାର ଓଜନରେ ପ୍ରାୟ ୨ କିଲୋଗ୍ରାମ ବୃଦ୍ଧି ହୋଇଛି। ଏବେ ତା’ର ଓଜନ ୧୦.୯ କିଲୋଗ୍ରାମ ରେକର୍ଡ କରାଯାଇଛି। ସେହିପରି ବର୍ଷକ ତଳେ ପ୍ରିୟଙ୍କାର ଉଚ୍ଚତା ୮୮ ସେଣ୍ଟିମିଟର ରହିଥିବା ବେଳେ ଏବେ ୯୧ ସେଣ୍ଟିମିଟର ରେକର୍ଡ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ସାନ ସାନ ପିଲାଙ୍କ ମାନସିକ ଓ ଶାରୀରିକ ବିକାଶ ଲାଗି ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମ ଲାଗୁ କରାଯାଇଛି। ଏହା ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ପିଲାମାନଙ୍କୁ ସ୍ପିରୁଲିନା ଚିକି ଓ ଚିନି ଏବଂ ମାଣ୍ଡିଆ ଲଡୁ ଖାଇବାକୁ ଦିଆଯାଉଛି। ଏହି କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଆର୍ଥିକ ସହାୟତା ଯୋଗାଇ ଦେଉଛି।

“ଆଗରୁ ମୋ’ ଝିଅ ଫୂର୍ତ୍ତି ନଥିଲା। ତା’ର ଓଜନ ଓ ଉଚ୍ଚତା କମ୍ ଥିଲା। ସେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବା ଫଳରେ ସ୍ପିରୁଲିନା ଚିକି ଏବଂ ମାଣ୍ଡିଆ ଲଡ଼ୁ ଖାଉଛି। ଆଗ ଅପେକ୍ଷା ତା’ର ଓଜନ ଏବଂ ଉଚ୍ଚତା ମଧ୍ୟ ବଢ଼ିଛି”, କହନ୍ତି ଲାଠିକଟା ବ୍ଲକ ଚିକଟମାଟି ଗାଁର ଜଣେ ହିତାଧିକାରୀଙ୍କ ମା’ ସଙ୍ଗୀତା ତନ୍ତୀ।

୨୦୨୦ ଅଗଷ୍ଟ ମାସ ୧୫ ତାରିଖରେ ଜିଲ୍ଲାରେ ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମ ଲାଗୁ କରାଯାଇଥିଲା। ଲେଫ୍ରିପଡ଼ା ବ୍ଲକରେ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ସ୍ପିରୁଲିନା ଓ ହେମଗିର ବ୍ଲକରେ ମାଣ୍ଡିଆ ଲଡ଼ୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ଜିଲ୍ଲାର ସମସ୍ତ ବ୍ଲକ୍ ଏବଂ ସହରାଞ୍ଚଳକୁ ସଂପ୍ରସାରଣ କରାଯାଇଥିଲା। ଫଳରେ ୧ ଲକ୍ଷ ୩୫ ହଜାରରୁ ଅଧିକ ଶିଶୁ ସ୍ପିରୁଲିନା ଏବଂ ୬୩ ହଜାରରୁ ଅଧିକ ଶିଶୁ ମାଣ୍ଡିଆ ଲଡ଼ୁ କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହେଉଛନ୍ତି।

“ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମ ଲାଗୁ ହେବା ଫଳରେ ବିଶେଷ ସଫଳତା ଦେଖିବାକୁ ମିଳୁଛି । ୨୦୨୦ ଅଗଷ୍ଟ ମାସରେ ଜିଲ୍ଲାରେ ପୋଷଣ ହାର ୮୫.୬୪ ପ୍ରତିଶତ ରହିଥିଲା। ଏବେ ଏହା ବୃଦ୍ଧି ପାଇ ୮୮.୫ ପ୍ରତିଶତରେ ପହଞ୍ଚିଛି। ସେହିପରି ଅପେକ୍ଷାକୃତ ପୁଷ୍ଟିହୀନତା ହାର ୧୩.୪ ପ୍ରତିଶରୁ ହ୍ରାସ ପାଇ ୧୦.୬ ପ୍ରତିଶତରେ ପହଞ୍ଚିଛି”, କହିଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚ୍ର।

