ଓଡିଶା ପ୍ରଦେଶ କଂଗ୍ରସ କମିଟି (ପିସିସି) ଦଳର ସଭାପତି ନିରଞ୍ଜନ ପଟ୍ଟନାୟକ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ନିଜ ବାସଭବନରେ ଏକ ପ୍ରେସ୍ମିଟ୍ ଜରିଆରେ ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି ନିରଞ୍ଜନ । ରାଜ୍ୟରେ ଦଳର ଶୋଚନୀୟ ପରାଜୟ ପରେ ନିରଞ୍ଜନ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ଏଆଇସିସି ଅଧ୍ୟକ୍ଷଙ୍କୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି ନିରଞ୍ଜନ । ଦଳ ରାଜ୍ୟରେ ଲୋକଙ୍କ ବିଶ୍ବାସ ଭାଜନ ହୋଇ ନ ପାରିବାରୁ ପରାଜୟର ସମ୍ମୁଖୀନ ହେଲା ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ୨୦୧୪ରେ କଂଗ୍ରେସ ୧୫ଟି ବିଧାନସଭା ଆସନରେ ବିଜୟୀ ହୋଇଥିବା ବେଳେ ଚଳିତ ନିର୍ବାଚନରେ ମାତ୍ର ସିପିଏମ୍ ସହିତ ମିଶି ମାତ୍ର ୯ଟି ଆସନରେ ବିଜୟୀ ହୋଇଛି । ଏତଦ୍ ବ୍ୟତୀତ ନିରଞ୍ଜନ ଚଳିତଥର ଦୁଇ ଦୁଇଟି ଆସନ ଘସିପୁରା ଓ ଭଣ୍ଡାରୀପୋଖରୀରୁ ପ୍ରତିଦ୍ବନ୍ଦିତା କରି ପରାଜୟ ସ୍ବୀକାର କରିଛନ୍ତି । ରାଜନୀତିରେ ନୀତି, ଆଦର୍ଶ ନାହିଁ ଏହା ଏବେ ବ୍ୟବସାୟୀକରଣ ହାେଇଯାଇଛି ବୋଲି ନିରଞ୍ଜନ କହିଛନ୍ତି । ରାଜ୍ୟରେ ନବୀନ ଓ କେନ୍ଦ୍ରୀରେ ମୋଦିଙ୍କୁ ଲୋକେ ଭରସା କରିଛନ୍ତି ବୋଲି କହିବା ସହିତ ସେ କଂଗ୍ରେସରେ ରହିଛନ୍ତି ଓ ଆଗକୁ ରହିବେ ମଧ୍ୟ ବୋଲି କହିଛନ୍ତି ନିରଞ୍ଜନ ।
ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଇସ୍ତଫା ଦେଲେ ପିସିସି ମୁଖ୍ୟ ନିରଞ୍ଜନ
Published:
May 24, 2019, 12:04 pm IST
Tags: