Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଷ୍ଟେଟ୍‌ ବ୍ୟାଙ୍କ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଶିବିର
ଆଜିର ଖବର

ଷ୍ଟେଟ୍‌ ବ୍ୟାଙ୍କ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଶିବିର

November 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଭାରତୀୟ ଷ୍ଟେଟ ବ୍ୟାଙ୍କର ଭୁବନେଶ୍ବରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ଡିଜିଟାଲ ଜୀବନ ପ୍ରମାଣପତ୍ର ପଞ୍ଜିକରଣ ଶିବିର ଆୟୋଜିତ ହୋଇଯାଇଛି। ପେନସନଭୋଗୀଙ୍କ ଦ୍ବାରା ଜୀବନ ପ୍ରମାଣ ଆପ୍‌ ଦ୍ବାରା ଫେସ ଅଥେଣ୍ଟିକେସନ ଟେକ୍ନୋଲୋଜି ବ୍ୟବହାର କରାଯାଇ ଜୀବନ ପ୍ରମାଣପତ୍ର ବା ଲାଇଫ ସାର୍ଟିଫିକେଟ ଦାଖଲ କରାଯାଇଥିଲା। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ଏବଂ ଏସବିଆଇ ସିପିପିସି ଭୁବନେଶ୍ବର ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଅନୁସଚିବ ବିଶାଲ କୁମାର, ୟୁଆଇଡିଏଆଇର ଅଧିକାରୀଗଣ, ଭାରତୀୟ ଷ୍ଟେଟ ବ୍ୟାଙ୍କର ଡିଜିଟାଲ ଏବଂ ଟ୍ରାଞ୍ଜାକ୍ସନ ବ୍ୟାଙ୍କିଙ୍ଗ ବିଭାଗ ଡିଜିଏମ ଶ୍ରୀ ଅମରେନ୍ଦ୍ର କୁମାର ଉପସ୍ଥିତ ଥିଲେ।

ପେନସନଭୋଗୀଙ୍କୁ ଜୀବନ ପ୍ରମାଣପତ୍ର ଦାଖଲ ସୁବିଧା ପ୍ରଦାନ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଏହି ନୂଆ ପ୍ରୟାସ ଆରମ୍ଭ କରାଯାଇଛି। ପେନସନଭୋଗୀମାନେ ଜୀବନ ପ୍ରମାଣ ପୋର୍ଟାଲ ଜରିଆରେ ଡିଜିଟାଲ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଫେସ ଅଥେଣ୍ଟିକେସନ ପ୍ରଯୁକ୍ତି ବ୍ୟବହାର କରି ମଧ୍ୟ ପେନସନଭୋଗୀମାନେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଏହାଛଡ଼ା ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ ଥିବା ସ୍ମାର୍ଟ ଫୋନରେ ଜୀବନ ପ୍ରମାଣ ମୋବାଇଲ ଏପ୍ଲିକେସନ ମାଧ୍ୟମରେ ଡିଜିଟାଲ ଲାଇଫ ସାର୍ଟିଫିକେଟ ଦାଖଲ କରାଯାଇପାରିବ।

ଉପରୋକ୍ତ ଯୋଜନା ସମ୍ପର୍କରେ ବ୍ୟାପକ ପ୍ରଚାରପ୍ରସାର କରିବା ଲାଗି ଭାରତ ସରକାରଙ୍କ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ କେନ୍ଦ୍ର ସରକାରୀ ପେନସନଭୋଗୀଙ୍କ ପାଇଁ ରାଷ୍ଟ୍ରବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ପ୍ରୋତ୍ସାହନ ଅଭିଯାନ ଆରମ୍ଭ କରାଯାଇଛି।

ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଦେଶର ୩୭ଟି ଏବଂ ଓଡ଼ିଶାର ୩ଟି ସହରରେ ଡିଜିଟାଲ ଲାଇଫ ସାର୍ଟିଫିକେଟ ଦାଖଲ ଶିବିର ଆୟୋଜନ କରାଯାଉଛି। ଭୁବନେଶ୍ବର, କଟକ ଏବଂ ବାଲେଶ୍ବର ଠାରେ ଏହି ସଚେତନତା ଶିବିର ଆୟୋଜିତ ହେଉଛି। ସହଜ ଜୀବନ ଧାରଣକୁ ସୁନିଶ୍ଚିତ କରିବା ଲାଗି ଭାରତ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଭୁବନେଶ୍ବର  ଠାରେ ଆୟୋଜିତ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିରରେ ଭାରତୀୟ ଷ୍ଟେଟବ୍ୟାଙ୍କର ଅଧିକାରୀ ଓ ପେନସନଭୋଗୀମାନେ ଉପସ୍ଥିତ ଥିଲେ।

ଡିଜିଟାଲ ଜୀବନ ପ୍ରମାଣପତ୍ର ପେନସନଭୋଗୀ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମୁଖ୍ୟ କାର୍ଯ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ: ମୁକେଶ ଅମ୍ବାନୀ

February 5, 2026

ଫେବୃଆରୀରୁ ବଦଳିଲା UPI କାରବାର ପଦ୍ଧତି: ଜାଣନ୍ତୁ ନୂତନ ନିୟମ

February 5, 2026

ଇଡି ପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ: ଅଲ-ଫଲାହ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଗିରଫ

February 5, 2026

ଗୋଟିଏ ଝଟକାରେ 20,000 ଟଙ୍କା ହ୍ରାସ ପାଇଲା ରୂପା ମୂଲ୍ୟ: ଦେଖନ୍ତୁ ଆଜିର ଦର

February 5, 2026
Latest News

ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ: ମୁକେଶ ଅମ୍ବାନୀ

February 5, 2026

ପୁନର୍ବାର ହେବ ବିହାର ନିର୍ବାଚନ?: ସୁପ୍ରିମକୋର୍ଟରେ ଏହି ଅଭିଯୋଗ କଲା ପ୍ରଶାନ୍ତ କିଶୋରଙ୍କ ଜନସୁରାଜ

February 5, 2026

ଇତିହାସର ପୁନରାବୃତ୍ତି: ପ୍ରଧାନମନ୍ତ୍ରୀଙ୍କ ଉତ୍ତର ବିନା ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ

February 5, 2026

ଫେବୃଆରୀରୁ ବଦଳିଲା UPI କାରବାର ପଦ୍ଧତି: ଜାଣନ୍ତୁ ନୂତନ ନିୟମ

February 5, 2026

ଖୋର୍ଦ୍ଧା ଓ ବାଣପୁର ସମେତ ୨୪ଟି ସ୍ଥାନର ନାମ ହେବ ସଂଶୋଧନ, ରାଜସ୍ବ ବିଭାଗରୁ ବାହାରିଲା ବିଜ୍ଞପ୍ତି

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.