ଏହି ପୋଷଣ କାର୍ଯ୍ୟକ୍ରମକୁ ସଫଳ କରିବା ପଛରେ ଅଙ୍ଗନବାଡ଼ି କର୍ମୀମାନଙ୍କର ପ୍ରମୁଖ ଭୂମିକା ରହିଛି। ଅଙ୍ଗନବାଡ଼ି ଦିଦିମାନେ କେନ୍ଦ୍ରରେ ପିଲାମାନଙ୍କୁ ମାଣ୍ଡିଆ ଲଡ଼ୁ ଏବଂ ସ୍ପିରୁଲିନା ଚିକି ଖାଇବାକୁ ଦେଉଛନ୍ତି। ଯେଉଁମାନେ ଅଙ୍ଗନବାଡ଼ିକୁ ଆସୁ ନାହାନ୍ତି (୭ ମାସରୁ ୨ ବର୍ଷ ବୟସର ଶିଶୁ) ସେମାନଙ୍କ ଘରକୁ ଯାଇ ସ୍ପିରୁଲିନା ଚିନି ଦିଆଯାଉଛି।

ଏହି ପୋଷଣଯୁକ୍ତ ଖାଦ୍ୟ ଖାଇବା ଫଳରେ ପିଲାମାନଙ୍କ ଶାରୀରିକ ଅଭିବୃଦ୍ଧି କିପରି ଘଟୁଛି ତାହା ଅଙ୍ଗନବାଡ଼ି କର୍ମୀମାନେ ଅନୁଧ୍ୟାନ କରୁଛନ୍ତି। ନିୟମିତ ବ୍ୟବଧାନରେ ପିଲାମାନଙ୍କର ଉଚ୍ଚତା, ଓଜନ ଏବଂ ବାହୁ ମାପ ଆଦି ରେକର୍ଡ କରାଯାଉଛି।

“ଅଙ୍ଗନବାଡ଼ି କେନ୍ଦ୍ରରେ ଆମେ ପିଲାମାନଙ୍କୁ ସ୍ପିରୁଲିନା ଚିକି ଏବଂ ମାଣ୍ଡିଆ ଲଡ଼ୁ ଖାଇବାକୁ ଦେଉଛୁ । ପିଲାମାନେ ମଧ୍ୟ ଏହାକୁ ଖାଇବା ଲାଗି ବିଶେଷ ଆଗ୍ରହ ଦେଖାଉଛନ୍ତି। ଏହା ଦ୍ୱାରା ସେମାନଙ୍କର ପୋଷଣ ଆବଶ୍ୟକତା ପୂରଣ ହୋଇପାରୁଛି”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଜଣେ ଅଙ୍ଗନବାଡ଼ି କର୍ମୀ ଅନୁରାଧା ମିଞ୍ଜ।

ସୁପରଫୁଡ୍ ସ୍ପିରୁଲିନା

ଶିଶୁଙ୍କ ପୋଷଣ ପାଇଁ ସ୍ପିରୁଲିନା ଭଳି ସୁପର ଫୁଡ୍ ବ୍ୟବହାର କରିବାରେ ସୁନ୍ଦରଗଡ଼ ହେଉଛି ରାଜ୍ୟର ପ୍ରଥମ ଜିଲ୍ଲା। ସୁନ୍ଦରଗଡ଼ ଜିଲ୍ଲାର ସାନ ସାନ ପିଲାମାନେ ଏହାକୁ କିପରି ଆଗ୍ରହର ସହ ଖାଇବେ ସେଥିପାଇଁ ସ୍ପିରୁଲିନାଯୁକ୍ତ ଚିନି ଓ ଚିକି ପ୍ରସ୍ତୁତ କରାଯାଉଛି। ଚିନାବାଦାମ ସହ ଗୁଡ଼ କିମ୍ବା ଚିନିରେ ସ୍ପିରୁଲିନା ପାଉଡର ମିଶ୍ରଣ କରାଯାଇ ସ୍ପିରୁଲିନା ଚିକି ତିଆରି କରାଯାଉଛି। ସେହିପରି ଚିନି ଦାନାରେ ସ୍ପିରୁଲିନା ପାଉଡର ମିଶାଇ ସ୍ପିରୁଲିନାଯୁକ୍ତ ଚିନି ପ୍ରସ୍ତୁତ କରାଯାଉଛି।

