ପୁଣି ଥରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Published: Nov 13, 2022, 11:30 am IST

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୩ ତାରିଖରେ ପୁଣି ଓଡ଼ିଶା ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତି ଯୋଗ ଦେବେ ବୋଲି ଜଣାପଡିଛି। ତେବେ ଏ ନେଇ ରାଷ୍ଟ୍ରପତି ଭବନ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ।

ରାଷ୍ଟ୍ରପତି ଭୁବନେଶ୍ୱର ଆସିଥିବା ବେଳେ ତାଙ୍କୁ ବିଶ୍ୱବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ଓ ପୂର୍ବତନ ଛାତ୍ରୀସଂଘ ସାକ୍ଷାତ କରିଥିଲେ।  ଡିସେମ୍ବର ୩ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଅଷ୍ଟମ ପ୍ରତିଷ୍ଠା ଦିବସ ପାଳନ କରାଯିବ। ସେହିଦିନ ମା’ ରମାଦେବୀଙ୍କ ୧୨୩ ତମ ଜନ୍ମ ଦିବସ ବି ପାଳନ କରାଯିବ। ଏହା ଜାଣିବା ପରେ ରାଷ୍ଟ୍ରପତି ରମାଦେବୀକୁ ଆସିବେ ବୋଲି କୁଳପତି କହିଛନ୍ତି।

୧୯୭୫ ମସିହାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରମାଦେବୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ଥିଲେ। ସେ ସେହି କଲେଜର ଛାତ୍ରୀନିବାସରେ ରହି ପାଠ ପଢୁଥିଲେ। ସେଥିପାଇଁ ରାଷ୍ଟ୍ରପତି ଆସିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି।

Related posts