Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବେଙ୍ଗାଲୁରୁରେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍ 2 ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ବେଙ୍ଗାଲୁରୁରେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍ 2 ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

November 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁରେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ 2 ର ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ ଯେଉଁଠାରେ ତାଙ୍କୁ ଟର୍ମିନାଲ୍ ବିଲ୍ଡିଂର ମଡେଲ ବିଷୟରେ ସୂଚନା ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ମଧ୍ୟ ଏକ୍ସପେରିଏନ୍ସ ସେଣ୍ଟରରେ ଥିବା ସୁବିଧା ଯାଞ୍ଚ କରିବା ସହିତ କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍ 2 ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ଟର୍ମିନାଲ୍ 2 ବିଷୟରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ଦେଖିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍:

‘‘କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍ 2, ବେଙ୍ଗାଲୁରୁ କ୍ଷମତା ସହିତ ଅଧିକ ସୁବିଧା ପ୍ରଦାନ କରିବ। ଆମର ସହରୀ କେନ୍ଦ୍ର ଗୁଡିକୁ ଉନ୍ନତ ମାନର ଭିତ୍ତିଭୂମି ଯୋଗାଇବା ଲକ୍ଷ୍ୟରେ ଏହା ଆମର ପ୍ରୟାସର ଏକ ଅଂଶ। ଟର୍ମିନାଲ ଟି ଅତ୍ୟନ୍ତ ସୁନ୍ଦର ଏବଂ ଯାତ୍ରୀ ମାନଙ୍କ ପାଇଁ ଉପଯୋଗୀ। ଏହାର ଉଦଘାଟନ କରି ମୁଁ ବହୁତ ଆନନ୍ଦିତ। ”

ପୃଷ୍ଠଭୂମି

ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍ 2 ଟି 5000 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏହି ଟର୍ମିନାଲ୍ ବିମାନବନ୍ଦରର ଯାତ୍ରୀ ନିୟନ୍ତ୍ରଣ କ୍ଷମତାକୁ ବାର୍ଷିକ 5-6 କୋଟି ଯାତ୍ରୀଙ୍କୁ ବୃଦ୍ଧି କରିବ। ବର୍ତ୍ତମାନ ଏହାର କ୍ଷମତା ପ୍ରାୟ 2.5 କୋଟି ରହିଛି।

ଟର୍ମିନାଲ୍ 2 ବେଙ୍ଗାଲୁରୁର ଗାର୍ଡେନ୍ ସିଟି ପାଇଁ ସୁନ୍ଦର ଭାବରେ ଡିଜାଇନ୍ ହୋଇଛି ଏବଂ ଯାତ୍ରୀଙ୍କୁ “ବଗିଚାରେ ଚାଲିବା”ପରି ଅଭିଜ୍ଞତା ପ୍ରଦାନ କରିବ। ଯାତ୍ରୀମାନେ 10,000+ ବର୍ଗ ମିଟର ସବୁଜ କାନ୍ଥ, ହ୍ୟାଙ୍ଗିଂ ଗାର୍ଡ଼େନ ଏବଂ ଆଉଟଡୋର ଗାର୍ଡ଼େନ ଦେଇ ଯାତ୍ରା କରିବେ। ବିମାନବନ୍ଦର ପୂର୍ବରୁ କ୍ୟାମ୍ପସରେ ଅକ୍ଷୟ ଶକ୍ତିର 100% ବ୍ୟବହାର କରିବା ସହିତ ଏକ ମାନଦଣ୍ଡ ପ୍ରତିଷ୍ଠା କରିସାରିଛି। ଟର୍ମିନାଲ 2 ରେ ଡିଜାଇନ ର ଏକ ଉତ୍କୃଷ୍ଟ କଳାକୃତି ରହିଛି। ସ୍ଥାୟୀତ୍ବ ପଦକ୍ଷେପ ଉପରେ ଆଧାର କରି ଟର୍ମିନାଲ୍ 2 ବିଶ୍ୱର ସର୍ବବୃହତ ଟର୍ମିନାଲ୍ ହେବ ଯାହା କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ୟୁଏସ ଜିବିସି (ଗ୍ରୀନ୍ ବିଲ୍ଡିଂ କାଉନ୍ସିଲ୍) ଦ୍ୱାରା ପ୍ରି-ସାର୍ଟିଫାଏଡ୍ ପ୍ଲାଟିନମ୍ ରେଟିଂ ହାସଲ କରିଛି। ‘ନୌରସ’ ର ବିଷୟବସ୍ତୁ ଟର୍ମିନାଲ୍ ପାଇଁ ଆରମ୍ଭ ହୋଇଥିବା ସମସ୍ତ କଳାକୃତିଗୁଡ଼ିକୁ ଏକତ୍ରିତ କରିଥାଏ।

ସାମଗ୍ରୀକ ଭାବରେ, ଟର୍ମିନାଲ୍ 2 ର ଡିଜାଇନ୍ ଏବଂ ସ୍ଥାପତ୍ୟ ଚାରୋଟି ମାର୍ଗଦର୍ଶିକା ଦ୍ୱାରା ପ୍ରଭାବିତ ହୋଇଛି: ଗାର୍ଡ଼େନରେ ଏକ ଟର୍ମିନାଲ୍, ସ୍ଥିରତା, ପ୍ରଯୁକ୍ତିବିଦ୍ୟା ଏବଂ କଳା ଏବଂ ସଂସ୍କୃତି। ଏହି ସମସ୍ତ ଦିଗଗୁଡିକ ଟି2 କୁ ଟର୍ମିନାଲ୍ ଭାବରେ ପ୍ରଦର୍ଶିତ କରେ ଯାହା ଆଧୁନିକ ତଥା ପ୍ରକୃତିକୁ ଗୁରୁତ୍ବ ପ୍ରଦାନ କରି ସମସ୍ତ ଯାତ୍ରୀଙ୍କୁ ଏକ ସ୍ମରଣୀୟ ‘ଗନ୍ତବ୍ୟସ୍ଥଳ’ ଅଭିଜ୍ଞତା ପ୍ରଦାନ କରେ।

ପ୍ରଧାନମନ୍ତ୍ରୀଙ୍କ ସହ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ, କର୍ଣ୍ଣାଟକର ରାଜ୍ୟପାଳ ଥାୱର ଚନ୍ଦ ଗେହଲୋଟ୍ ଏବଂ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଯୋଗ ଦେଇଥିଲେ।

ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.