Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ର ୫୦ ବର୍ଷ ଓ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ର ୫୦ ବର୍ଷ ଓ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

November 8, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସ୍ୱାଧୀନତା ଦିବସ ଅବସରରେ ଆଗାମୀ ୨୫ ବର୍ଷ ପାଇଁ ଦେଶବାସୀଙ୍କୁ ଦାୟିତ୍ୱ ଓ କର୍ତ୍ତବ୍ୟର କଥା କହିଛନ୍ତି। ଦାୟିତ୍ୱ ନେଲେ ହିଁ ଅନେକଙ୍କ ଅଧିକାର ସୁରକ୍ଷିତ ରହିବ। ଜଣେ ବ୍ୟକ୍ତି ଦାୟିତ୍ୱ ନେଲେ ୫ ଜଣଙ୍କ ଅଧିକାର ସୁରକ୍ଷିତ ରହିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମଙ୍ଗଳବାର ଭୁବନେଶ୍ୱର ଠାରେ ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ର ୫୦ ବର୍ଷ ଓ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସ୍ୱର୍ଗତ ବଳଙ୍କ ୯୦ତମ ଜୟନ୍ତୀ ଅବସରରେ ତାଙ୍କ ଫଟୋଚିତ୍ରରେ  ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପ୍ରଗତିବାଦୀ ଅନୁଷ୍ଠାନକୁ ଓଡ଼ିଆ ସାମ୍ବାଦିକତା ଜଗତରେ ୫୦ ବର୍ଷର ଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଆହ୍ୱାନ ଅନୁସାରେ ଆମ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ହେବ। ଦାୟିତ୍ୱ ନେବା ବହୁତ ବଡ଼ କଥା ନୁହେଁ। ବରଂ ଛୋଟ ଛୋଟ କଥାରେ ମଧ୍ୟ ଦାୟିତ୍ୱର କଥା ରହିଛି। ଲାଇଟ୍ ଓ ପଙ୍ଖା ବନ୍ଦ କରି ବିଦ୍ୟୁତ ଅପଚୟକୁ ରୋକିବା କିମ୍ବା ପାଣି ଟ୍ୟାପ୍ ବନ୍ଦ କରି ଜଳ ସଂରକ୍ଷଣ କରିବାର ଦାୟିତ୍ୱ ନେଲେ ହିଁ ଅନେକ ଲୋକଙ୍କ ଅଧିକାର ସୁରକ୍ଷିତ ହୁଏ।

