Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ପ୍ରେସ ଦିବସ ଅବସରରେ ଭୁବନେଶ୍ବରରେ ସମ୍ବାଦପତ୍ର ପ୍ରଦର୍ଶନୀ
ଆଜିର ଖବର

ଜାତୀୟ ପ୍ରେସ ଦିବସ ଅବସରରେ ଭୁବନେଶ୍ବରରେ ସମ୍ବାଦପତ୍ର ପ୍ରଦର୍ଶନୀ

November 16, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜାତୀୟ ପ୍ରେସ ଦିବସ ଅବସରରେ ଭୁବନେଶ୍ବରରେ ସମ୍ବାଦପତ୍ର ପ୍ରଦର୍ଶନୀ

ଭୁବନେଶ୍ୱର: ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଆଜି ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ସ୍ଥାନୀୟ ଜୟଦେବ ଭବନଠାରେ ଏକ ସମ୍ବାଦପତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଏବଂ ଓଡିଶା ପର‌୍ୟ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

ପ୍ରଦର୍ଶନୀ ଉଦଘାଟନ ଓ ଏହାକୁ ପରିଦର୍ଶନ କରି ପ୍ରମୁଖ ଶାସନ ଶ୍ରୀ ସିଂ କହିଲେ ଯେ, ଏହି ପ୍ରଦର୍ଶନୀରେ ବହୁ ପୁରାତନ ତଥା ବିରଳ ସମ୍ବାଦପତ୍ରଗୁଡିକ ସ୍ଥାନ ପାଇଛି, ଯାହାର ଭବିଷ୍ୟତରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ସଂରକ୍ଷଣକରିବା ପାଇଁ ଡିଜିଟାଇଜେସନ ଆବଶ୍ୟକ । ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରମୁଖ ଶାସନ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଥିଲେ ।

ଏଥି ସହିତ ପ୍ରଦର୍ଶନୀରେ ସ୍ଥାନିତ ସମ୍ବାଦପତ୍ର ଓ ପତ୍ରପତ୍ରିକା ଅତ୍ୟନ୍ତ ଆକର୍ଷଣୀୟ ଓ ସୂଚନା ଧର୍ମୀ ହୋଇଥିବାରୁ ଏହାକୁ ସବୁଦିନ ଯେପରି ଜନସାଧାରଣ ଦେଖିବାର ସୁଯୋଗ ପାଇପାରିବେ, ସେଥିପାଇଁ ଏକ ସ୍ଥାୟୀ ଗ୍ୟାଲେରୀ ବ୍ୟବସ୍ଥା କରିବାକୁ କହିଥିଲେ । ସେହିପରି ଓଡିଶାରେ ସମ୍ବାଦପତ୍ରର କ୍ରମ ବିକାଶ ଉପରେ ଏକ ସୂଚନା ଫଳକ ବ୍ୟବସ୍ଥା କରିବା ଉପରେ ମଧ୍ୟ ଶ୍ରୀ ସିଂ ଗୁରୁତ୍ୱ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡା, ଜୟଦେବ ଭବନ ଯୁଗ୍ମ ନିର୍ଦ୍ଦେଶକଶ୍ରୀ ସୂର‌୍ୟ୍ୟରଞ୍ଜନ ମହାନ୍ତି, ବିଭାଗର ଅନ୍ୟତମ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁରବୀର୍ ସିଂଙ୍କ ସମତେ ବିଭାଗର ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।

National Press Day ସୂଚନା ଓ ଲୋକ ସଂପର୍କ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

IDBI Bank Sale Controversy: ଆଡିବିଆଇ ବ୍ୟାଙ୍କ ବିକିବା ପ୍ରସ୍ତାବକୁ ବିରୋଧ କରି କର୍ମଚାରୀ ସଂଘର ଧର୍ମଘଟ ଆହ୍ବାନ

October 18, 2026

ପ୍ରାଚୀନ ଅଷ୍ଟଶମ୍ଭୁ ମନ୍ଦିରରୁ ଐତିହାସିକ ପୁରାତନ ବୀରଶିଳା ଆବିଷ୍କୃତ

October 18, 2026

Twin City Durga Puja: କଟକ ଭୁବନେଶ୍ବରରେ ଧୂମଧାମରେ ଚାଲିଛି ଦୁର୍ଗାପୂଜା, ଚାରିଆଡେ ଉତ୍ସବର ପରିବେଶ

October 18, 2026

Durga Puja in Assam: ଆସାମର ବାରକ ଉପତ୍ୟକାର ଦୁର୍ଗା ପାଲଟିଛି ଏକ ବିରଳ ଉଦାହରଣ

October 18, 2026
Latest News

ଭକ୍ତଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୧୫ ମୃତ

October 18, 2026

IDBI Bank Sale Controversy: ଆଡିବିଆଇ ବ୍ୟାଙ୍କ ବିକିବା ପ୍ରସ୍ତାବକୁ ବିରୋଧ କରି କର୍ମଚାରୀ ସଂଘର ଧର୍ମଘଟ ଆହ୍ବାନ

October 18, 2026

ପ୍ରାଚୀନ ଅଷ୍ଟଶମ୍ଭୁ ମନ୍ଦିରରୁ ଐତିହାସିକ ପୁରାତନ ବୀରଶିଳା ଆବିଷ୍କୃତ

October 18, 2026

Vedanta Investment: ଜିଙ୍କ୍ ଉତ୍ପାଦନ ଦ୍ୱିଗୁଣିତ କରିବା ପାଇଁ ୬୦୦ ନିୟୁତ ଡଲାର ନିବେଶ କରିବ ବେଦାନ୍ତ

October 18, 2026

Twin City Durga Puja: କଟକ ଭୁବନେଶ୍ବରରେ ଧୂମଧାମରେ ଚାଲିଛି ଦୁର୍ଗାପୂଜା, ଚାରିଆଡେ ଉତ୍ସବର ପରିବେଶ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.