ସ୍ପିରୁଲିନାରେ ପ୍ରଚୁର ପରିମାଣର ପୋଷଣଯୁକ୍ତ ପଦାର୍ଥ – ଆମିନୋ ଏସିଡ୍‌, ଶ୍ୱେତସାର, ସ୍ନେହସାର ଆଦି ରହିଛି। ତେଣୁ ଏହାକୁ ପୋଷଣର “ପାୱାର ହାଉସ୍‌’ ବୋଲି କୁହାଯାଉଛି।

ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଏହି ବିଶେଷ ପୋଷଣ କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଯୋଡ଼ା ଯାଇଛି। ମାଣ୍ଡିଆ ଲଡ଼ୁ ମିକ୍ସ ଏବଂ ସ୍ପିରୁଲିନା ଚିକି ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ କରାଯାଇ ସେମାନଙ୍କ ଜୀବିକା ସୁନିଶ୍ଚିତ କରାଯାଉଛି।

ସ୍ପିରୁଲିନା ଚିକି ପ୍ରସ୍ତୁତି ଲାଗି ବର୍ତ୍ତମାନ ଜିଲ୍ଲାର ୫ଟି ସ୍ଥାନର ସ୍ୱତନ୍ତ୍ର ୟୁନିଟ୍ ରହିଛି। ଆଗରୁ କେବଳ ସୁନ୍ଦରଗଡ଼ ଏବଂ ରାଉରକେଲାରେ ଚିକି ପ୍ରସ୍ତୁତ କରାଯାଉଥିଲା। ନିକଟରେ ବଣାଇଁ, ନୂଆଗାଁ ଏବଂ ରାଜଗାଙ୍ଗପୁର ବ୍ଲକକୁ ଏହା ସଂପ୍ରସାରଣ କରାଯାଇଛି। ସ୍ପିରୁଲିନା ଚିନି ଏବେ ସୁନ୍ଦରଗଡ଼କୁ ରାଜ୍ୟ ବାହାରୁ ଆସୁଛି।

ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ ସ୍ପିରୁଲିନା ଚାଷ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କିରେଇସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରଠାରେ ଏନେଇ ପରୀକ୍ଷା ନିରୀକ୍ଷା ଚାଲିଛି। ଏଥିରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ନିୟୋଜିତ କରାଯିବ।

ସେହିପରି ମାଣ୍ଡିଆ ଲଡୁ ମିକ୍ସ ପ୍ରସ୍ତୁତିରେ ମିଶନଶକ୍ତି ମା’ ମାନଙ୍କୁ ଯୋଡ଼ା ଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ୩୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି ମିକ୍ସ ପ୍ରସ୍ତୁତ କରିବାର ଦାୟିତ୍ୱ ଦିଆଯାଇଛି।

ଅଙ୍ଗନବାଡ଼ି କର୍ମୀ ସୁନ୍ଦରଗଡ଼ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୨୨ ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026

ଆମ ଆଦମୀ ପାର୍ଟିର ଆଶାକୁ ଝଟକା!: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ସ୍ଥଳରେ ପହଞ୍ଚିଲେ ଅଖିଳେଶ ଯାଦବ

July 21, 2026

“ଲଢ଼େଇ ଏକପାଖିଆ ହେବ ନାହିଁ”: ଭାରତକୁ ଚେତାବନୀ ଦେଲେ  ଜିମ୍ବାୱେ ଅଧିନାୟକ

July 21, 2026
Latest News

ଆଜି ଜୁଲାଇ ୨୨ ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2026

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.