ପ୍ରାୟ ୧୩ ବର୍ଷ ପରେ ୨୦୩୬ରେ ଭାଷାଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ। ୨୦୪୭ ସୁଦ୍ଧା ୨୫ ବର୍ଷ ପରେ ଭାରତକୁ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ। ଆଗାମୀ ୧୩ ଓ ୨୫ ବର୍ଷ ପାଇଁ ଆମର ଦାୟିତ୍ୱ କଣ ରହିବ ଓ ଓଡ଼ିଶାର ଚିତ୍ର କଣ ହେବ ଏ ଦିଗ ଉପରେ କଳ୍ପନା କରିବା ଦରକାର  ଏହି ସମୟରେ ସାମାଜିକ ଦାୟିତ୍ୱ କଣ ହେବ ଓ ଓଡ଼ିଶାର ଅର୍ଥନୀତି କେଉଁ ଅବସ୍ଥାରେ ଥିବ, ଚାଷ କ୍ଷେତ୍ରର ଭିତ୍ତିଭୂମି ଓ ଯୁବକର ସ୍ୱପ୍ନ କଣ ରହିବ, ଏହା ଆଧାରରେ ସଂକଳ୍ପ ନେବାକୁ ପଡ଼ିବ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ପରିଚୟ। ସେହିପରି ସନ୍ଥ କବି ଭୀମ ଭୋଇଙ୍କ ଲିଖିତ “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ,ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” କାଳଜୟୀ ଉକ୍ତି ଜାତିସଂଘର ପ୍ରାଚୀରରେ ଲେଖା ହୋଇଛି। ଏହି ବିଚାର, ପୃଥିବୀରେ ଓଡ଼ିଆ ଜାତି ଓ ଜନଜୀବନର ଲୋକକଥାର ପ୍ରସ୍ପୁଟିତର ପ୍ରତିଫଳନ। ଏଥିରୁ ଓଡିଆ ଜାତିର ମୌଳିକ କ୍ଷମତାର ଗଭୀରତା ଅନୁମେୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଓଡ଼ିଆ ସମାଜର ପ୍ରବାଦ ପୁରୁଷ, ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତା ଓ ରାଜନୀତିର ପ୍ରତୀକ ଭାବେ ଜଣାଶୁଣା ସ୍ୱର୍ଗତ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳ ସାମାଜିକ, ରାଜନୈତିକ ଏବଂ ସାମ୍ବାଦିକତା ଜଗତର ମୂଲ୍ୟବୋଧର ପ୍ରତୀକ ଥିଲେ। ପର୍ଯ୍ୟାବରଣର ସୁରକ୍ଷା, ଗରିବ ଲୋକଙ୍କୁ ତାଙ୍କ ହକ୍ ଓ ଅଧିକାର ପ୍ରଦାନ କରିବା ଏବଂ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ବିଚାର ଉଚ୍ଚକୋଟ୍ଟୀର ଥିଲା। ଏହିପରି ଭାବରେ ଓଡ଼ିଆ ସ୍ୱାଭିମାନକୁ ନିଜ ଦୃଷ୍ଟିରେ ପରିପ୍ରକାଶ କରିବାରେ ସେ ନୂଆ ବେଞ୍ଚମାର୍କ ସ୍ଥାପନ କରିଥିଲେ। ତାଙ୍କ ଜୟନ୍ତୀ ଅବସରରେ ସ୍ୱର୍ଗତ ବଳଙ୍କ ଦ୍ୱାରା ସ୍ଥାପିତ ବେଞ୍ଚମାର୍କ ଆଧାରରେ ଆମେ ଓଡ଼ିଆ ଲୋକମାନେ ଆଗକୁ ବଢିବା ପାଇଁ ଦାୟିତ୍ୱ ନେବା ସହ ପରିଶ୍ରମ କରିବା ଦରକାର।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଛାତ୍ର ସଂଗଠନ ଦାୟିତ୍ୱରେ ଥିବା ସମୟରେ ସ୍ୱର୍ଗତ ବଳଙ୍କୁ ଭେଟିବାର ସୁଯୋଗ ମିଳିଥିଲା। ଉଭୟଙ୍କ ବୈଚାରିକ ଅସହମତ ସତ୍ତ୍ୱେ ସେ ମୋତେ ବହୁତ ସ୍ନେହ ଓ ଆଦର କରିଥିଲେ। ପ୍ରଦ୍ୟୁମ୍ନ ବଳଙ୍କ ଦ୍ୱାରା ପ୍ରତିଷ୍ଠିତ ‘ପ୍ରଗତିବାଦୀ’ ଗୋଟିଏ ବିଚାର ଓ ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରେ। କେବଳ ପ୍ରଶଂସା ନୁହେଁ ବରଂ ଏକ ସମାଲୋଚକ ଭାବେ ଖବର ପ୍ରକାଶିତ କରେ। କାରଣ, ସମାଲୋଚନା ଦ୍ୱାରା ହିଁ ଜଣେ ବ୍ୟକ୍ତି କିମ୍ବା ଅନୁଷ୍ଠାନର ଉତ୍କୃଷ୍ଟତା ସାଧିତ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସ୍ୱାଧୀନତାର ୭୫ ବର୍ଷ ଯାତ୍ରା ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ‘ଅମୃତ ସଂକଳନ’କୁ କେନ୍ଦ୍ରମନ୍ତ୍ରୀ ଉନ୍ମୋଚନ କରିବା ସହ ଏହି ପତ୍ରିକା ଯୁବପିଢିଙ୍କୁ ପ୍ରେରିତ କରିବାରେ ନିଶ୍ଚୟ ସହାୟକ ହେବ ବୋଲି କହିଥିଲେ।

ଜୟନ୍ତୀ ସମାରୋହ ଧର୍ମେନ୍ଦ୍ର ପ୍ରଧାନ ନରେନ୍ଦ୍ର ମୋଦି ପ୍ରଦ୍ୟୁମ୍ନ ବଳ ସ୍ୱାଧୀନତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026

‘ଅନ୍ତ୍ୟୋଦୟ ଗୃହ ଯୋଜନା’ ର ଏକ ବର୍ଷ ପୂର୍ତ୍ତି: ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

March 31, 2026

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026
Latest News

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026

‘ଅନ୍ତ୍ୟୋଦୟ ଗୃହ ଯୋଜନା’ ର ଏକ ବର୍ଷ ପୂର୍ତ୍ତି: ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

March 31, 2026

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.